ETV Bharat / bharat

ସହିପାରିଲେନି ଗରିବ ପରିବାରର ଦୁଃଖ, ଘର ନିର୍ମାଣ କରି ଚର୍ଚ୍ଚାରେ ବ୍ୟାଙ୍କ କର୍ମଚାରୀ

author img

By

Published : Mar 18, 2022, 12:47 PM IST

ଆର୍ଥିକ ସହାୟତା ବାଦ ବ୍ୟାଙ୍କର କର୍ମଚାରୀମାନେ ଏମିତି କିଛି କରିଛନ୍ତି ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି । କେରଳ କୋଝିକୋଡରେ ଜଣେ ଗରିବ ପରିବାର ପାଇଁ ଲଭ ହୋମ ନିର୍ମାଣ କରିଛନ୍ତି ଏସବିଆଇ ବ୍ୟାଙ୍କ କର୍ମଚାରୀ । ଅଧିକ ପଢନ୍ତୁ

ଭ ହୋମ ନିର୍ମାଣ କରିଛନ୍ତି ଏସବିଆଇ ବ୍ୟାଙ୍କ କର୍ମଚାରୀ

ଥିରୁଅନନ୍ତପୁରୁମ: ବ୍ୟାଙ୍କର ଅନ୍ୟନାମ ବିଶ୍ବାସ । ଯେବେଯେବେ ଜଣେ ଆର୍ଥିକ ସହାୟତା ଲୋଡିଥାଏ ତାକୁ ବ୍ୟାଙ୍କ ସାହାଯ୍ୟ କରିଥାଏ । ବ୍ୟାଙ୍କର ସେବା ଉପରେ ଜଣେ ଆଖିବୁଜି ଭାରସା କରିଥାନ୍ତି । ସେଥିପାଇଁ ବ୍ୟାଙ୍କରୁ ଜଣେ କୋଟି କୋଟି ଟଙ୍କାର ସାହାଯ୍ୟ ନେଇଥାଏ । ଆର୍ଥିକ ସହାୟତା ବାଦ ବ୍ୟାଙ୍କର କର୍ମଚାରୀମାନେ ଏମିତି କିଛି କରିଛନ୍ତି ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି । କେରଳ କୋଝିକୋଡରେ ଜଣେ ଗରିବ ପରିବାର ପାଇଁ 'ଲଭ ହୋମ' ନିର୍ମାଣ କରିଛନ୍ତି ଏସବିଆଇ ବ୍ୟାଙ୍କ କର୍ମଚାରୀ ।

ସୂଚନାଅନୁସାରେ, କୋଝିକୋଡ ଜିଲ୍ଲାର ଉତ୍ତର ବିକାଶ ନଗର ନିକଟରେ ରୁହନ୍ତି ଶଶୀ ଓ ତାଙ୍କ ମାଆ ସରୋଜିନୀ । ୫ ବର୍ଷ ପୂର୍ବେ ଶଶୀ ବ୍ୟାଗ ବ୍ୟବସାୟ କରିବା ପାଇଁ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଋଣ ନେଇଥିଲେ । ଋଣ ନେବାର କିଛି ଦିନ ପରେ ଶଶୀଙ୍କ ଦେହ ଖରାପ ହୋଇଥିଲା । ତାଙ୍କୁ ପକ୍ଷଘାତ ହୋଇଥିଲା । ସେ କିଛି କରିବାକୁ ସକ୍ଷମ ହୋଇ ପାରିନଥିଲେ । ବ୍ୟାଙ୍କ ଋଣ ମଧ୍ୟ ସୁଝି ପାରିନଥିଲେ ।

ସମୟ ବଢିବା ସହିତ ସୁଧ ବଢିବାକୁ ଲାଗିଲା । ମୂଳ ଓ ସୁଧକୁ ମିଶାଇ ପାଖାପାଖି ୭୦ ହଜାର ଟଙ୍କାରେ ପହଞ୍ଚିଥିଲା । କୋୟିଲ୍ୟାଣ୍ଡି ଶାଖା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ପରିଚାଳକ ଏମ ମୁରାହରି ଋଣ ପାଇଁ ଶଶୀଙ୍କ ଘରେ ପହଞ୍ଚିଥିଲେ । ସେଠି ସେ ଯାହା ଦେଖିଲେ ତାଙ୍କ ପ୍ରଭାବିତ କରିଥିଲା । ଶଶୀଙ୍କର ଯେଉଁ ଘର ଥିଲା ତାହା କେଉଁ ମୁହୂର୍ତ୍ତରେ ମଧ୍ୟ ଭୁଶୁଡିଯିବା ଭଳି ସ୍ଥିତି ଥିଲା । ଯାହା ମୁରାହରିଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଆଉ ସେ ଶଶୀଙ୍କ ପୀଡାକୁ ଅନୁଭବ କରିପାରିଥିଲେ । ସେଠାରୁ ଫେରି ସେ ତାଙ୍କ ସହଯୋଗୀଙ୍କୁ ଘଟଣା ବିଷୟରେ କହିଥିଲେ । ଏହାପରେ ୯ ଜଣ ବ୍ୟାଙ୍କ କର୍ମଚାରୀ ସେମାନଙ୍କ ଟଙ୍କା ଲଗାଇ ଶଶୀଙ୍କ ପାଇଁ ଏକ ଘର ନିର୍ମାଣ କରିଥିଲେ ।

ମାର୍ଚ୍ଚ 2021ରେ ବ୍ୟାଙ୍କ ଅଦାଲତ ଅନୁଷ୍ଠିତ ହୋଇଥିଲା । ଶଶୀଙ୍କ ବକେୟା ଠାରୁ 70,000 ଟଙ୍କା କାଟିବା ପରେ କର୍ମଚାରୀମାନେ ଏହାକୁ ବାହାର କରି ଦେଇଥିଲେ। ପରେ ବ୍ୟାଙ୍କ କର୍ମଚାରୀମାନେ ଏକାଠି ହୋଇ ଘରର ମରାମତି ପାଇଁ ଟଙ୍କା ପାଇଥିଲେ । ସନ୍ଧ୍ୟାରେ କାମ କରିବା ପରେ କର୍ମଚାରୀମାନେ ପଥର, ବାଲି ଏବଂ ସିମେଣ୍ଟ ଆଣିଥିଲେ । ଏହାପରେ ଘରର ଛାତ ବଦଳା ଯାଇଥିଲା । ରୋଷେଇ ଘରଟି କଙ୍କ୍ରିଟରେ ତିଆରି ହୋଇଥିଲା । ଶୌଚାଳୟ ସହିତ ଘରଟି ନୂଆ ରୂପ ପାଇଥିଲା । ଏମ ମୁରାହରିଙ୍କ ସହ ତାଙ୍କ ସହକର୍ମୀ ଜନାର୍ଦ୍ଦନ, ଅଶ୍ବିନୀ, ଏମ ମୋହନ, ପ୍ରଶାନ୍ତ କିଷ୍ଣା, ଅଭିନଭ ଦେବ, ସତ୍ୟସାନ, ଚନ୍ଦ୍ରନ, ରେମିଆ ଏବଂ ଅନୁଶ୍ରୀ ସହଯୋଗ କରିଥିଲେ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.