ETV Bharat / bharat

ବଙ୍ଗଳା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ତୃଣମୂଳ ରକ୍ତପାତ ବନ୍ଦ କରିପାରିବ କି ?

ବଙ୍ଗଳାର ଜଙ୍ଗଲମହଲ ଶୁଖିଲା ଲାଲ ମାଟିରେ ସୃଷ୍ଚି ଫାଟରେ ପାଣି ନୁହେଁ, ରକ୍ତ ପ୍ରବାହିତ ହେଉଛି । ଆଉ ଏ ଅଞ୍ଚଳ ଅନ୍ତର୍ଗତ ଝରଗ୍ରାମ, ବାଙ୍କୁରା, ପୁରୁଲିଆ, ପଶ୍ଚିମ ଏବଂ ପୂର୍ବ ମେଦିନିପୁରରେ ଶନିବାର ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି । ଅଧିକ ପଢନ୍ତୁ...

ବଙ୍ଗଳା ନିର୍ବାଚନ
ବଙ୍ଗଳା ନିର୍ବାଚନ
author img

By

Published : Mar 27, 2021, 11:52 AM IST

ବଙ୍ଗଳାର ଜଙ୍ଗଲମହଲ ଶୁଖିଲା ଲାଲ ମାଟିରେ ସୃଷ୍ଚି ଫାଟରେ ପାଣି ନୁହେଁ, ରକ୍ତ ପ୍ରବାହିତ ହେଉଛି । ଆଉ ଏ ଅଞ୍ଚଳ ଅନ୍ତର୍ଗତ ଝରଗ୍ରାମ, ବାଙ୍କୁରା, ପୁରୁଲିଆ, ପଶ୍ଚିମ ଏବଂ ପୂର୍ବ ମେଦିନିପୁରରେ ଶନିବାର ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି । ଏସବୁ ଜିଲ୍ଲାରେ ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ପାଇଁ ଲୋକେ ଲମ୍ବା ଲାଇନରେ ଆସିବେ ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ 30ଟି ବିଧାନସଭା ନିର୍ବାଚନମଣ୍ଡଳୀରେ କିପରି ମୁକ୍ତ ଓ ଅବାଧ ମତଦାନ ସମ୍ପନ୍ନ ହେବ ସେଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ହେଲେ ଗାରବେଟା କିମ୍ବା ସାଲବୋନି ପରି ନିର୍ବାଚନମଣ୍ଡଳୀରେ ଲୋକଙ୍କ ମନରେ ପୂର୍ବରୁ ଯେଉଁ ଭୟ ଭରି ରହିଛି ତାହା ଦୂର କରିବାରେ 10 ହଜାର 288 ବୁଥ୍ ଜଗୁଥିବା 732 କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଯଥେଷ୍ଟ କି ? ନା ବିନପୁର, ନୟାଗ୍ରାମ, ଗୋପିବଲ୍ଲଭପୁର, ଝରଗ୍ରାମ, ବାଘମୁଣ୍ଡି, ବଳରାମପୁର କିମ୍ବା ବନ୍ଦୱାନରେ ମାଓବାଦୀଙ୍କ ଦ୍ବାରା ପୁଣି ଥରେ ରକ୍ତପାତ ହେବ କି ?

ଏହା ନିଃସନ୍ଦେହ ଯେ, ଗଣତନ୍ତ୍ରର ଉତ୍ସବ ମୋଟ ଉପରେ ଲୋକଙ୍କ ମଧ୍ୟରେ ନୂଆ ଆଶା ଆଣିଥାଏ । କିନ୍ତୁ ଉଭୟ ବାମ ସାମ୍ମୁଖ୍ୟ ବିଶେଷ କରି ସିପିଆଇ(ଏମ୍) ଏବଂ ମମତା ବାନାର୍ଜୀ ନିଶ୍ଚିତ ଭାବେ ଜଙ୍ଗଲମହଲରେ ସଂଘଟିତ ରକ୍ତପାତ ସମ୍ପର୍କରେ ଅବଗତ ଥିବେ । ଗାରବେଟା ଓ ସାଲବୋନି ନିର୍ବାଚନ କ୍ଷେତ୍ରରେ କିପରି ରକ୍ତପାତ ହୋଇଥିଲା, ଗାରବେଟାର ସିପିଆଇ(ଏମ୍) ପ୍ରାର୍ଥୀ ତପନ ଘୋଷ ଏବଂ ସାଲବୋନିର ସିପିଆଇ(ଏମ୍) ପ୍ରାର୍ଥୀ ସୁଶାନ୍ତ ଘୋଷ ସେ ନେଇ ସମସ୍ତଙ୍କ ତୁଳନାରେ ଅଧିକ ଜାଣିଥିବେ ।

ଯେତେବେଳେ ବି ଏହି ଦୁଇଟି ଆସନରେ ନିର୍ବାଚନ ଅନୁଷ୍ଠିତ ହୁଏ, ସେତେବେଳେ 2001 ଜାନୁଆରୀ 4 ତାରିଖ ରାତିର ସେହି କରାଳ ଦୃଶ୍ୟ ବାମ ଦଳର ସମ୍ଭାବନାକୁ ପ୍ରଭାବିତ କରିଥାଏ । ଆଜି ଏହାର ପୁନରାବୃତ୍ତି ହେବ। ଗାରବେଟାର ଛୋଟୋ-ଅଙ୍ଗାରିଆ ଗାଁ ସେହି କାଳ ରାତିରେ ଏକ ରକ୍ତପାତ ଘଟଣା ଯାହାକି ଏଯାଏଁ ଲୋକଙ୍କୁ ମନରୁ ଦୂର ହୋଇନାହିଁ । ବହୁସଂଖ୍ୟାରେ ତୃଣମୂଳ କଂଗ୍ରେସ ସମର୍ଥକଙ୍କୁ ସିପିଆଇ(ଏମ୍) ସମର୍ଥିତ ଗୁଣ୍ଡାଙ୍କ ଦ୍ବାରା ଗୁଳି କରି ନିର୍ମମ ହତ୍ୟା କରାଯାଇଥିଲା ।

ସୁଶାନ୍ତ ଘୋଷ ସେ ସମୟରେ ବାମ ସାମ୍ମୁଖ୍ୟ ସରକାରରେ ଜଣେ ମନ୍ତ୍ରୀ ଥିଲେ । ତାଙ୍କର ଦୁଇ ଘନିଷ୍ଠ ସହଯୋଗୀ ତପନ ଘୋଷ ଏବଂ ଦଳର ଜୋନାଲ କମିଟି ସମ୍ପାଦକ ସୁକୁର ଅଲ୍ଲି ଏହି ଗଣହତ୍ୟାର ମାଷ୍ଟରମାଇଣ୍ଡ ଥିବା ଅଭିଯୋଗ ହୋଇଥିଲା । ସୁଶାନ୍ତ ଘୋଷ ଗାରବେଟା କଙ୍କାଳ ଉଦ୍ଧାର ଘଟଣାରେ ମଧ୍ୟ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା ଏବଂ ସିପିଆଇ(ଏମ୍) ତାଙ୍କୁ ନିଲମ୍ବନ କରିଥିଲେ । ଏକ ଲୋମହର୍ଷଣକାରୀ ହତ୍ୟା ମାମଲାରେ 2002ରେ ବେଣଛାପଡ଼ାରେ ଘୋଷଙ୍କ ଘର ନିକଟରେ ଖୋଳାଯାଇ ସାତଟି କଙ୍କାଳ ଉଦ୍ଧାର କରାଯାଇଥିଲା । ସେ ସମୟରେ ଚହଳ ପକାଇଥିବା ଗାରବେଟା କଙ୍କାଳ ମାମଲାରେ 1987ରୁ ପଶ୍ଚିମ ବଙ୍ଗ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଥିବା ସୁଶାନ୍ତ ଘୋଷଙ୍କୁ ଅପରାଧ ଲୁଚାଇବା ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ କରିଥିଲା ।

କିନ୍ତୁ ସେହି ସୁଶାନ୍ତ ଘୋଷ ମମତା ବାନାର୍ଜୀଙ୍କ 2001 ସ୍ଲୋଗାନ “କେଶପୁର ସିପିଆଇ(ଏମ) ପାଇଁ ହେବ ଶେଷପୁର” ଏବଂ 2011ରେ ତୃଣମୂଳ କଂଗ୍ରେସ ସୃଷ୍ଟି କରିଥିବା ଝଡ଼କୁ ଚତୁରତାର ସହ ମୁକାବିଲା କରିଥିଲେ । କିନ୍ତୁ 2016 ବେଳକୁ କୋର୍ଟ ଆଦେଶ ବଳରେ ସୁଶାନ୍ତଙ୍କୁ ପଶ୍ଚିମ ମେଦିନିପୁର ପ୍ରବେଶରେ କଟକଣା ଲାଗିଥିଲା ଏବଂ ଟିଏମସି 61 ହଜାର ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଥିଲା । ଏହାର ତିନି ବର୍ଷ ପରେ ପୁଣି ଚକ ଘୁରିଥିଲା ଏବଂ 2919 ସାଧାରଣ ନିର୍ବାଚନରେ ସେହି ଗାରବେଟା ଆସନରୁ ବିଜେପି 8 ହଜାରରୁ ଅଧିକ ଭୋଟରେ ତ୍ରୁଣମୂଳକୁ ହରାଇଥିଲା । ସିପିଆଇ(ଏମ) ବେଶ ଭଲ ଭାବେ ଜାଣିଥିଲା ଯେ, ସାଲବୋନି ହେଉ କି ଗାରବେଟା ବା ଖେଜୁରୀ ଏସବୁ ଆସନରୁ ସୁଶାନ୍ତ ଘୋଷ କିମ୍ବା ତପନ ଘୋଷ କିମ୍ବା ହିମାଂଶୁ ଦାସଙ୍କ ଠାରୁ ଆଉ କେହି ଭଲ ପ୍ରାର୍ଥୀ ନୁହଁନ୍ତି । ପୁଣି ଥରେ ବାମ ଦଳ ଏମାନଙ୍କୁ ଲାଲ ଦୁର୍ଗରେ ପ୍ରାର୍ଥୀ କରିଛି, ଆଜି ସେମାନେ ସେମାନଙ୍କର ଭାଗ୍ୟ ପରୀକ୍ଷା କରୁଛନ୍ତି ।

30ଟି ଆସନ ପାଇଁ ପ୍ରଥମ ଚରଣରେ ଭୋଟ ନିଆଯାଉଥିବା ବଙ୍ଗଳାର ଜଙ୍ଗଲମହଲ ପ୍ରକୃତରେ ବିଜେପି ପାଇଁ ନୂଆ ଆବିଷ୍କାର ହୋଇଛି । 2016 ବିଧାନସଭା ନିର୍ବାଚନରେ ତୃଣମୂଳ ଏହି 30ଟି ଆସନ ମଧ୍ୟରୁ 27ଟିରେ ଜିତିଥିବା ବେଳେ କଂଗ୍ରେସ 2ଟି ଏବଂ ବାମ ଦଳକୁ ଗୋଟିଏ ଆସନ ମିଳିଥିଲା । କିନ୍ତୁ ବିଜେପି ଖାତା ଖୋଲି ପାରିନଥିଲା। ତେବେ 2019 ଲୋକସଭା ନିର୍ବାଚନରେ ଗଣିତ ବଦଳି ଯାଇଥିଲା । ତୃଣମୂଳକୁ ମାତ୍ର 10ଟି ଏଂ ବିଜେପିକୁ 20ଟି ବିଧାନସଭା କ୍ଷେତ୍ରରେ ଅଗ୍ରଣୀ ମିଳିଥିଲା । ଏଥର ପ୍ରାକ୍ ନିର୍ବାଚନୀ ମେଣ୍ଟ କରି ଲଢୁଥିବା ଉଭୟ କଂଗ୍ରେସ ଓ ବାମ ଦଳ ପାଇଁ କଠିନ ସ୍ଥିତି ସୃଷ୍ଟି ହୋଇଛି । 2019 ଫଳାଫଳ ଅନୁଯାୟୀ ମମତା ପୂର୍ବ ମେଦିନିପୁର ଜିଲ୍ଲାର 6ଟି ଆସନ ଓ ଝରଗ୍ରାମ ଜିଲ୍ଲାର କେବଳ ବିନପୁର ଆସନ ଜିତିଥିଲେ । ପ୍ରଥମ ପର୍ଯ୍ୟାୟରେ ଯେଉଁସବୁ ଆସନରେ ଭୋଟ ନିଆଯାଉଛି ପ୍ରାୟ ଅଧିକାଂଶ ଆସନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା । ଭୋଟ ରେକର୍ଡ ଅନୁଯାୟୀ 2016ରୁ 2019 ମଧ୍ୟରେ ବିଜେପିର ଭୋଟ ସେୟାର ମାତ୍ର 3 ପ୍ରତିଶତରୁ ଯାଇ 38 ପ୍ରତିଶତରେ ପହଞ୍ଚିଛି । ବାସ୍ତବରେ ଅଧିକ ବିପର୍ଯ୍ୟୟ ରୋକିବା ମମତା ବାନାର୍ଜୀଙ୍କ ପାଇଁ ପ୍ରକୃତରେ ଚ୍ୟାଲେଞ୍ଜ ହେବ । ମେ 2’ରେ ଏହାର ଉତ୍ତର ମିଳିବ ।

-ଦୀପଙ୍କର ବୋଷ, ନ୍ୟୁଜ କୋର୍ଡିନେଟର (ଇଟିଭି ଭାରତ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.