ବେଙ୍ଗାଲୁରୁ: ମୃତ୍ୟୁ ହୋଇ ସାରିଥିବା ପୁଅକୁ ଫେରାଇ ଆଣିବା ପାଇଁ ଅନ୍ଧବିଶ୍ବାସର ସୀମା ଟପିଲେ ପିତାମାତା । ମୃତ ପୁଅକୁ ଲୁଣ ମଧ୍ୟରେ ପୋତିଥିବା ଦେଖିବାକୁ ମିଳିଛି । ଏପରି କଲେ ତାଙ୍କ ପୁଅ ପୁଣି ଜୀବନ୍ତ ଭାବେ ଫେରିଆସିବ ବିଶ୍ବାସ କରି ଏପରି କାର୍ଯ୍ୟ କରିଛନ୍ତି ମୃତକର ପିତାମାତା । ଏପରି ଘଟଣା ରବିବାର କର୍ଣ୍ଣାଟକର ସିରୱାଡା ଗାଁରେ ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁସାରେ ଗାଁର ସୁରେଶ(୧୦) ପହଁରୁଥିବାବେଳେ, ପାଣିରେ ବୁଡ଼ି ମୃତ୍ୟୁ ହୋଇଥିଲା । ଘଟଣା ସମ୍ପର୍କରେ ଖବର ପାଇବା ପରେ ସୁରେଶର ପିତମାତା ଲୁଣ ବସ୍ତା ଧରି ସେଠାରେ ପହଞ୍ଚିଥିଲେ । ଏହାପରେ ପୁଅକୁ ମୁଣ୍ଡ ଛାଡ଼ି ସମ୍ପୂର୍ଣ୍ଣ ଶରୀରରକୁ ଲୁଣରେ ଘୋଡ଼ାଇଥିଲେ । ପ୍ରାୟ ୫ ଘଣ୍ଟା ଅପେକ୍ଷା କରିବା ପରେ ତାଙ୍କ ପୁଅ ଜୀବନ୍ତ ଅବସ୍ଥାରେ ଫେରିନଥିଲା । ଏହାପରେ ସେମାନେ ଶେଷରେ ପୁଅର ଅନ୍ତିମ ସଂସ୍କାର କରିଛନ୍ତି ।
ଏହା ବି ପଢନ୍ତୁ- ଲକ୍ଷ୍ନୌର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ତ: ଦୁଇ ମୃତ, ଉଦ୍ଧାର କାର୍ଯ୍ୟ ଜାରି
ପାଣିରେ ବୁଡ଼ି ପ୍ରାଣ ହରାଇଥିବା ବ୍ୟକ୍ତିକୁ ଲୁଣରେ ପୋତିଦେଲେ ସେ ଜୀବନ୍ତ ହୋଇଉଠେ ବୋଲି କହିଥିଲେ । ଏହା ଶୁଣିବା ପରେ ମୃତ ସୁରେଶ ପିତାମାତା ସମାନ ଉପାୟ ଆପଣାଇଥିଲେ । ପିଲାଟି ବୁଡ଼ିଯିବା ପରେ ସେ ଡାକ୍ତରଖାନା ନ ନେଇ ଲୁଣ ମଧ୍ୟରେ ତାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୋତିକି ରଖିଥିଲେ । ମାତ୍ର କୌଣସି ସୁଫଳ ମିଳିନଥିଲା । ଶେଷରେ ସେମାନେ ପୁଅର ଅନ୍ତିମ ସଂସ୍କାର ପାଇଁ ସ୍ଥିର କରିଥିଲେ ।
ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ଗାଁଗଣ୍ଡା ମାନଙ୍କରେ ଅନ୍ଧବିଶ୍ବସାର ବଶବର୍ତ୍ତୀ ହୋଇ ରହିଛନ୍ତି ଲୋକେ । ସାପ କାମୁଡ଼ାଠାରୁ ଆରମ୍ଭ କରି ଅନେକ ପ୍ରକାରର ରୋଗ ସମୟରେ ଡାକ୍ତରଖାନା ଆଣିବା ପରିବର୍ତ୍ତେ ସେମାନେ ଅନ୍ଧବିଶ୍ବାସକୁ ଆପଣାଇଥାନ୍ତି । ଫଳରେ କେତେକ ସଠିକ ସମୟରେ ଚିକିତ୍ସା ନ ପାଇଁ ରୋଗୀ ଜଣକ ମୃତ୍ୟୁବରଣ କରୁଥିବା ଖବର ମଧ୍ୟ ନଜିର ରହିଛି । ବାରମ୍ବାର ଏ ନେଇ ଲୋକଙ୍କୁ ସଚେତନ କରାଗଲେ ମଧ୍ୟ ସେମାନେ ପରିସ୍ଥିତିର ବଶବର୍ତ୍ତୀ ହୋଇ ଏଭଳି ମୂଲ୍ୟହୀନ କାର୍ଯ୍ୟକୁ ବିଶ୍ବାସ କରିଥାନ୍ତି ।