ETV Bharat / bharat

ବାଲାସାହେବ ଠାକରେଙ୍କ ଅଷ୍ଟମ ପୁଣ୍ୟତିଥିରେ ପୁଅ ଉଦ୍ଧବଙ୍କ ଶ୍ରଦ୍ଧାଞ୍ଜଳୀ

ପୂର୍ବତନ ଶିବସେନା ମୁଖ୍ୟ ବାଲାସାହେବ ଠାକରେଙ୍କ ଅଷ୍ଟମ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଛତ୍ରପତି ଶିବାଜୀ ମହାରାଜ ପାର୍କରେ ବାଲାସାହେବ ଠାକରେଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ଅଧିକ ପଢ଼ନ୍ତୁ...

author img

By

Published : Nov 18, 2020, 3:10 AM IST

ବାଲାସାହେବ ଠାକରେଙ୍କ ଅଷ୍ଟମ ପୁଣ୍ୟତିଥିରେ ଉଦ୍ଧବଙ୍କ ଶ୍ରଦ୍ଧାଞ୍ଜଳୀ ଅର୍ପଣ

ମୁମ୍ବାଇ: ମଙ୍ଗଳବାର ପୂର୍ବତନ ଶିବସେନା ମୁଖ୍ୟ ବାଲାସାହେବ ଠାକରେଙ୍କର ଥିଲା ଅଷ୍ଟମ ପୁଣ୍ୟତିଥି। ଏହି ଅବସରରେ ଛତ୍ରପତି ଶିବାଜୀ ମହାରାଜ ପାର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସମେତ ତାଙ୍କ ପରିବାର ଏକାଠି ହୋଇଥିଲେ। ସଭିଏଁ ବାଲା ସାହେବ ଠାକରେଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ଅବସରରେ ମହାରାଷ୍ଟ୍ରର ଅନ୍ୟ ପ୍ରମୁଖ ନେତା ଓ ମନ୍ତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ ।

ପ୍ରତି ବର୍ଷ ବାଲାସାହେବ ଠାକରେ ଏହି ଶିବାଜୀ ପାର୍କରେ ଦଶହରା ପୂଜା ଆରମ୍ଭ କରାଉଥିଲେ। ତାଙ୍କ ଜୀବନର 40 ବର୍ଷରୁ ଅଧିକ ସମୟ ଏହି ପାର୍କ ପ୍ରତି ନ୍ୟସ୍ତ କରିଥିଲେ। ବାଲାସାହେବଙ୍କ ମୃତ୍ୟୁ ପରେ ଏହି ପାର୍କରେ ହିଁ ତାଙ୍କପ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। । ଏଠାରେ ବାଲାସାହେବଙ୍କର ସ୍ମୃତିରେ ଥିବା ସ୍ତୁପ ଶକ୍ତିସ୍ଥଳ ନାମରେ ପରିଚିତ। ପ୍ରତି ବର୍ଷ ଶିବସେନା ନେତା ଓ ମନ୍ତ୍ରୀମାନେ ଏଠାରେ ଆସି ବାଲା ସାହେବଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ତାଙ୍କ ସ୍ମୃତିଚାରଣ କରିଥାନ୍ତି। ତେବେ ଚଳିତ ବର୍ଷ କୋରୋନା ଭାଇରସ ସଂକ୍ରମଣ ଯୋଗୁଁ କୌଣସି କାର୍ଯ୍ୟକ୍ରମ କରାଯାଇନାହିଁ।

ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ସମସ୍ତ ନେତା ଓ ମନ୍ତ୍ରୀଙ୍କୁ ବାଲାସାହେବଙ୍କ ନୀତି ଅନୁସରଣ କରିବାକୁ କହିଥିଲେ। ଏହାସହ ଶୃଙ୍ଖଳିତ ଜୀବନଶୈଳୀ ଆପଣେଇବାକୁ ଉପଦେଶ ଦେଇଥିଲେ। ଦାଦରସ୍ଥିତ ଶିବାଜୀ ମହାରାଜ ପାର୍କରେ ଶିବସେନା ନେତା ସଞ୍ଜୟ ରାଉତ, ମନୋହର ଯୋଶୀ, ଛଗନ ଭୁଜବଲ, ବିଧାନ ପରିଷଦର ବିରୋଧୀ ଦଳର ନେତା ପ୍ରବୀଣ ଡାରେକର, ମେୟର କିଶୋରୀ ପେଡନେକର, ଶିବସେନା ମନ୍ତ୍ରୀ ଏବଂ ନେତାମାନେ ଉପସ୍ଥିତ ରହି ବାଲାସାହେବଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.