ETV Bharat / bharat

ଅର୍ପିତାଙ୍କ ଘରେ ଟଙ୍କାର ପାହାଡ ! ଯେତେ ଖୋଳିଲେ ସେତେ ବାହାରୁଛି

ବିଡା ବିଡା ନୋଟ ଆଉ ଗଦା ଗଦା ଟଙ୍କା ତା ସହ ଏବେ ପୁଣି ଭରି ଭରି ସୁନା । ଏ ଭଣ୍ଡାର ହେଉଛି ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କର । ଯେଉଁଠି ଭରି ରହିଛି ଅମାପ ଟଙ୍କା ଆଉ ସୁନା । ଅଧିକ ପଢନ୍ତୁ

author img

By

Published : Jul 28, 2022, 1:48 PM IST

Bengal Teacher Recruitment Scam
Bengal Teacher Recruitment Scam

କୋଲକାତା: ଘର କମ୍ କୁବେର ଭଣ୍ଡାର ଅଧିକ ଲାଗୁଛି । ଯେତେ ଖୋଜିଲେ ସେତେ ବାହାରୁଛି । ବିଡା ବିଡା ନୋଟ ଆଉ ଗଦା ଗଦା ଟଙ୍କା ତା ସହ ଏବେ ପୁଣି ଭରି ଭରି ସୁନା । ଏ ଭଣ୍ଡାର ହେଉଛି ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କର । ଯେଉଁଠି ଭରି ରହିଛି ଅମାପ ଟଙ୍କା ଆଉ ସୁନା । ଯାହାକୁ ଦେଖି କାବା ଇଡି ଅଧିକାରୀ । ଶିକ୍ଷକ ନିଯୁକ୍ତି ଦୁର୍ନୀତିର ଚେର ଏତେ ଲମ୍ବିଛି ଯେ ଛିଣ୍ଡିବାର ନାମ ନେଉନାହିଁ । ଦ୍ବିତୀୟ ଥର ଅର୍ପିତାଙ୍କ ଘରେ ଇଡିର ଚଢାଉରେ ପୁଣି ନଗଦ ଟଙ୍କା ଓ ସୁନା ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ଅର୍ପିତାଙ୍କ ଘରୁ 27.9 କୋଟି ଟଙ୍କା ଓ 4.31 କୋଟି ଟଙ୍କାର ସୁନା ଜବତ କରିଛି ଇଡି ।

ଏହା ବି ପଢନ୍ତୁ...ଅଗଷ୍ଟ ୩ ଯାଏଁ ED ହେପାଜତରେ ରହିବେ ପାର୍ଥ ଚାଟାର୍ଜୀ-ଅର୍ପିତା

ପ୍ରଥମ ଥର ଅର୍ପିତାଙ୍କ ଘରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । 20 କୋଟି ଟଙ୍କା ନଗଦ ଜବତ ହେବା ପରେ ଏକାଧିକ ଘଣ୍ଟା ଜେରା ହୋଇଥିଲେ ଅର୍ପିତା ମୁଖାର୍ଜୀ । ଆଉ ଥରେ ପୁଣି ଇଡି ଅର୍ପିତାଙ୍କ ଘରେ ଚଢାଉ କରଥିଲା । ପୁଣି ପାଖାପାଖି 7 କୋଟି ଓ ସୁନାଗହଣା ସହ ସୁନା ଜିତିଷ ଜବତ କରିଛି ଇଡି । ଜବତ ସୁନାର ମୂଲ୍ୟ 4.31 କୋଟି ଟଙ୍କା ହେବ । ୨୦୧୪ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କ ଏକାଧିକ ସ୍ଥାନରେ ଇଡି ବାରମ୍ବାର ଚଢ଼ାଉ କରି ଚାଲିଛି । ଶିକ୍ଷକ ନିଯୁକ୍ତ ଘୋଟାଲାରେ ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ଅଗଷ୍ଟ 3 ଯାଏ ଇଡି ହେପାଜତରେ ଅଛନ୍ତି ।

ଏହା ବି ପଢନ୍ତୁ...SSC Scam: କିଏ ଏହି ଅର୍ପିତା ମୁର୍ଖାଜୀ ? ଓଡିଶା ସହ କଣ ରହିଛି ଲିଙ୍କ୍‌

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.