ETV Bharat / bharat

ଭିକ୍ଷା ବେଳେ ଶିଶୁଙ୍କୁ ବ୍ୟବହୃତ ପାଇଁ ଦେଉଥିଲା ମଦ, ବେଙ୍ଗାଲୁରୁରୁ ଗିରଫ ହେଲେ ୩୧ ଅଭିଯୁକ୍ତ

ଭିକ୍ଷା ବେଳେ ଶିଶୁଙ୍କୁ ବ୍ୟବହୃତ ପାଇଁ ଦେଉଥିଲା ମଦ । ଭିକ୍ଷା ବେଳେ ଶିଶୁଙ୍କୁ ବ୍ୟବହାର କରିବା ଲାଗି ସେମାନଙ୍କୁ ମଦ ପିଆଯାଉଥିବା ଜଣାପଡ଼ିଛି । ଏହାସହିତ ଶିଶୁଙ୍କୁ ଭଡ଼ାରେ ଆଣି ଭିକ୍ଷା ପାଇଁ ବ୍ୟବହାର ହେଉଥିବା ଅଭିଯୋଗରେ ୩୧ ଜଣଙ୍କୁ ବେଙ୍ଗାଲୁରୁରୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Nov 16, 2022, 4:25 PM IST

ଭିକ୍ଷା ବେଳେ ଶିଶୁଙ୍କୁ ବ୍ୟବହୃତ ପାଇଁ ଦେଉଥିଲା ମଦ, ବେଙ୍ଗାଲୁରୁରୁ ଗିରଫ ହେଲେ ୩୧ ଅଭିଯୁକ୍ତ
ଭିକ୍ଷା ବେଳେ ଶିଶୁଙ୍କୁ ବ୍ୟବହୃତ ପାଇଁ ଦେଉଥିଲା ମଦ, ବେଙ୍ଗାଲୁରୁରୁ ଗିରଫ ହେଲେ ୩୧ ଅଭିଯୁକ୍ତ

ବେଙ୍ଗାଲୁରୁ: ପେଟ ପାଇଁ ଭିକ୍ଷା ମାଗିବା ଆଜିକାଲି ଏକ ବୃତ୍ତିରେ ପରିଣତ ହୋଇଗଲାଣି । ମାତ୍ର ବିଡମ୍ବନାର ବିଷୟ ଲୋକଙ୍କୁ ପ୍ରଭାବିତ କରିବା ଲାଗି ଏଥିରେ ବ୍ୟବହାର ହେଉଛନ୍ତି ନିରୀହ ଶିଶୁ । କିଛି ମହିଳା ବା ଅନାଥ ଆଶ୍ରମରୁ ଶିଶୁଙ୍କୁ ଅଣାଯାଇ ଭିକ୍ଷା ସମୟରେ ସେମାନଙ୍କର ବ୍ୟବହାର ହେଉଛି (Bangalore child begging racket busted) । ଏହି ଅପରାଧରେ କର୍ଣ୍ଣାଟକ ବେଙ୍ଗାଲୁରୁରୁ ଗିରଫ ହୋଇଛନ୍ତି ୩୧ ଜଣ ଅଭିଯୁକ୍ତ । ସିସିବି ପୋଲିସ ସେମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ସିସିବି, ଏସିପି ରେନା ସୁବର୍ଣ୍ଣାଙ୍କ ନେତୃତ୍ବରେ ଏକ ଟିମ୍ ବସ, ରେଳ ଷ୍ଟେସନ, ସିଗନାଲ୍ ଏବଂ ଧାର୍ମିକ କେନ୍ଦ୍ର ସମ୍ମୁଖରେ ନିଜ ପିଲାମାନଙ୍କ ସହିତ ଭିକ ମାଗୁଥିବା ଅସହାୟ ଲୋକଙ୍କ ଉପରେ ନଜର ରଖିଥିଲେ । ୧୦ ଜଣ ମହିଳା ଏବଂ ୨୧ ଜଣ ଶିଶୁଙ୍କ ସମେତ ମୋଟ ୩୧ ଜଣଙ୍କୁ ଗିରଫ କରାଯାଇଥିଲା । ଗତ ନଭେମ୍ବର ୯ ତାରିଖରେ CCB ଅପରେସନ କରାଯାଇଥିଲା । ଅନେକ ଥର ଲୋକଙ୍କୁ ସଚେତନ କରାଯାଇଛି ଯେ ଧାର୍ମିକ ସ୍ଥଳୀ କିମ୍ବା ରାସ୍ତାକଡ଼ରେ ଭିକ ମାଗୁଥିବା ଭିକ୍ଷୁକଙ୍କୁ ସାହାଯ୍ୟ କରିବା ଅନୁଚିତ । କିନ୍ତୁ ଲୋକେ ମାନବିକତା ଦୃଷ୍ଟିରୁ ଏମାନଙ୍କୁ ଅର୍ଥ ଦେଇଥାନ୍ତି ।

ଏହା ବି ପଢନ୍ତୁ- କଂଗ୍ରେସକୁ ଭୋଟ ଦେଲେ ଡଷ୍ଟବିନକୁ ଯିବ, ଗୁଜୁରାଟରେ ଲାଗୁ ହେବ ଦିଲ୍ଲୀ ପଲିସି, ଆମେ କରିବୁ ସରକାର: କେଜ୍ରିଓ୍ୱାଲ

ଏହାଦ୍ବାରା ଭିକ୍ଷାବୃତ୍ତି ମଧ୍ୟ ବୃଦ୍ଧି ପାଉଛି । କିଛି ଲୋକ ଅନ୍ୟ ପିଲାମାନଙ୍କୁ କୋଳରେ ରଖି ସହାନୁଭୂତି ଭିକ୍ଷା କରୁଛନ୍ତି । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଉତ୍ତର ଭାରତର ଅନ୍ୟାନ୍ୟ ରାଜ୍ୟରୁ ସେମାନେ ଭିକ୍ଷା ବ୍ୟବସାୟରେ ସକ୍ରିୟ ଥିବା ଦେଖିବାକୁ ମିଳିଛି । ଗିରଫ ହୋଇଥିବା ୧୦ ଜଣ ମହିଳାଙ୍କୁ ପ୍ରାଥମିକ ପଚରାଉଚରା ବେଳେ ଜଣାପଡିଛି ଯେ ଶିଶୁ ସହିତ ଭିକ ମାଗୁଥିବା ମହିଳାମାନେ ପ୍ରକୃତ ମା' ନୁହଁନ୍ତି । ଅନୁସନ୍ଧାନ ବେଳେ ଜଣାପଡିଥିଲା ଯେ କେହି ପିଲାଟିକୁ ଭଡା କିମ୍ବା ଚୋରା ଚାଲାଣ କରି ଆଣି ଏଭଳି କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଏହାସହିତ ଭିକ୍ଷା ବେଳେ ଛୋଟ ପିଲା ଯେପରି ନ କାନ୍ଦିବେ ସେଥିଲାଗି ସେମାନଙ୍କୁ ମାଦକ ଦ୍ରବ୍ୟ ମଧ୍ୟ ଦିଆଯାଉଥିବା ଜଣାପଡ଼ିଛି ।

ରାଜ୍ୟରେ ଭିକ୍ଷା ନିଷେଧ ଆଇନକୁ କଡାକଡି ଲାଗୁ କରିବାକୁ ସରକାର ପ୍ରତିଶୃତି ଦେଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଭିକ୍ଷା କାର୍ଯ୍ୟରେ ବ୍ୟବହାର ହେଉଥିବା ୧୨୨୦ ପିଲାଙ୍କୁ ଉଦ୍ଧାର କରାଯାଇଛି । ବେଙ୍ଗାଲୁରୁ ସହରରେ ପ୍ରାୟ ୬ ହଜାର ଭିକ୍ଷୁକ ଅଛନ୍ତି ବୋଲି ସୂଚନା ରହିଛି । ବିହାର, ପଶ୍ଚିମବଙ୍ଗ, ଆସାମ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁର ଗ୍ରାମାଞ୍ଚଳର ଗରିବ ପରିବାର ସହ ଯୋଗାଯୋଗ କରାଯାଇ ସେମାନଙ୍କୁ କାମ ଦେବା ଆଶାରେ କିଛି ଏଜେଣ୍ଟ ସେମାନଙ୍କୁ ସହରକୁ ଆଣୁଛନ୍ତି । ଏହାପରେ ଗରିବ ପିତାମାତାଙ୍କୁ ମାସକୁ କିଛି ଟଙ୍କା ଦେଇ ଶିଶୁଙ୍କୁ ଆଣିଥାନ୍ତି । ପୋଲିସ କହିଛି ଯେ ଏଜେଣ୍ଟମାନେ ପିଲାମାନଙ୍କୁ ମହିଳାମାନଙ୍କୁ ହସ୍ତାନ୍ତର କରନ୍ତି ଏବଂ କମିଶନର ଚଢାଉ ସମ୍ପର୍କରେ ଖବର ପାଇ ଫେରାର ହୋଇଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.