ETV Bharat / bharat

ଶ୍ରଦ୍ଧାଳୁଙ୍କ ପାଇଁ ମେ 15ରୁ ଖୋଲିବ ବଦ୍ରିନାଥଙ୍କ ଦ୍ବାର

ଆସନ୍ତା ମେ ମାସ 15 ତାରିଖରେ ବଦ୍ରିନାଥଙ୍କ ମନ୍ଦିର ଖୋଲାଯିବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

Badrinath temple door will open for devotees on 15th May
ଶ୍ରଦ୍ଧାଳୁଙ୍କ ପାଇଁ ମେ 15ରୁ ଖୋଲିବ ବଦ୍ରିନାଥଙ୍କ ଦ୍ବାର
author img

By

Published : Feb 16, 2021, 3:22 PM IST

ଡେରାଡୁନ: ଉତ୍ତରାଖଣ୍ଡର ପ୍ରସିଦ୍ଧ ଶୈବପୀଠ ବଦ୍ରିନାଥ ମନ୍ଦିର ଆସନ୍ତା ମେ ମାସ 15 ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବାକୁ ଯାଉଛି । ତେବେ ଏ ନେଇ ଚାରଧାମ ଦେବସ୍ଥାନମ ବୋର୍ଡର ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି ।

ବଦ୍ରିନାଥ ମନ୍ଦିର ନରେନ୍ଦ୍ର ନଗର ରାଜଭବନରେ ବସନ୍ତ ପଞ୍ଚମି ଅବସରରେ ମନ୍ଦିରକୁ ଖୋଲାଯିବ ବୋଲି ଚାରଧାମ ବୋର୍ଡ ନିଷ୍ପତ୍ତି ନେଇଛି । ଆସନ୍ତା ମେ ମାସ 15 ତାରିଖର ଭୋର 4 ଟା 15 ମିନିଟରେ ମନ୍ଦିରକୁ ଖୋଲାଯିବ । ଏହାପରେ ଏପ୍ରିଲ 29 ତାରିଖରେ ତେଲ କଲାଶ ଯାତ୍ରା ମଧ୍ୟ ଆରମ୍ଭ ହେବ । ଶ୍ରଦ୍ଧାଳୁଙ୍କ ପାଇଁ ଗତ ନଭେମ୍ବର 19 ତାରିଖରୁ ଶୀତକାଳୀନ ଋତୁ ପାଇଁ ବଦ୍ରିନାଥ ମନ୍ଦିରର ଦ୍ବାରକୁ ବନ୍ଦ କରାଯାଇଥିଲା ।

କୋରୋନା ପାଇଁ ମନ୍ଦିର ବନ୍ଦ ହୋଇଥିବା ପରେ କିଛି ଦିନ ଖୋଲାଯାଇ ଶୀତକାଳୀନ ଋତୁ ପାଇଁ ବନ୍ଦ କରାଯାଇଥିଲା । ଶୀତ ଋତୁରେ ସେଠାରେ ତୁଷାରପାତ ହେଉଥିବାରୁ ପ୍ରତିବର୍ଷ ମନ୍ଦିରକୁ ଶୀତକାଳୀନ ଋତୁ ପାଇଁ ବନ୍ଦ କରାଯାଏ । ଆସନ୍ତା ମେ ମାସରେ ଖୋଲୁଥିବାରୁ ଭକ୍ତଙ୍କ ଅଧିକ ସମାଗମ ଆଶା କରାଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.