ETV Bharat / bharat

PMGKAY ଯୋଜନାର ସମ୍ପ୍ରସାରଣ, ଆଉ ୩ ମାସ ମାଗଣା ରାସନ ପାଇବେ ହିତାଧିକାରୀ - ୩ ମାସ ପାଇଁ ମାଗଣା ରାସନ୍‌ ପାଇବେ ହିତାଧିକାରୀ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହେଲା ସମ୍ପ୍ରସାରଣ । ୩ ମାସ ପାଇଁ ମାଗଣା ରାସନ୍‌ ପାଇବେ ହିତାଧିକାରୀ । ସପ୍ତମ ଥର ପାଇଁ PMGKAY ଯୋଜନାରେ ସମ୍ପ୍ରସାରଣ । ଅଧିକ ପଢ଼ନ୍ତୁ

PMGKAY ଯୋଜନାର ସମ୍ପ୍ରସାରଣ, ଆଉ ୩ ମାସ ମାଗଣା ରାସନ ପାଇବେ ହିତାଧିକାରୀ

author img

By

Published : Sep 28, 2022, 9:25 PM IST

ନୂଆଦିଲ୍ଲୀ: ୩ ମାସ ପାଇଁ ମାଗଣା ରାସନ୍‌ ପାଇବେ ହିତାଧିକାରୀ । କେନ୍ଦ୍ର ସରକାର ଆଉ ୩ ମାସ ପାଇଁ ମାଗଣା ରାସନ୍‌ ଯୋଗାଇ ଦେବେ । କେନ୍ଦ୍ର ଅର୍ଥନୈତିକ କ୍ୟାବିନେଟ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସପ୍ତମ ଥର ପାଇଁ PMGKAY ଯୋଜନାରେ ସମ୍ପ୍ରସାରଣ କରାଯାଉଛି । ଫଳରେ ଡିସେମ୍ବର ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ମାଗଣା ରାସନ ଯୋଗାଇ ଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ହିତାଧାକାରୀଙ୍କୁ ରାସନ ଯୋଗାଇ ଦିଆଯିବ ।

୨୦୨୦ରେ କୋଭିଡ-୧୯ ସଂକ୍ରମଣ ବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନାରେ ହିତାଧୀକାରୀଙ୍କୁ ୫ କେଜି ମାଗଣା ରାସନ ଯୋଗାଇ ଦିଆଯାଉଛି । ଏହି ଯୋଜନା ସମ୍ପ୍ରସାରଣ ଫଳରେ କେନ୍ଦ୍ର ସରକାର ୪୪୭୬୨.୦୭ କୋଟି ଟଙ୍କା ଖର୍ଚ୍ଚ କରିବେ ।

ସେପ୍ଟେମ୍ବର ୩୦ ତାରିଖରେ ଏହି ଯୋଜନାର ଅବଧି ଶେଷ ହେବାକୁ ଥିଲା । କିନ୍ତୁ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏହି ଯୋଜନାର ସମ୍ପ୍ରସାରଣ କରାଯାଇଛି । ସେପଟେ ଏହାକୁ ନେଇ ବିରୋଧୀ ବିଜେପି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ଚଳିତ ବର୍ଷ ଶେଷ ବେଳକୁ ଗୁଜରାଟ ଓ ହିମାଚଳ ପ୍ରଦେଶରେ ନିର୍ବାଚନ ଥିବାରୁ ଏହି ଯୋଜନାର ସମ୍ପ୍ରସାରଣ କରାଯାଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

ଯୋଜନା ସମ୍ପ୍ରସାରଣକୁ ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, "ମନ୍ତ୍ରୀମଣ୍ଡଳ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧି ଆଗାମୀ ୩ ମାସ ପାଇଁ ବୃଦ୍ଧି କରିବାକୁ ମଞ୍ଜୁରୀ ଦେଇଛନ୍ତି । ଆଗାମୀ ୩ ମାସରେ LMT ରାସନ୍‌ ଦେଶର ୮୦ କୋଟି ଗରିବଙ୍କୁ ବଣ୍ଟନ କରାଯିବ ।"

ସେପଟ ବିତ୍ତ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, '' ବର୍ତ୍ତମାନ ଋଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଥିବାରୁ ଅଧିକାଂଶ ସାମଗ୍ରୀରେ ଲୋକଙ୍କୁ ରିହାତି ଦିଆଯାଉଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମ୍ପ୍ରାସାରଣ ଦ୍ବାରା ବିତ୍ତ ମନ୍ତ୍ରଣାଳୟ ଉପରେ ଚାପ ବଢ଼ିବ । ଗତ ଦୁଇ ବର୍ଷ ମଧ୍ୟରେ ଏହି ଯୋଜନାରେ ୨.୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ।''

୨୦୨୦ ମସିହା ମାର୍ଚ୍ଚ ମାସରେ କୋଭିଡ ସଂକ୍ରମଣ ଯୋଗୁଁ ଲକ୍‌ଡାଉନ ଘୋଷଣା ହୋଇଥିଲା । ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ । ୮୦ କୋଟି ଗରିବଙ୍କୁ ମାଗଣାରେ ରାସନ ଯୋଗାଇବା ଏହି ଯୋଜନାର ଲକ୍ଷ ଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.