ETV Bharat / bharat

ବିଧାନସଭା ନିର୍ବାଚନର ପୂର୍ବାନୁମାନ-ଉତ୍କଣ୍ଠା, କିଏ ମାରିବ ବାଜି ? କିଛି ସମୟ ପରେ ଗଣତି ଆରମ୍ଭ - ଇଟିଭି ଭାରତ ଏକଜିଟ ପୋଲ

ରବିବାର ଆସିବ 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳ ! ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀରେ କିଏ ଆସିବ କ୍ଷମତାକୁ, କିଏ ପିନ୍ଧିବ ବିଜୟର ମୁକୁଟ ? ଏ ନେଇ ଉତ୍କଣ୍ଠା ବଢିଥିବାବେଳେ ଇଟିଭି ଭାରତ ସମେତ କେତେକ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ଏକଜିଟ ପୋଲ ଉପରେ ପକାନ୍ତୁ ନଜର...

ବିଧାନସଭା ନିର୍ବାଚନର ପୂର୍ବାନୁମାନ-ଉତ୍କଣ୍ଠା , କିଏ ମାରିବ ବାଜି ?

author img

By

Published : May 1, 2021, 9:40 PM IST

Updated : May 2, 2021, 6:57 AM IST

ହାଇଦ୍ରାବାଦ: ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ଭୋଟ, ଗଣତି ରବିବାର ସକାଳେ ଆରମ୍ଭ ହେବ । ଫଳାଫଳକୁ ନେଇ ବିଭିନ୍ନ ପୂର୍ବାନୁମାନ କରାଯାଇଛି । ଫେବୃଆରୀ ୨୬ ତାରିଖରେ ନିର୍ବାଚନ କମିଶନ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ କେନ୍ଦ୍ରଶାସିତ ଅଂଚଳ ପୁଡୁଚେରୀରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ମୋଟ ୮୨୪ ବିଧାନସଭା ଆସନରେ ପ୍ରତିନିଧ ବାଛିବା ପାଇଁ ୧୮ କୋଟିରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ । ୨ ଲକ୍ଷ ୭୦ ହଜାର ମତଦାନ କେନ୍ଦ୍ରରେ ମତଦାନ ହୋଇଛି । ତେବେ ରବିବାର ଭୋଟ୍ ଗଣତି ହେବା ପୂର୍ବରୁ ଫଳାଫଳ ନେଇ ଉତ୍ସୁକତା ପ୍ରକାଶ ପାଇଛି ।

ଆସାମ :

ଆସାମରେ ୧୨୬ ଆସନ ବିିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ତିନି ପର୍ଯ୍ୟାୟରେ ମତଦାନ ହୋଇଥିଲା ।

ଆସାମ ଏକଜିଟ ପୋଲ
ଆସାମ ଏକଜିଟ ପୋଲ

-ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ

ଆସାମରେ ଶାସକ ବିଜେପି ବିକାଶ ନାଁରେ ଭୋଟ୍ ମାଗିଥିବାବେଳେ ବିରୋଧୀ କଂଗ୍ରେସ ପାଇଁ ନାଗରିକ ସଂଶୋଧନ ଆଇନ୍ ଥିଲା ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ।

-ବଡ ଲଢେଇ

ରାଜ୍ୟରେ ବିଜେପି ଓ କଂଗ୍ରେସ ସମର୍ଥିତ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଂଟ (ଏଆଇୟୁଡିଏଫ) ମଧ୍ୟରେ ସିଧାସଳଖ ଲଢେଇ ଦେଖିବାକୁ ମିଳିଥିଲା । ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ , ବିଜେପିର ହେମନ୍ତ ବିଶ୍ୱ ଶର୍ମା,ଆସାମ ଗଣ ପରିଷଦ ସଭାପତି ଅତୁଲ ବୋରା, ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଂଟ୍‌ର ବଦରୁଦ୍ଦିନ ଆଜମଲ, ପିସିସି ସଭାପତି ରିପୁନ ବୋରା ଓ ସିଏଏ ବିରୋଧୀ କର୍ମକର୍ତ୍ତା ତଥା ରାଇଜର ଦଳ ମୁଖ୍ୟ ଅଖିଲ ଗୋଗୋଇ ପ୍ରମୁଖ ନିର୍ବାଚନ ଲଢିଛନ୍ତି ।

-ପୂର୍ବାନୁମାନ

ବିଭିନ୍ନ ଏକଜିଟ୍ ପୋଲ୍ ତ ସବୁବେଳେ ୧୦୦ ପ୍ରତିଶତ ସଠିକ୍ ସାବ୍ୟସ୍ତ ହୋଇ ନ ଥାଏ ।

ଇଟିଭି ଭାରତର ପୂର୍ବାନୁମାନ ଅନୁସାରେ ୧୨୬ ଆସନରୁ ବିଜେପି ନେତୃତ୍ୱାଧିନ ମେଣ୍ଟ ପାଖାପାଖି ୬୪ ଆସନ ପାଇବା ସମ୍ଭାବନା ରହିିଛି । କଂଗ୍ରେସ ନେତୃତ୍ୱାଧିନ ମହାମେଣ୍ଟ ପାଖାପାଖି ୫୫ ଆସନ ପାଇପାରେ । ନବଗଠିତ ଆସାମ ଜାତୀୟ ପରିଷଦ -ଏଜେପି, ରାଇଜର ଦଳ ଓ ସ୍ୱାଧୀନ ପ୍ରାର୍ଥୀମାନଙ୍କୁ ଅବଶିଷ୍ଟ ୭ଟି ଆସନ ମିଳିପାରେ ।

ଇଣ୍ଡିଆ ଟୁଡେ-ମାଇ ଆକ୍ସିସ ଓ ଟାଇମ୍ସ ନାଓ-ସିଭୋଟର ଦ୍ୱାରା କରାଯାଇଥିବା ଏକଜିଟ୍ ପୋଲ୍ କହୁଛି ଯେ, ବିଜେପିକୁ ସ୍ପଷ୍ଟ ବହୁମତ ମିଳିବ । ରିପବ୍ଲିକ୍‌-ସିଏନଏକ୍ସ ଏନଡିଏକୁ ସ୍ପଷ୍ଟ ବହୁମତ ମିଳିବା ନେଇ ପୂର୍ବାନୁମାନ କରିଛି ।

ତାମିଲନାଡୁ

ତାମିଲନାଡୁ ବିଧାନସଭାର ୨୩୪ ଆସନ ପାଇଁ ଏପ୍ରିଲ ୬ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିଲା ।

ତାମିଲନାଡୁ ଏକଜିଟ ପୋଲ
ତାମିଲନାଡୁ ଏକଜିଟ ପୋଲ

-ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ

ତାମିଲନାଡୁରେ କ୍ଷମତା ହାସଲ ପାଇଁ ଏଆଇଏଡିଏମକେ ଓ ଡିଏମକେ ମଧ୍ୟରେ ସାଧାରଣତଃ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହୋଇଥାଏ । ଏଥର ବି ବାଇପୋଲାର ଲଢେଇ ହୋଇଛି । ଡିଏମକେ ପାଇଁ ଲୋକାଲ୍ ବନାମ ଆଉଟସାଇଡର୍ ଥିଲା ମୁଖ୍ୟ ନିର୍ବାଚନୀ ରଣକୌଶଳ । ଏଆଇଡିଏମକେର ପୁଣି ବିଜୟ ହେଲେ କେନ୍ଦ୍ରରୁ ବିଜେପି ଇଶାରାରେ ଶାସନ ପରିଚାଳିତ ହେବ ବୋଲି ଡିଏମକେ କହିଥିଲା । ପ୍ରଚାର ବେଳେ ଦୁର୍ନୀତି, ନିଟ୍ ପରୀକ୍ଷା, କୋରୋନା ନିୟନ୍ତ୍ରଣ ଭଳି ପ୍ରସଙ୍ଗ ପ୍ରମୁଖ ଭାବେ ସ୍ଥାନ ପାଇଥିଲା ।

-ବଡ ଲଢେଇ

ପଦାସୀନ ମୁଖ୍ୟମନ୍ତ୍ରୀ ଏଡାପାଡି କେ. ପଲାନିସ୍ୱାମୀଙ୍କ ନେତୃତ୍ୱାଧିନ ଏଆଇଏଡିଏମକେ କ୍ଷମତା ବଜାୟ ପାଇଁ ଆଶା ରଖିଥିବା ବେଳେ ୧୦ ବର୍ଷ ପରେ ପୁଣି କ୍ଷମତାକୁ ଫେରିବା ଲକ୍ଷ୍ୟରେ ରହିଛି ମୁଖ୍ୟ ବିରୋଧୀ ଦଳ ଡିଏମକେ । ମକ୍କଲ ନିଧି ମୈୟମର କମଲ ହାସନ ଓ ଏଆଇଏଡିଏମକେର ଓ. ପନିର ସେଲଭମ ବିଧାନସଭା ନିର୍ବାଚନର ପ୍ରମୁଖ ଚେହେରା ମଧ୍ୟରେ ଅନ୍ୟତମ ।

-ପୂର୍ବାନୁମାନ

ତାମିଲନାଡୁରେ ଏଥର ମୁଖ୍ୟମନ୍ତ୍ରୀ ଏଡାପାଡି କେ. ପଲାନିସ୍ୱାମୀ ପାଇଁ ରାସ୍ତା ବନ୍ଦ ହେବା ଭଳି ଲାଗୁଛି । ଡିଏମକେ ୧୦ ବର୍ଷ ପରେ ପୁଣି କ୍ଷମତାକୁ ଆସିପାରେ । ଇଟିଭି ଭାରତ ପ୍ରୋଜେକସନ ଅନୁସାରେ ଡିଏମକେ ସାମ୍ମୁଖ୍ୟ ୧୩୩ ଆସନ ଜିତିପାରେ । ଏଆଇଏଡିଏମକେ ଏଥର ୮୯ ଆସନ ଓ ଅନ୍ୟମାନଙ୍କୁ ୧୨ଟି ଆସନ ମିଳିପାରେ । ଟାଇମ୍ସ ନାଓ-ସିଭୋଟର, ଇଣ୍ଡିଆ ଟୁଡେ-ମାଇ ଆକ୍ସିସ୍ ଓ ରିପବ୍ଲିକ-ସିଏନଏକ୍ ମଧ୍ୟ ଡିଏମକେ ସପକ୍ଷରେ ପୂର୍ବାନୁମାନ କରିଛନ୍ତି ।

କେରଳ

କେରଳରେ ୧୪୦ ଆସନ ବିଧାନସଭା ଆସନ ପାଇଁ ଏପ୍ରିଲ ୬ ତାରିଖରେ ମତଦାନ ହୋଇଥିଲା ।

କେରଳ ଏକଜିଟ ପୋଲ
କେରଳ ଏକଜିଟ ପୋଲ

ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ

ସାବରିମାଲା ମନ୍ଦିର ପ୍ରବେଶ, ରାଜ୍ୟ ସରକାରଙ୍କ ବିରୋଧରେ ଅନୁଗ୍ରହ, ପ୍ରିୟାପ୍ରୀତି ତୋଷଣ ଓ ଦୁର୍ନୀତି ଅଭିଯୋଗ ଓ ସାମାଜିକ କଲ୍ୟାଣ ପଦକ୍ଷେପ ଓ ନିପା, ବନ୍ୟା ଓ କୋରୋନା ମହାମାରୀବେଳେ ଦୃଢ ନେତୃତ୍ୱ ପ୍ରସଙ୍ଗ ଏଥର କେରଳ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ଥିଲା ।

ବଡ ଲଢେଇ

କେରଳରେ ସିପିଏମ ନେତୃତ୍ୱାଧିନ ଏଲଡିଏଫର ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ ଓ କଂଗ୍ରେସର ସି. ରଘୁନାଥ, ବିଜେପିର ସି.କେ ପଦ୍ମନାଭନ, ସିପିଏମର କେ.କେ ଶୈଳଜା ଓ କେ,ଟି ଜଲିଲ୍ , କଂଗ୍ରେସର ଉମେନ ଚାଣ୍ଡି ଓ ରମେଶ ଚେନ୍ନିଥାଲା ଓ ବିଜେପିର ଇ. ଶ୍ରୀଧରନ ଓ କେ.ସୁରେନ୍ଦ୍ରନ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଥିଲେ ଅନ୍ୟତମ ।

ପୂର୍ବାନୁମାନ

ଇଟିଭି ଭାରତ ପ୍ରୋଜେକସନ ଅନୁସାରେ ଶାସକ ସିପିଏମ ନେତୃତ୍ୱାଧିନ ଏଲଡିଏଫ ଐତିହାସିକ ଭାବେ ଲଗାତର ଦ୍ୱିତୀୟ ଥର କ୍ଷମତାକୁ ଆସିବ । ଏଲଡିଏଫକୁ ୮୨ ଆସନ ମିଳିପାରେ । ସରକାର ବିରୋଧୀ ହାୱା ଏଥର ନାହିଁ ବୋଲି ସଂକେତ ମିଳିଛି । କଂଗ୍ରେସ ନେତୃତ୍ୱାଧିନ ୟୁଡିଏଫ ୫୬ ଆସନରେ ସନ୍ତୁଷ୍ଟ ହୋଇପାରେ । ଏନଡିଏକୁ କେବଳ ଗୋଟିଏ ହିଁ ଆସନ ମିଳିବ ।

ଇଟିଭି ଭାରତ ସମେତ ଟାଇମ୍ସ ନାଓ-ସିଭୋଟର, ଇଣ୍ଡିଆ ଟୁଡେ-ମାଇଆକ୍ସିସ ଓ ରିପବ୍ଲିକ-ସିଏନଏକ୍ସ ମଧ୍ୟ ଏଲଡିଏ ବିଜୟର ପୂର୍ବାନୁମାନ କରିଛନ୍ତି ।

ପୁଡୁଚେରୀ -

କେନ୍ଦ୍ରଶାସିତ ଅଂଚଳ ପୁଡୁଚେରୀରେ ୩୦ଟି ବିଧାନସଭା ଆସନ ପାଇଁ ଏପ୍ରିଲ ୬ ତାରିଖରେ ଭୋଟ୍ ନିଆଯାଇଥିଲା ।

ପୁଡୁଚେରୀ ଏକଜିଟ ପୋଲ
ପୁଡୁଚେରୀ ଏକଜିଟ ପୋଲ

-ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ

ପୁଡୁଚେରୀକୁ ସ୍ୱତନ୍ତ୍ର କେନ୍ଦ୍ରଶାସିତ ଅଂଚଳର ମାନ୍ୟତା, କେନ୍ଦ୍ର ଅର୍ଥ କମିଶନରେ ପୁଡୁଚେରୀକୁ ସାମିଲ କରିବା, ପଛୁଆ ବର୍ଗ ଓ ଝିଅଙ୍କ ସଂରକ୍ଷଣ ଓ କୋରାନା ସଂକଟ ଏଥର ଥିଲା ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ।

ବଡ ଲଢେଇ

ଅଲ୍ ଇଣ୍ଡିଆ ଏନଆର୍ କଂଗ୍ରେସର ଏନ. ରଙ୍ଗସ୍ୱାମୀ, ରିଚାର୍ଡସ୍ ଜନକୁମାର ଓ ବିଜେପିର ଏ. ନମଶିବାୟମ ଓ ଏ. ଜନ କୁମାର ପ୍ରମୁଖ ବିଧାନସଭା ନିର୍ବାଚନର ଚର୍ଚ୍ଚିତ ଚେହେରା ।

ପୂର୍ବାନୁମାନ

ରିପବ୍ଲିକ-ସିଏନଏକ୍ସ, ଇଣ୍ଡିଆ ଟୁଡେ-ମାଇ ଆକ୍ସିସ ଏନଡିଏର ବିଜୟ ନେଇ ପୂର୍ବାନୁମାନ କରିଛନ୍ତି । ଟାଇମ୍ସ ନାଓ-ସିଭୋଟର ବିଜେପି ଏକାକୀ ସ୍ପଷ୍ଟ ବହୁମତ ହାସଲ କରିବ ବୋଲି ଆକଳନ କରିଛି ।

ପଶ୍ଚିମବଙ୍ଗ

ପଶ୍ଚିମବଙ୍ଗରେ ୨୯୨ଟି ବିଧାନସଭା ଆସନ ପାଇଁ ୮ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା ।

ପଶ୍ଚିମବଙ୍ଗ ଏକଜିଟ ପୋଲ
ପଶ୍ଚିମବଙ୍ଗ ଏକଜିଟ ପୋଲ

ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ

ଶାସକ ତୃଣମୂଳ କଂଗ୍ରେସ ବିରୋଧରେ ପ୍ରିୟାପ୍ରୀତି ତୋଷଣ ଓ ଅନୁଗ୍ରହର ଅଭିଯୋଗ ଥିଲା । ବାତ୍ୟା ଅମ୍ଫାନର ମୁକାବିଲା ଓ କେରୋନା ସଂକ୍ଟ ମଧ୍ୟ ଏଥରର ନିର୍ବାଚନ ପ୍ରଚାରରେ ପ୍ରମୁଖ ଭାବେ ସ୍ଥାନ ପାଇଥିଲା । ଆଂଚଳିକ ଜାତି ଧ୍ରୁବୀକରଣ ପ୍ରସଙ୍ଗ ମଧ୍ୟ ନିର୍ବାଚନ ପ୍ରଚାରରେ ସ୍ଥାନ ପାଇଥିଲା । ମମତା ବାନାର୍ଜୀଙ୍କ ଟିଏମସି ଲଗାତର ତୃତୀୟ ଥର କ୍ଷମତା ହାତେଇବା ଆଶାରେ ଥିବା ବେଳେ ବିଜେପି ଶକ୍ତ ବିରୋଧୀ ଦଳ ଭାବେ ଉଭା ହୋଇ କଡା ଟକ୍କର ଦେଇଛି । ଶରଣାର୍ଥୀମାନଙ୍କୁ ନାଗରିକ ମାନ୍ୟତା ଦେବା, ସିଏଏର କାର୍ଯ୍ୟକାରିତା, ଏମଏସଏମଇ ସଂକଟ ଭଳି ପ୍ରସଙ୍ଗ ଉପରେ ମଧ୍ୟ ନିର୍ବାଚନ ଲଢାଯାଇଛି ।

ବଡ ଲଢେଇ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏଆଇଟିସି ନେତା ପାର୍ଥ ଚାଟାର୍ଜୀ, ବିଜେପିର ଶୁଭେନ୍ଦୁ ଅଧିକାରୀ, ମୁକୁଲ ରୟ ଓ ବିଶ୍ୱଜତ ସିହ୍ନା ଏଥର ବିଧାନସଭା ନିର୍ବାଚନର ଗୋଟିଏ ଗୋଟିଏ ଚର୍ଚ୍ଚିତ ପ୍ରାର୍ଥୀ ।

-ପୋଲ ପୂର୍ବାନୁମାନ

  • ଇଟିଭି ଭାରତର ପୂର୍ବାନୁମାନ ଅନୁସାରେ ଶାସକ ତୃଣମୂଳ କଂଗ୍ରେସ ୧୩୧ ଓ ବିଜେପି ୧୨୬ ଆସନ ପାଇପାରେ । ବାମମୋର୍ଚ୍ଚା ଓ ଏହାର ସହଯୋଗୀଙ୍କୁ ୩୨ ଆସନ ମିଳିପାରେ । ଅନ୍ୟମାନଙ୍କୁ ୩ଟି ଆସନ ମିଳିବା ସମ୍ଭାବନା ରହିଛି ।
  • ଟାଇମ୍ସ ନାଓ –ସିଭୋଟର ମଧ୍ୟ ଟିଏମସିକୁ ଅଧିକ ଆସନ ମିଳିବାର ପୂର୍ବାନୁମାନ କରିଛି ।
  • ରିପବ୍ଲିକ-ସିଏନଏକ୍ସ ଅନୁସାରେ ଟିଏମସକୁ ୧୨୮ରୁ ୧୩୮ ଓ ବିଜେପିକୁ ୧୩୮ରୁ ୧୪୮ ଆସନ ମିଳିପାରେ ।
  • ଇଣ୍ଡିଆ ଟୁଡେ-ମାଇ ଆକ୍ସିସ ଅନୁସାରେ ଟିଏମସିକୁ ୧୩୦ରୁ ୧୫୬ ଓ ବିଜେପିକୁ ୧୩୪ରୁ ୧୬୦ ଆସନ ମିଳିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 2, 2021, 6:57 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.