ETV Bharat / bharat

ବ୍ୟାଙ୍କ କର୍ମଚାରୀଙ୍କ ଅବହେଳା, ଲକର ରୁମରେ ୧୮ଘଣ୍ଟା ଲକ୍ ହୋଇଗଲେ ବୃଦ୍ଧ - ବ୍ୟାଙ୍କ ଲକର ରୁମରେ ଫସି ରହିଲେ ବୃଦ୍ଧ

ବ୍ୟାଙ୍କ ଲକର ରୁମରେ ଅଠର ଘଣ୍ଟା ବିତାଇଲେ ଜଣେ ବୟସ୍କ ଲୋକ । ବ୍ୟାଙ୍କ କର୍ମଚାରୀଙ୍କ ଅବହେଳେ କାରଣରୁ ୧୮ ଘଣ୍ଟା ଧରି ବ୍ୟାଙ୍କ ଲକର ରୁମରେ ଫସି ରହିଥିଲେ ଜଣେ ବୃଦ୍ଧ ଲୋକ । ତେବେ ହାଇଦ୍ରାବାଦର ଜୁବଲି ହିଲ୍ସ ସ୍ଥିତ ୟୁନିଅନ ବ୍ୟାଙ୍କରେ ଦେଖିବାକୁ ମିଳିଛି ଏହି ବିଚିତ୍ର ଘଟଣା । ଅଧିକ ପଢନ୍ତୁ

ବ୍ୟାଙ୍କ କର୍ମଚାରୀଙ୍କ ଅବହେଳା, ଲକର ରୁମରେ ୧୮ ଘଣ୍ଟା ଫସି ରହିଲେ ବୃଦ୍ଧ

author img

By

Published : Mar 29, 2022, 8:59 PM IST

ହାଇଦ୍ରାବାଦ: ବ୍ୟାଙ୍କ ଲକର ରୁମରେ ଅଠର ଘଣ୍ଟା ବିତାଇଲେ ଜଣେ ବୟସ୍କ ଲୋକ । ବ୍ୟାଙ୍କ କର୍ମଚାରୀଙ୍କ ଅବହେଳେ କାରଣୁ ୧୮ ଘଣ୍ଟା ଧରି ବ୍ୟାଙ୍କ ଲକର ରୁମରେ ଫସି ରହିଥିଲେ ଜଣେ ବୃଦ୍ଧ ଲୋକ । ତେବେ ହାଇଦ୍ରାବାଦ ଜୁବଲି ହିଲ୍ସ ସ୍ଥିତ ୟୁନିଅନ ବ୍ୟାଙ୍କରେ ଦେଖିବାକୁ ମିଳିଛି ଏହି ବିଚିତ୍ର ଘଟଣା । ସୂଚନା ଅନୁସାରେ ଗତକାଲି (ସୋମବାର) ଅପରାହ୍ଣରେ କ୍ରିଷ୍ଣା ରେଡ୍ଡୀ (୮୭) ନାମକ ଜଣେ ବୃଦ୍ଧ କାମ ପାଇଁ ବ୍ୟାଙ୍କ ଯାଇଥିଲେ । ଏଥିସହ ବ୍ୟାଙ୍କ କର୍ମଚାରୀ ଅନୁମତି ନେଇ ସେ ଲକର ରୁମକୁ ଯାଇଥିଲେ । ତେବେ ସେ ଲକର ରୁମରୁ ଫେରିବା ପୂର୍ବରୁ ବେଳେ ଭୁଲବଶତଃ ବ୍ୟାଙ୍କ କର୍ମଚାରୀ ଲକର ରୁମ ବନ୍ଦ କରି ଦେଇଥିଲେ ।

ବ୍ୟାଙ୍କ କର୍ମଚାରୀଙ୍କ ଅବହେଳା, ଲକର ରୁମରେ ୧୮ ଘଣ୍ଟା ଫସି ରହିଲେ ବୃଦ୍ଧ

ଏପଟେ ଲକର ବନ୍ଦ ହୋଇଯିବା କଥା କ୍ରିଷ୍ଣା ରେଡ୍ଡୀ ଜାଣି ପାରିନଥିବା ବେଳେ ଯୋଗଯୋଗ କରିବା ପାଇଁ ତାଙ୍କ ପାଖରେ ମୋବାଇଲ ଫୋନ ନଥିଲା । ତେବେ ସେ ନ ଫେରିବାରୁ ପରିବାର ଲୋକ ବାଧ୍ୟ ହୋଇ ଜୁବଲି ହିଲ୍ସ ଥାନରେ ଅଭିଯୋଗ କରିଥିଲେ । ପୋଲିସ ମାମଲ ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା ।

ଅନ୍ୟପଟେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ଦଦନ୍ତ କରିବା ପରେ ବ୍ୟାଙ୍କ ଲକର ରୁମରୁ ଆଜି ଦିନ ୧୦ଟା ବେଳେ ତାଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ମେଡିକାଲକୁ ପଠାଇଛି । ଏପଟେ ବ୍ୟାଙ୍କ କର୍ମଚାରୀଙ୍କ ଅବହେଳାକୁ ପରିବାର ଲୋକେ ରାଗିବା ସହ ସେ ଜଣେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀ ବୋଲି କହିଛନ୍ତି । ଏଥିସହ ବ୍ୟାଙ୍କ କର୍ମଚାରୀଙ୍କ ଏହି ଭଳି କାର୍ଯ୍ୟ କ୍ଷମଣୀୟ ନୁହେଁ ବୋଲି ପରିବାର ଲୋକେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.