ETV Bharat / bharat

ଜୁନ 30 ଯାଏଁ ଭାରତ ବାଂଲାଦେଶ ସୀମା ବନ୍ଦ - ସୀମା ବନ୍ଦ

ଜୁନ 30 ଯାଏଁ ଭାରତ ବାଂଲାଦେଶ ସୀମା ବନ୍ଦ ସମୟସୀମାକୁ ବୃଦ୍ଧି କରାଯାଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟର ଜଣେ ବରିଷ୍ଠ ନାଗରିକ ଢାକା ଟ୍ରିବ୍ୟୁନାଲକୁ ଜଣାଇଛନ୍ତି । ଅଧିକ ପଢନ୍ତୁ...

ଜୁନ 30 ଯାଏଁ ଭାରତ ବାଂଲାଦେଶ ସୀମା ବନ୍ଦ
ଜୁନ 30 ଯାଏଁ ଭାରତ ବାଂଲାଦେଶ ସୀମା ବନ୍ଦ
author img

By

Published : Jun 14, 2021, 2:18 PM IST

ଢାକା: ପୁଣି ବଢିଲା ଭାରତ ବାଂଲାଦେଶ ସୀମା ବନ୍ଦ ଅବଧି । କୋରୋନା ସ୍ଥିତି ପାଇଁ ପୂର୍ବରୁ ଜୁନ 13 ଯାଏଁ ସୀମୀ ବନ୍ଦ ରହିଥିଲା । ମାତ୍ର ଏହାକୁ ପୁଣି ବୃଦ୍ଧି କରାଯାଇଛି । ଜୁନ 30 ଯାଏଁ ଭାରତ ବାଂଲାଦେଶ ସୀମା ବନ୍ଦ ସମୟସୀମାକୁ ବୃଦ୍ଧି କରାଯାଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟର ଜଣେ ବରିଷ୍ଠ ନାଗରିକ ଢାକା ଟ୍ରିବ୍ୟୁନାଲକୁ ଜଣାଇଛନ୍ତି ।

ସମୟ ବୃଦ୍ଧି ନେଇ ଖୁବ ଶ୍ରୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବା ନେଇ କାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି । ପୂର୍ବରୁ ଏପ୍ରିଲ 26ରେ ଭାରତ ସହିତ ବାଂଲାଦେଶ ସୀମାକୁ ସଟଡାଉନ ଦୁଇ ସପ୍ତାହ ବନ୍ଦ କରାଯାଇଥିଲା । ଯାହାକୁ କୋରୋନାର ଦ୍ବିତୀୟ ଲହର କୋପରେ ମେ 8 ଓ ମେ 29ରେ ଦୁଇ ଥର ବୃଦ୍ଧି କରାଯାଇଥିଲା । ବାଂଲାଦେଶ ନାଗରିକଙ୍କୁ ବାହାରୁ ଆସିଲେ 14ଦିନ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ହୋଇଥିଲା ।

ବାଂଲାଦେଶରେ ପ୍ରତିଦିନ କୋରୋନାରେ ମୃତ୍ୟୁ ଏବଂ ନୂତନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି, ଯେଉଁଥିରେ ରବିବାର ଦିନ ଏକ ମାସ ମଧ୍ୟରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ରେକର୍ଡ ହୋଇଛି । ରବିବାର ଦେଶରେ ସର୍ବାଧିକ 47ଜଣଙ୍କ ଜୀବନ ଯାଇଛି । ଦିନକରେ 2 ହଜାର 436 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.