ETV Bharat / bharat

ପଶ୍ଚିମବଙ୍ଗରେ ବିଜେପି ବିଧାୟକଙ୍କୁ ଆକ୍ରମଣ ଅଭିଯୋଗ - ରାଜନୈତିକ ହିଂସା

ବିଜେପି ବିଧାୟକ ଦିବାକର ଗରାମିଙ୍କୁ ଟିଏମସି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ । ଟ୍ବିଟ କରି ସୂଚନା ଦେଲେ ଶୁଭେନ୍ଦୁ ଅଧିକରୀ ।

Bengal BJP claims MLA, workers attacked by 'TMC goons'; police say no such incident reported
ପଶ୍ଚିମବଙ୍ଗରେ ବିଜେପି ବିଧାୟକଙ୍କୁ ଆକ୍ରମଣ ଅଭିଯୋଗ
author img

By

Published : Jul 5, 2021, 11:18 AM IST

କୋଲକାତା: ପଶ୍ଚିମବଙ୍ଗରେ ଥମିବାର ନାଁ ଧରୁନି ରାଜନୈତିକ ହିଂସା । କେତେବେଳେ ବିଜେପି କର୍ମୀଙ୍କ ଉପରେ ଟିଏମସି କର୍ମୀ ଆକ୍ରମଣ କରୁଛନ୍ତି ତ ଆଉ କେତେବେଳେ କର୍ମୀଙ୍କ ଗାଡି ଭାଙ୍ଗୁଛନ୍ତି । ରବିବାର ଦିନ ବିଜେପି ବିଧାୟକ ଦିବାକର ଗରାମିଙ୍କୁ ଟିଏମସି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଉଛି । ବାଙ୍କୁରା ଜିଲ୍ଲାର ମାଣିକବାଜାର ପଞ୍ଚାୟତ ଅଞ୍ଚଳରେ ତାଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

ଏନେଇ ବିଳମ୍ବିତ ରାତିରେ ଟ୍ବିଟ କରି ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକରୀ କରିଛନ୍ତି ଯେ, ସୋନମୁଖୀ ବିଧାୟକ ଦିବାକର ଗରାମିଙ୍କୁ ମାଣିକବାଜାର ପଞ୍ଚାୟତ ଅଞ୍ଚଳରେ ଟିଏମସି ଗୁଣ୍ଡଙ୍କ ଦ୍ବାରା ଆକ୍ରମଣ କରିଥିଲେ । ତାଙ୍କ ସହ ଥିବା 7 ଜଣ ଦଳୀୟ ସଦସ୍ୟ ମଧ୍ୟ ଗୁରୁତର ହୋଇଥିଲେ । ଏବଂ ସେମାନଙ୍କୁ ବାଙ୍କୁରା ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ସେପଟେ ଏନେଇ ଶୁଭେନ୍ଦୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ମମତାଙ୍କ ଜଙ୍ଗଲ ରାଜ୍ୟରେ ଜଣେ ବି ବିଜେପି ବିଧାୟକ ସୁରକ୍ଷିତ ନୁହଁନ୍ତି । ସେପଟେ ଶୁଭେନ୍ଦୁଙ୍କ ଆକ୍ରମଣ ଅଭିଯୋଗକୁ ଖଣ୍ତନ କରିଛନ୍ତି ଟିଏମସିର ଅନ୍ୟ ଜଣେ ନେତା । ସେ କହିଛନ୍ତି ଯେ ଶୁଭେନ୍ଦୁ ମିଛ କହୁଛନ୍ତି ଏବଂ ଟିଏମସି ଦ୍ବାରା ଏପରି ଆକ୍ରମଣ ହୋଇନାହିଁ । ଅନ୍ୟପଟେ, ଅତିରିକ୍ତ ପୋଲିସ ଅଧୀକ୍ଷକ ଗଣେଶ ବିଶ୍ବ କହିଛନ୍ତି। ଏ ଘଟଣା ନେଇ ସେ କୈଣସି ସୂଚନା ପାଇ ନାହାଁନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.