ETV Bharat / bharat

Karnataka elections results: ଶେଷ ହେଲା ବିଜେପି ରାଜ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋମ୍ମାଇ - କର୍ଣ୍ଣାଟକ ଫଳାଫଳ

କର୍ଣ୍ଣାଟକରେ ଶେଷ ହେଲା ବିଜେପି ରାଜ୍‌ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବଶବରାଜ ବୋମ୍ମାଇ । ଅଧିକ ପଢନ୍ତୁ

Karnataka elections results: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋମ୍ମାଇ

author img

By

Published : May 13, 2023, 10:51 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶେଷ ହୋଇଛି ଭାରତୀୟ ଜନତା ପାର୍ଟି ରାଜ । ଫଳାଫଳ ଆସିବା ପରେ ଗୋଟିଏ ପଟେ ବହୁମତ ହାସଲ କରିଥିବା କଂଗ୍ରେସ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିସାରିଥିବା ବେଳେ, ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ଥାଓ୍ବର ଚାନ୍ଦ ଗେହେଲୋଟଙ୍କୁ ରାଜଭବନରେ ଭେଟି ଇସ୍ତଫା ପ୍ରଦାନ କରିଛନ୍ତି । ଆସନ୍ତାକାଲି ରାଜ୍ୟପାଳ କଂଗ୍ରେସକୁ ସରକାର ଗଠନ କରିବା ପାଇଁ ନିମନ୍ତ୍ରିତ କରିପାରନ୍ତି । ନଚେତ କଂଗ୍ରେସ ମଧ୍ୟ ରାଜ୍ୟପାଳ ଭେଟି ସରକାର ଗଠନ ଔପଚାରିକ ଦାବି ଜଣାଇପାରେ ।

ବୋମ୍ମାଇଙ୍କ ଇସ୍ତଫା ପତ୍ର
ବୋମ୍ମାଇଙ୍କ ଇସ୍ତଫା ପତ୍ର

ବିଜେପି ଶାସନରେ ଥିବା ଏକମାତ୍ର ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ଦଳ କ୍ଷମତାରୁ ବେଦଖଲ ହୋଇଛି । ସବୁ ପୂର୍ବାକଳନକୁ ଭୁଲ୍‌ ପ୍ରମାଣିତ କରି କଂଗ୍ରେସ 136 ଆସନରେ ଜିତି ସରକାର ଗଠନ କରିବାକୁ ଯାଉଛି । ଶାସନରେ ଥିବା ବିଜେପି ମାତ୍ର 65 ଆସନରେ ସୀମିତ ରହିବାକୁ ବାଧ୍ୟ ହୋଇଛି । ମୋଟ 224 ଆସନ ବିଶିଷ୍ଟ କର୍ଣ୍ଣାଟକରେ ସରକାର ଗଠନ ପାଇଁ ଆବଶ୍ୟକ ବହୁମତ ସଂଖ୍ୟା (ମ୍ୟାଜିକ ନମ୍ବର) 113 ରହିଛି । ଚଳିତ ଥର କୌଣସି ଦଳକୁ ସ୍ପଷ୍ଟ ବହୁମତ ନମିଳିବା ନେଇ ଏକ୍‌ଜିଟ୍‌ ପୋଲ୍‌ ପୂର୍ବାକଳନ ପ୍ରକାଶ କରିଥିବା ବେଳେ ଝୁଲା ବିଧାନସଭା ନେଇ ସଙ୍କେତ ମିଳିଥିଲା । ହେଲେ ଏକ୍‌ଜିଟ ପୋଲ ଏକ୍‌ଜାଟ ପୋଲରେ ପରିଣତ ହୋଇପାରିନି । ବିଜେପିକୁ ପଛରେ ପକାଇ କଂଗ୍ରେସ ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବାକୁ ଯାଉଛି ।

2024 ସାଧାରଣ ନିର୍ବାଚନ ପୂର୍ବରୁ ଏକମାତ୍ର ଦକ୍ଷିଣ ବିଜେପି ଶାସିତ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କ୍ଷମତା ବଜାୟ ରଖିବା ପାଇଁ ଦଳ ପ୍ରାଣମୂର୍ଚ୍ଛା ପ୍ରୟାସ କରିଥିଲା । ଦଳର ସବୁଠୁ ବଡ଼ ଚେହେରା ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ । ରାଜଧାନୀ ବେଙ୍ଗାଲୁରୁ, ମାଣ୍ଡ୍ୟା, ବେଲଗାଭୀ ଆଦି ସ୍ଥାନରେ ଏକାଧିକ ରୋଡ ସୋ’ କରି ଦଳ ପାଇଁ ଭୋଟ ମାଗିଥିଲେ ପ୍ରଧାନମନ୍ତ୍ରୀ । ସେହିପରି ଏକାଧିକ ନିର୍ବାଚନୀ ଜନସଭାରେ କଂଗ୍ରେସକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ । ତାଙ୍କ ପ୍ରତି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ବିଷଧର ସାପ ମନ୍ତବ୍ୟ ଓ କଂଗ୍ରେସ ଇସ୍ତାହାରରେ ବଜରଙ୍ଗ ଦଳ ବ୍ୟାନ୍ ଘୋଷଣାକୁ ନେଇ କଂଗ୍ରେସ ପ୍ରତି କଡ଼ା ଟିପ୍ପଣୀ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ହେଲେ ବିଜେପିର ସମସ୍ତ ପ୍ରୟାସ ବିଫଳ ହୋଇଛି ।

କଂଗ୍ରେସ ସ୍ଥାନୀୟ ପ୍ରସଙ୍ଗ, ବିଜେପିର ଦୁର୍ନୀତିଗ୍ରସ୍ତ ସରକାର, ବେକାରୀ ଓ ଦରଦାମ ପ୍ରସଙ୍ଗ ନେଇ ଭୋଟ ମାଗିଥିଲା । ଲୋକେ ସ୍ଥାନୀୟ ସମସ୍ୟା ସମାଧାନ ଦିଗରେ ଭୋଟ ଦେଇଛନ୍ତି ଓ କଂଗ୍ରେସ ପ୍ରତିଶୃତି ପୂରଣ କରିବ ବୋଲି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି । ରାହୁଲ ଗାନ୍ଧୀ ମଧ୍ୟ କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇଥିବା କହିଛନ୍ତି । ସେହିପରି ଦଳ ରାଜ୍ୟବାସୀଙ୍କୁ ଦେଇଥିବା 5 ଗ୍ୟାରେଣ୍ଟି ପ୍ରଥମ କ୍ୟାବିନେଟ ବୈଠକରେ ପୂରଣ କରାଯିବା ନେଇ ରାହୁଲ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.