ଢାକା: ବାଂଲାଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ବିରୋଧ ପ୍ରଦର୍ଶନ । ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ସୁରକ୍ଷାକର୍ମୀଙ୍କ ଗୁଳିରେ 4 ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି ।
ସ୍ବାଧିନତାର 50 ବର୍ଷ ପୂର୍ତ୍ତି ଅବସରରେ ବାଂଲାଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କିଛି ପ୍ରଦର୍ଶନକାରୀ ଚିତ୍ତଗାଁରେ ଶୁକ୍ରବାର ପ୍ରଦର୍ଶନ କରୁଥିଲେ ।
ତେବେ ପ୍ରଥମେ ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହିତ ରବର ବୁଲେଟ ମାଡ କରିଥିଲା । ଘଟଣାରେ 4 ଜଣଙ୍କ ମୃତ୍ୟୁ ହୋଇଯାଇଛି ।