ETV Bharat / bharat

ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲା; ସୁପ୍ରିମକୋର୍ଟ ଗଲେ ମମତା - ସିବିଆଇ

ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲା । କୋଲକୋତା ହାଇକୋର୍ଟଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ମମତା । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲା ; ସୁପ୍ରିମକୋର୍ଟ ଗଲେ ମମତା

author img

By

Published : Sep 2, 2021, 9:08 AM IST

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲା । ଏ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଛନ୍ତି କୋଲକୋତା ହାଇକୋର୍ଟ । ଏନେଇ ହାଇକୋର୍ଟଙ୍କ ବିରୋଧରେ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । କୋଲକାତା ହାଇକୋର୍ଟଙ୍କ ଏ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ ମମତା ଆପଣେଇଛନ୍ତି ଏ ରାସ୍ତା ।

ସିବିଆଇ ପଶ୍ଚିମବଙ୍ଗରେ ହୋଇଥିବା ପରବର୍ତ୍ତୀ ହିଂସା ମାମଲାରା ଜଡିତ ଆଉ 10ଟି ମାମଲା ପଞ୍ଜିକୃତ କରିଛି । ହିଂସା ମାମଲା ୩୧କୁ ବୃଦ୍ଧି ପାଇଛି । ଏଥିରେ ଦୁଇଟି ଗଣଦୁଷ୍କର୍ମ ଓ ଦୁଷ୍କର୍ମ ମାମଲା, ନିର୍ଯାତନା ସହ ୬ଟି ମର୍ଡର କେସ ରହିଛି । ଏହାସହ ସମ୍ପତ୍ତି ନଷ୍ଟ ଭଳି ସଙ୍ଗୀନ ମାମଲା ମଧ୍ୟ ପଞ୍ଜିକୃତ କରିଛି ସିବିଆଇ ।

ସୂଚନା ଥାଉକି, ଗତ ମେ’ 2ରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା । ଏହାପରେ ରାଜ୍ୟରେ ହୋଇଥିବା ହିଂସା ସମ୍ପର୍କରେ NHRC କମିଟି ରିପୋର୍ଟ ଦାଖଲ କରିବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଆସିଥିଲା । ତେବେ ଚଳିତ ଥର ନିର୍ବାଚନ ୮ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ବେଳେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ବିଜେପିକୁ ହରାଇ ବିଜୟର ମୁକୁଟ ପିନ୍ଧିଥିଲେ ।

ସିବିଆଇ ପଞ୍ଜିକୃତ କରିଥିବା ମାମଲା ଏସମସ୍ତ ମାମଲା ମଧ୍ୟ ରହିଛି । ପଶ୍ଚିମବଙ୍ଗର ଜଗଧାରୀ ଗାଁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା । ସ୍ଥାନୀୟ କ୍ଷେତରୁ ତାଙ୍କର ମୃତଦେହ ମିଳିଥିବା କହିଛି ସିବିଆଇ । ସେହିପରି ବୀରଭୂମି ଜିଲ୍ଲାରେ ଜଣଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ମାମଲା ମଧ୍ୟ ରହିଛି । ଦକ୍ଷିଣ ୨୪ ପରଗନା ଜିଲ୍ଲାର ରାମନଗରରେ ଜଣଙ୍କୁ ହତ୍ୟା କରାଯାଇଥିବା ମାମଲା ମଧ୍ୟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.