ନୂଆଦିଲ୍ଲୀ: ଦିନକ ପରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ହେବାକୁ ଯାଉଛି ମତଦାନ । ଏହା ପୂର୍ବରୁ ତୈଳଦର ବୃଦ୍ଧି ଓ ବେରୋଜଗାରୀକୁ ନେଇ ମୋଦି ସରକରାଙ୍କୁ ଘେରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ପାଖାପାଖି 3 ଦଶନ୍ଧି ଧରି ରାଜ୍ୟସଭାରେ ଆସାମର ପ୍ରତିନିଧିତ୍ବ କରିଥିବା ମନମୋହନ ସିଂହ ବିଜେପି ଉପରେ ଧର୍ମ ଓ ଭାଷା ନାଁରେ ବିଭାଜନର ଅଭିଯୋଗ ଲଗାଇଛନ୍ତି ।
ଆସାମ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ଜନସାଧାରଣଙ୍କୁ ବିକାଶ ପାଇଁ କଂଗ୍ରେସ ନେତୃତ୍ବାଧିନ ମହାମେଣ୍ଟ ସପକ୍ଷରେ ମତଦାନ କରିବାକୁ ଅପିଲ କରିଛନ୍ତି ମନମୋହନ । ପୂର୍ବତନ ପ୍ରଧାନମନ୍ତ୍ରୀ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ଅନେକ ବର୍ଷ ଯାଏଁ ଆସାମ ମୋ ଘର ହୋଇ ରହିଥିଲା । ରାଜ୍ୟସଭାରେ ଆସାମର 28 ବର୍ଷ ଯାଏଁ ପ୍ରତିନିଧିତ୍ବ କରିବା ମୋ ପାଇଁ ସୌଭାଗ୍ୟର ବିଷୟ । ସ୍ନେହ ଓ ସମର୍ଥନ ପାଇଁ ଆସାମର ଜନସାଧାରଣଙ୍କ ପ୍ରତି ଆଭାର ପ୍ରକଟ କରିଛନ୍ତି ସିଂହ ।
ମନମୋହନ ସିଂହ କହିଛନ୍ତି, ଆସାମର ଜନସାଧାରଣ ମୋତେ 5 ବର୍ଷ ଦେଶର ଅର୍ଥମନ୍ତ୍ରୀ ଭାବେ ସେବା କରିବାର ସୁଯୋଗ ଦେଇଛନ୍ତି । ତେବେ ଏହି ବିଧାନସଭା ନିର୍ବାଚନରେ ବୁଝିବିଚାରି ମତଦାନ କରିବାର ସମୟ ଆସିଥିବା ଲୋକଙ୍କୁ ଅନୁରୋଧ କରିଛନ୍ତି ମନମୋହନ ସିଂହ ।