ETV Bharat / bharat

ଆବୁଧାବିରେ ଆଗେଇ ଚାଲିଛି ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ, ପ୍ରଧାନମନ୍ତ୍ରୀ କରିଥିଲେ ଭିତ୍ତିପ୍ରସ୍ତର ସ୍ଥାପନ - ସଂଯୁକ୍ତ ଆରବ ରାଷ୍ଟ୍ର

ସଂଯୁକ୍ତ ଆରବ ଏମିରେଟ୍ସ (UAE) ରାଜଧାନୀ ଆବୁଧାବିରେ ନିର୍ମାଣ ଚାଲିଛି ଭବ୍ୟ ରାମ ମନ୍ଦିର। ଖର୍ଚ୍ଚ ଅଟକଳ ପ୍ରାୟ 9ଶହ କୋଟିି । ଭାରତୀୟ ସଭ୍ୟତା ସଂସ୍କୃତି ଓ କଳା ଭାସ୍କର୍ଯ୍ୟର ଝଲକ ଦେଖିବ ସାରା ବିଶ୍ବ । ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

ଆବୁଧାବିରେ ଭବ୍ୟ ରାମ ମନ୍ଦିର , ପ୍ରଧାନମନ୍ତ୍ରୀ କରିଥିଲେ ଭିତ୍ତିପ୍ରସ୍ତର ସ୍ଥାପନ

author img

By

Published : Sep 27, 2021, 9:27 PM IST

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ରାଜଧାନୀ ଆବୁଧାବିରେ ନିର୍ମାଣ କରାଯାଉଛି ଅବିକଳ ଅଯୋଧ୍ୟାର ରାମ ମନ୍ଦିର ଢାଞ୍ଚାର ଏକ ବିଶାଳ ତଥା ଭବ୍ୟ ରାମ ମନ୍ଦିର। ଶତାଧିକ ଇଂଜିନିୟରଙ୍କୁ ନେଇ ଗଠିତ ଟିମ ଏହି ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟରେ ପୂର୍ଣ୍ଣଗତିରେ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ମନ୍ଦିରର ମୂଳଦୁଆ କାମ ସରିଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟ କାମ ଖୁବ ଜୋରରେ ଜାରି ରହିଥିବା ନେଇ ଏକ ଭିଡିଓ ଜାରି କରିଛି ନିର୍ମାଣକାରୀ ସଂସ୍ଥା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି UAE ଗସ୍ତ ସମୟରେ ଏହି ଭବ୍ୟ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଆବୁଧାବିରେ ଭବ୍ୟ ରାମ ମନ୍ଦିର , ପ୍ରଧାନମନ୍ତ୍ରୀ କରିଥିଲେ ଭିତ୍ତିପ୍ରସ୍ତର ସ୍ଥାପନ
ଆବୁଧାବିରେ ଭବ୍ୟ ରାମ ମନ୍ଦିର , ପ୍ରଧାନମନ୍ତ୍ରୀ କରିଥିଲେ ଭିତ୍ତିପ୍ରସ୍ତର ସ୍ଥାପନ

ଆବୁଧାବି ସହରର ଜନସଂଖ୍ୟା ପ୍ରାୟ 15 ଲକ୍ଷ ହୋଇଥିବାବେଳେ ସଂଯୁକ୍ତ ଆରବ ଏମେରେଟରେ ବର୍ତ୍ତମାନ ପ୍ରାୟ 33 ଲକ୍ଷ ଭାରତୀୟ ବସବାସ କରୁଛନ୍ତି । ପ୍ରଥମ ଥର ପାଇଁ ଭାରତ ବାହାରେ ଏହି ବିଶାଳ ଭବ୍ୟ ହିନ୍ଦୁ ମନ୍ଦିର ନିର୍ମାଣ କରାଯାଉଛି । ଯାହା ଭାରତ ବାହାରେ ତଥା ଗଲ୍ଫ ଦେଶ ସମୂହରେ ରହୁଥିବା ହିନ୍ଦୁଙ୍କର ଗୌରବ ଓ ଆସ୍ଥାର କେନ୍ଦ୍ର ହେବାକୁ ଯାଉଛି ।

କେମିତି ରହିବ ଭବ୍ୟ ମନ୍ଦିରର ଢାଞ୍ଚା-

ପ୍ରାୟ 16.7 ଏକରରେ ପରିମିତ ସ୍ଥାନରେ ଏହି ଭବ୍ୟ ମନ୍ଦିରର ନିର୍ମାଣ କାମ ଜାରି ରହିଛି । ଏହି ଭବ୍ୟ ନିର୍ମାଣ ପାଇଁ 45 କୋଟି ଦ୍ରାମ ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ 900 କୋଟି ଟଙ୍କା ଖର୍ଚ୍ଚ ରାଶି ରଖାଯାଇଛି । ଏହି ମନ୍ଦିରରେ 2000ରୁ ଅଧିକ କଳାକୃତି ସ୍ଥାପନ କରାଯିବାକୁ ଥିବାବେଳେ 2023 ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମନ୍ଦିରର ଆଧାର ଶିଳା (BASE)କୁ ଅତି ଶକ୍ତିଶାଳୀ ଓ ଦୀର୍ଘସ୍ଥାୟୀ କରିବା ପାଇଁ ପ୍ଲାଇଆସ ବ୍ୟବହାର କରାଯାଇଛି । ଏହି ଯେଉଁଥିରେ 55% ସିମେଣ୍ଟ ଏବଂ କଂକ୍ରିଟର ଅନୁପାତର ସମ୍ମିଶ୍ରଣରେ ପ୍ରସ୍ତୁତ ହୋଇଛି । ଯାହା ମନ୍ଦିରର ସ୍ଥାୟୀତ୍ବକୁ ସୁନିଶ୍ଚିତ କରିବ। ଏହି ମନ୍ଦିରର ସ୍ଥାୟୀତ୍ବ 1 ହଜାର ବର୍ଷ ହେବା ନେଇ ନିର୍ମାଣଶୈଳୀରେ ସ୍ବତନ୍ତ୍ର ଧ୍ଯାନ ଦିଆଯାଉଛି ।

ବିଶ୍ବର 10 ଟି ଦେଶର 30 ପ୍ରତିଷ୍ଠିତ ଯନ୍ତ୍ରୀ ପ୍ରସ୍ତୁତ କରିଛନ୍ତି 3D ମଡେଲ୍:-

ମନ୍ଦିରର ନିର୍ମାଣ କାର୍ଯ୍ୟରେ 10 ଟି ଦେଶର ପ୍ରତିଷ୍ଠିତ 30 ଜଣ ଇଞ୍ଜିନିୟର 5 ହଜାର ଘଣ୍ଟା କାମ କରିବା ପରେ ମନ୍ଦିରର ଏକ 3D ମଡେଲ୍ ପ୍ରସ୍ତୁତ କରିଛନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ ହିନ୍ଦୁ ଇତିହାସରେ ପ୍ରଥମ ଥର ପାଇଁ ଏକ ମନ୍ଦିର ନିର୍ମାଣ କରାଯାଉଛି, ଯାହାର ଡିଜାଇନ୍ ସମ୍ପୂର୍ଣ୍ଣ ଡିଜିଟାଲ୍ ହୋଇଛି । ଏହି ମନ୍ଦିରର ଭବ୍ୟତା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି । ବିଶେଷ ଧରଣର କାରୁକାର୍ଯ୍ୟ ପାଇଁ ବିଶ୍ବବ୍ୟାପୀ ବିଶିଷ୍ଟ ଯନ୍ତ୍ରୀଙ୍କ ବ୍ୟତୀତ କୁଶଳୀ କାରିଗରଙ୍କୁ ଭାରତରୁ ମଧ୍ୟ ଅଣାଯିବ। ଏହି ଢାଞ୍ଚାର ସ୍ଥାୟୀତ୍ବ ପ୍ରାୟ ଏକ ହଜାର ବର୍ଷ ହେବ ବୋଲି ନିର୍ମାଣକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ।

ଆଧୁନିକ ଇଞ୍ଜିନିୟରିଙ୍ଗ ବ୍ୟତୀତ ରହିବ ଭାରତୀୟ କାରିଗରଙ୍କ ସ୍ପର୍ଶ :-

ଧାର୍ମିକ ନେତା ତଥା ମନ୍ଦିର ପରିଯୋଜନାର ପ୍ରବକ୍ତା ବ୍ରହ୍ମବିହାରୀ ସ୍ବାମୀ କହିଛନ୍ତି ଯେ, ଆବୁ-ମୁରିଖାୟାରେ ଅବସ୍ଥିତ ଏହି ଭବ୍ୟ ମନ୍ଦିର ଚଟାଣରେ ବାଲୁକା ପଥରର ଏକ ମୋଟା ସ୍ତର ବିଛାଯିବ । ମନ୍ଦିରରେ ସ୍ଥାପିତ ହେବାକୁ ଥିବା ଧଳା ମାର୍ବଲ ପଥର ଉପରେ ସ୍ବତନ୍ତ୍ର ଡିଜାଇନ୍ ପ୍ରସ୍ତୁତ ହେବ, ଯେଉଁଥିପାଇଁ ଭାରତରୁ କାରିଗରଙ୍କୁ ଡକାଯିବା ପାଇଁ ଯୋଜନା ରଖାଯାଇଛି। ସେହିପରି ମନ୍ଦିରର କାନ୍ଥରେ ସ୍ଥାପିତ ହେବାକୁ ଥିବା ପ୍ରାୟ 2000ରୁ ଅଧିକ କଳାକୃତିକୁ ମଧ୍ୟ ଭାରତୀୟ କାରିଗରମାନେ ରୂପ ଦେବେ ।

2023 ସୁଦ୍ଧା ସମ୍ପୂର୍ଣ୍ଣ ହେବ ଅଯୋଧ୍ଯା ରାମ ମନ୍ଦିର:-

ଅଯୋଧ୍ୟାରେ ନିର୍ମାଣଧୀନ ବହୁ ପ୍ରତିକ୍ଷିତ ଭବ୍ୟ ରାମ ମନ୍ଦିର ଡିସେମ୍ବର 2023 ସୁଦ୍ଧା ସମ୍ପୂର୍ଣ୍ଣ ହେବା ସହ ଭକ୍ତ ପାଇଁ ରାମଲାଲାଙ୍କ ଦର୍ଶନ ଶୁଭାରମ୍ଭ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ଭାରତ ସମେତ ବିଶ୍ବର ବିଭିନ୍ନ ସ୍ଥାନରୁ ଭକ୍ତମାନେ ରାମଲାଲାଙ୍କ ଦର୍ଶନ ଓ ମନ୍ଦିରର ଭବ୍ୟତାର ଅନୁଭବ ପାଇଁ ଭାରତକୁ ଆସିବେ । ଏହାପୂର୍ବରୁ 70 ଏକର ପରିମିତ ଜମିରେ ନିର୍ମିତ ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ କରିବା ପାଇଁ ବିଶେଷ ଧ୍ୟାନ ଦିଆଯାଉଛି । ଏହା ଦେଶର ପ୍ରଥମ ପ୍ରକୃତି ଅନୁକୂଳ ସବୁଜ ମନ୍ଦିର ପ୍ରାଙ୍ଗଣ ହେବ ବୋଲି ଶ୍ରୀରାମ ମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟ ଡ.ଅନିଲ ମିଶ୍ର କହିଛନ୍ତି । ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ଭାରତୀୟ ବାସ୍ତୁକଳା, ସଂସ୍କୃତି, ସଭ୍ୟତା ଓ ସ୍ଥାପତ୍ୟର ଏକ ମହାନ ପ୍ରତିବିମ୍ବ ସ୍ବରୂପ ହେବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.