ETV Bharat / bharat

କର୍ଣ୍ଣାଟକର ତ୍ରିକୋଣ ସମୀକରଣ; ଲିଙ୍ଗାୟତ ଷ୍ଟ୍ରଙ୍ଗମ୍ୟାନଙ୍କ ସ୍ଥାନରେ ବସବାରାଜ - karnatak bjp

ଅନେକ ଅଙ୍କ କଷା ପରେ ନିର୍ଣ୍ଣୟ ହୋଇଛି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଚେହେରା । ସବୁ ଦିଗରୁ ରାଜନୈତିକ ସମୀକରଣକୁ ସଠିକ ଭାବରେ ସମାଧାନ କରି ଶେଷରେ ବାସବରାଜ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଛି ଭାରତୀୟ ଜନତା ପାର୍ଟି । ଅଧିକ ପଢନ୍ତୁ...

କର୍ଣ୍ଣାଟକର ତ୍ରିକୋଣ ସମୀକରଣ; ଲିଙ୍ଗାୟତ ଷ୍ଟ୍ରଙ୍କମ୍ୟାନଙ୍କ ସ୍ଥାନରେ ବସବାରାଜ

author img

By

Published : Jul 27, 2021, 11:02 PM IST

ବେଙ୍ଗାଲୁରୁ: ସସପେନ୍ସ ଉଉପରୁ ଉଠିଛି ପରଦା । କଳ୍ପନାଜଳ୍ପନାର ଘଟିଛି ଅନ୍ତ । ଅନେକ ଅଙ୍କ କଷା ପରେ ନିର୍ଣ୍ଣୟ ହୋଇଛି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଚେହେରା । ସବୁ ଦିଗରୁ ରାଜନୈତିକ ସମୀକରଣକୁ ସଠିକ ଭାବରେ ସମାଧାନ କରି ଶେଷରେ ବାସବରାଜ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଛି ଭାରତୀୟ ଜନତା ପାର୍ଟି ।

କର୍ଣ୍ଣାଟକ ବିଧାୟକ ଦଳ ନେତା ଚୟନ ପାଇଁ ମଙ୍ଗଳବାର ଚାଲିଥିଲା ମାନସମନ୍ଥନ । ମୁଖ୍ୟମନ୍ତ୍ରୀ ଚୟନ ପାଇଁ କେନ୍ଦ୍ର ବିଜେପି ପଠାଇଥିଲା ପର୍ଯ୍ୟବେକ୍ଷକ ଟିମ । ସର୍ବସହମତି ପରେ ଶେଷରେ ବୋମାଇଙ୍କ ନାଁରେ ବାଜିଥିଲା ମୋହର ।

କର୍ଣ୍ଣାଟକରେ ତିନି କୋଣର ସମୀକରଣକୁ ସମାଧାନ କରି ବାସବାରାଜ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଛି ଭାରତୀୟ ଜନତା ପାର୍ଟି । ବାସବାରାଜଙ୍କୁ ୟେଦିୟୁରପ୍ପାଙ୍କ ସବୁଠୁ ନିକଟତର ବୋଲି ବିବେଚନା କରାଯାଏ । ଇସ୍ତଫା ଦେବା ପୂର୍ବରୁ ବୋମାଇଙ୍କ ନାଁ ସୁପାରିଶ କରିଦେଇଥିଲେ ୟେଦିୟୁରପ୍ପା । ବାସ୍ତବରେ ଲିଙ୍ଗାୟତ ସମୁଦାୟର ମଠାଧୀଶଙ୍କ ସହ ହୋଇଥିବା ବୈଠକରେ ୟେଦିୟୁରପ୍ପା ନିଜ ପକ୍ଷରୁ ବୋମାଇଙ୍କ ନାଁ କରିଥିଲେ ସୁପାରିଶ ।

କର୍ଣ୍ଣାଟକ ରାଜନୀତି ଲିଙ୍ଗାୟତ ସମୁଦାୟଙ୍କର ରହିଛି ସର୍ବାଧିକ ପ୍ରଭାବ । ୟେଦିୟୁରପ୍ପାଙ୍କ ଗୋଟିଏ ଇସାରାରେ ସମ୍ପୂର୍ଣ୍ଣ ସମୁଦାୟ ବିଜେପି ବିରୋଧରେ ଛିଡା ହେବାର ଆଶଙ୍କାକୁ ଏଡାଇ ଦିଆଯାଇପାରିନଥାନ୍ତା । ହେଲେ ବିଦ୍ରୋହକୁ ପ୍ରସୟ ଦେଉନଥିବା ୟେଦିୟୁରପ୍ପା ଲିଙ୍ଗାୟତ ମାଠାଧୀଶଙ୍କ ସମ୍ମୁଖରେ ରଖିଥିଲେ ବାସବାରାଜଙ୍କ ନାଁ ।

ପ୍ରକୃତରେ ୟେଦିୟୁରପ୍ପା ଇସ୍ତଫା ଦିଅନ୍ତୁ ବୋଲି ଚାହୁଁନଥିଲେ ଲିଙ୍ଗାୟତ ସମୁଦାୟ । ହେଲେ ଏପଟେ ବିଜେପିର ଦଳୀୟ ସମ୍ବିଧାନରୁ ଉର୍ଦ୍ଧ୍ବକୁ ଉଠି ବିଦ୍ରୋହ ମଧ୍ୟ ୟେଦିୟୁରପ୍ପାଙ୍କ ପକ୍ଷେ ସମ୍ଭବ ନଥିଲା । ଯେହାଫଳରେ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପାଳନ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଲିଙ୍ଗାୟତ ସମୁଦାୟର ବାସବାରାଜଙ୍କ ନାଁ ଆଗକୁ ଆଣିଥିଲେ ୟେଦିୟୁରପ୍ପା ।

ବାସବାରାଜ ବୋମାଇ ବମାଇ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନର ପୃଷ୍ଠଭୂମି ସହ ମଧ୍ୟ ସମନ୍ଧ ରଖନ୍ତି । ସଂଗଠନର ଶୀର୍ଷ ନେତୃତ୍ବର ଅତି ନିକଟତର ସେ | ସଂଘ ଓ ୟେଦିୟୁରପ୍ପାଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବାରେ ବୋମାଇ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି ବୋଲି ବିବେଚନା କରାଯାଏ ।

ସୋମବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କ ଇସ୍ତଫା ଚର୍ଚ୍ଚା ଉପରେ ହଲଚଲ ହୋଇଉଠିଥିଲା ପାୱାର କରିଡର । ଜାରି ରହିଥିଲା କଳ୍ପନାଜଳ୍ପନା । ୟେଦିଙ୍କୁ ହଟାଇ ବିଜେପି ଜାଣିଶୁଣି ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ସମ୍ପ୍ରଦାୟର ଲିଙ୍ଗାୟତଙ୍କଠାରୁ ବିରୋଧ କାହିଁକି କିଣିଲା ? ଯଦି ସେମାନେ ନାରାଜ ହୁଅନ୍ତି ତେବେ କର୍ଣ୍ଣାଟକରେ ବିଜେପିର କ’ଣ ହେବ ? ମୁଖିଆ ପରିବର୍ତ୍ତନକୁ ନେଇ ଉଠିଥିଲା ଏଭଳି ତମାମ ପ୍ରଶ୍ନ । ହେଲେ ବିଜେପିର ଶୀର୍ଷ ନେତୃତ୍ବ ଉଭୟ ଲିଙ୍ଗାୟତ ସମ୍ପ୍ରଦାୟ ଏବଂ ୟେଦିୟୁରପ୍ପାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବାସବାରାଜ ବୋମାଇଙ୍କ ନାଁ ସ୍ଥିର କରିଥିଲା ।

କର୍ଣ୍ଣାଟକ ରାଜନୀତିର ୩ କୋଣର ସମୀକରଣର ସମାଧାନ କରିବାକୁ ଜୋର ଦେଇଥିଲା ବିଜେପି । ପ୍ରଥମ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା, ଦ୍ବିତୀୟ ଲିଙ୍ଗାୟତ ସମ୍ପ୍ରଦାୟ ଏବଂ ତୃତୀୟରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ | ୟେଦୁୟୁରପ୍ପା ଲିଙ୍ଗାୟତ ସମ୍ପ୍ରଦାୟର ଜଣେ ଷ୍ଟ୍ରଙ୍ଗମ୍ୟାନ | ସେ ମଧ୍ୟ ସଂଘର ପୃଷ୍ଠଭୂମିରୁ ଆସିଛନ୍ତି, କିନ୍ତୁ ବିଜେପିରୁ ବାହାରିବାପରେ ପରେ ତାଙ୍କ ସହ ସଂଘର ବରିଷ୍ଠ ନେତୃତ୍ବଙ୍କ ସମ୍ପର୍କରେ ସୃଷ୍ଟି ହୋଇଥିଲା ଫାଟ । ୟେଦିୟୁରପ୍ପା କେବେହେଲେ ବିଜେପିକୁ ପ୍ରତ୍ୟାବର୍ତ୍ତନ କରନ୍ତୁ ବୋଲି ଚାହୁଁନଥିଲା ସଂଘ, କିନ୍ତୁ ୟେଦୁରୁପ୍ପାଙ୍କ ବିନା 2013 ନିର୍ବାଚନରେ ​​ବିଜେପିକୁ ସାମ୍ନା କରିବାକୁ ପଡିଥିଲା ଶୋଚନୀୟ ପରାଜୟର । ଆଉ ଏଥର ପୁରୁଣା ଭୁଲକୁ ଦୋହରାଇବାକୁ ଚାହୁଁନଥିଲା ବିଜେପି ।

ଏପଟେ କର୍ଣ୍ଣାଟକର ମୋଟ ଜନସଂଖ୍ୟାର ଲିଙ୍ଗାୟତ ସମ୍ପ୍ରଦାୟର ଅଂଶ ପ୍ରାୟ 17% ଅଟେ | ରାଜ୍ୟର 224 ଟି ବିଧାନସଭା ଆସନ ମଧ୍ୟରୁ ପ୍ରାୟ 90ରୁ100ଟି ଆସନ ଉପରେ ରହିଛି ଲିଙ୍ଗାୟତ ସମ୍ପ୍ରଦାୟର ପ୍ରଭାବ | ଏଭଳି ପରିସ୍ଥିତିରେ ବିଜେପି ଲିଙ୍ଗାୟତ ଷ୍ଟ୍ରଙ୍ଗମ୍ୟାନ ୟେଦିଙ୍କୁ ହଟାଇବା ସହଜ ନଥିଲା । ତାଙ୍କୁ ହଟାଇବା ଅର୍ଥ ଥିଲା ଲିଙ୍ଗାୟତ ସମ୍ପ୍ରଦାୟର ଭୋଟ ହରାଇବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.