ପାଟନା: ବିହାରର ବଗହା ଅଞ୍ଚଳରେ ଏକ ବିକୃତ ଛେଳି ଛୁଆ ଜନ୍ମଗ୍ରହଣ କରିଛି । ଉକ୍ତ ଛେଳି ଛୁଆଟିର ମୁଣ୍ଡ ନଥିବା ଜଣାପଡ଼ିଛି । ଏହାସହ ବେକ ଉପରେ ୨ଟି କାନ ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ଏପରି ଅସାଧାରଣ ଛେଳି ଛୁଆ ଜନ୍ମ ନେବା ପରେ ତାକୁ ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ଼ ଜମିଛି । ଏପରି ଛୁଆକୁ ନେଇ ଲୋକେ ବିଭିନ୍ନ ପ୍ରକାର ବିଷୟ ସମ୍ପର୍କରେ ଆଲୋଚନା କରୁଛନ୍ତି । ସେପଟେ ଛେଳି ଶରୀରର ଗଠନ ଘୋଡ଼ା ପରି ହୋଇଛି ।
ଏହି ଛେଳି ଛୁଆର ଆକାର ମା' ଛେଳିର ଆକାର ଠାରୁ ବଡ଼ । ମୁଣ୍ଡ ନଥିବା ବେଳେ ବେକ ଉପରେ ଦୁଇଟି କାନ ରହିଛି । ବାଲ୍ମୀକି ନଗର ଠାରୁ ବିସାହା ଗ୍ରାମ ପର୍ଯ୍ୟନ୍ତ ଏହି ଛେଳିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଛେଳି ଛୁଆଟି ଘୋଡ଼ା ପରି ଦୃଶ୍ୟମାନ ହେଉଛି । ଏହାସହ ଛେଳିର ପୁରା ଶରୀରରେ କେଶ ନଥିବା ଦେଖିବାକୁ ମିଳିଛି । ଏହି ଛେଳି ଛୁଆର ଓଜନ ମଧ୍ୟ ଅଧିକ ରହିଥିଲା । ଏହି ଛେଳି ଛୁଆଟି ଜନ୍ମ ହେବା ପରେ ମାତ୍ର ୫ରୁ ୭ ମିନିଟ ପର୍ଯ୍ୟନ୍ତ ଜୀବିତ ରହିଥିଲା । ଏହାପରେ ଛେଳି ଛୁଆଟିର ମୃତ୍ୟୁ ଘଟିଛି । ହେଲେ ଛେଳି ଛୁଆର ଅସାଧାରଣ ଶରୀରକୁ ଦେଖିବା ଲାଗି ଲୋକଙ୍କ ଭିଡ଼ ଜମିଛି ।
ଏହା ବି ପଢନ୍ତୁ-ରାଜସ୍ଥାନରେ ପାକିସ୍ତାନୀ ଡ୍ରୋନକୁ ଖସାଇଲା ବିଏସଏଫ, 6 କେଜି ଡ୍ରଗ୍ସ ଜବତ
ଛେଳି ଛୁଆଟିର ମୃତ୍ୟୁ ଘଟିବା ପରେ ମାଲିକ ତାକୁ ପୋତି ଦେଇଛନ୍ତି । ଛେଳିର ମାଲିକ ସନ୍ତୋଷ ଥାପ କହିଛନ୍ତି, " ଶନିବାର ସକାଳୁ ସକାଳୁ ଛେଳି ଛୁଆଟି ଜନ୍ମ ନେଇଥିଲା । କିନ୍ତୁ ତାର ମୁଣ୍ଡ ନଥିଲା । ଫଳରେ ଏହି ଛେଳି ଛୁଆଟି ଅଧିକ ସମୟ ଧରି ଜୀବିତ ରହିପାରିନଥିଲା । ମାତ୍ର ୭ମିନିଟ ପର୍ଯ୍ୟନ୍ତ ଛୁଆଟି ଜୀବିତ ରହିଥିଲା । ଏହାର ବେକ ଉପରେ ୨ଟି କାନ ଥିଲା । ଆଖି, ନାକ, ପାଟି କିଛି ନଥିଲା ।
ଶରୀରରେ ଚୁଟି ନଥିବା ବେଳେ ଘୋଡ଼ା ପରି ଶରୀରର ଗଠନ ହୋଇଥିଲା । ମଣିଷ ହେଉ କି ପଶୁ ଉଭୟ ରୋଗରେ ପୀଡିତ ହେବା ସାଧାରଣ କଥା । ହେଲେ ବେଳେ ବେଳେ ଏପରି ଘଟଣା ଘଟେ ଯାହା ଆଲୋଚନାର ବିଷୟ ପାଲଟିଥାଏ । ଏହି ଘଟଣାଟି ମଧ୍ୟ ସେପରି ଅସାଧାରଣ ଘଟଣା ମଧ୍ୟରୁ ଗୋଟିଏ ।