କୋଲକାତା: ମାର୍ଚ୍ଚ 27ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଆଉ ଏହି ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଶେଷ ରାଲିକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମେଦିନାପୁରରେ ଶୁଣିବାକୁ ମିଳିଛି ମୋଦିଙ୍କ ରଣହୁଙ୍କାର ।
ପୂର୍ବ ମେଦିନାପୁରର କାନ୍ଥିରେ ଏକ ଜନସଭାକୁ ସମ୍ବୋଧିତ କରି ତୃଣମୂଳ କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବଙ୍ଗର ବିକାଶ ପାଇଁ ଭାରତୀୟ ଜନତା ପାର୍ଟି ସଙ୍କଳ୍ପ ବଦ୍ଧ । ନିର୍ବାଚନୀ ମଞ୍ଚରୁ 'ବଙ୍ଗ ଚାହେଁ ବିଜେପି ସରକାର' ସ୍ଳୋଗାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ମୋଦି କହିଛନ୍ତି, ତୃଣମୂଳ କଂଗ୍ରେସର ଖେଳ ଏଥର ଶେଷ ହେବ ଆଉ ବିକାଶ ଆରମ୍ଭ ହେବ । ବଙ୍ଗ ବିଜେପି ସରକାର ଚାହୁଁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।