ETV Bharat / bharat

'ବିଜେପିରୁ ବାବୁଲଙ୍କ ପ୍ରତ୍ୟାବର୍ତ୍ତନ କୌଣସି ପ୍ରଭାବ ପକାଇବ ନାହିଁ'

author img

By

Published : Sep 19, 2021, 10:50 AM IST

Updated : Sep 19, 2021, 12:43 PM IST

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ବାବୁଲ ସୁପ୍ରିଓ ଟିଏମସିରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ଶୁଭେନ୍ଦୁ ଅଧିକାରୀ । ଅଧିକ ପଢନ୍ତୁ...

babul-supriyos-exit-not-a-loss-for-bjp-suvendu-adhikari
'ବିଜେପିରୁ ବାବୁଲଙ୍କ ପ୍ରତ୍ୟାବର୍ତ୍ତନ କୌଣସି ପ୍ରଭାବ ପକାଇବ ନାହିଁ'

କୋଲକାତା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ବିଜେପି ସାଂସଦ ବାବୁଲ ସୁପ୍ରିଓ ଟିଏମସିରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ଶୁଭେନ୍ଦୁ ଅଧିକାରୀ । ବାବୁଲଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇନଥିଲା ବୋଲି ସେ କହିଛନ୍ତି । ତେବେ କିଛିଦିନ ପୂର୍ବେ ବାବୁଲ ବିଜେପିରୁ ଇସ୍ତଫା ଦେବା ପରେ ଗତକାଲି(ଶନିବାର) ଟିଏମସିରେ ଯୋଗ ଦେଇଛନ୍ତି ।

ବିଜେପି ନେତା ଶୁଭେନ୍ଦୁ କହିଛନ୍ତି ଯେ, 'ତାଙ୍କର ଏପରି କରିବା ପୂର୍ବରୁ ଦଳକୁ କହିବାର ଥିଲା । ତେବେ ତାଙ୍କର ଇସ୍ତଫା କିମ୍ବା ଟିଏମସିରେ ଯୋଗଦାନ ବିଜେପି ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ସେ ଜଣେ ଜନନେତା ନୁହଁନ୍ତି କି ଜଣେ ଭଲ ରାଜନେତା ନୁହଁନ୍ତି ।' ତଥାପି ବ୍ୟକ୍ତିଗତ ଭାବେ ସେ ଜଣେ ମୋର ଭଲ ବନ୍ଧୁ ବୋଲି ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ।

ଚଳିତ କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣରେ ମନ୍ତ୍ରୀମଣ୍ଡଳରୁ ବାଦ ପଡିବା ସହ ଅସନ୍ତୁଷ୍ଟ ଥିଲେ ବାବୁଲ । ପରେ ସେ ବିଜେପି ଛାଡିଥିବା ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ । ତେବେ ସେବେଠାରୁ ସେ ଟିଏମସିରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଗତକାଲି ଦଳୀୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଟିଏମସିରେ ସାମିଲ ହୋଇଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲେ ବାବୁଲ ସୁପ୍ରିଓ । ଦୀର୍ଘଦିନର ପୁଞ୍ଜିଭୂତ ଅସନ୍ତୋଷରେ ପୂର୍ଣ୍ଣଚ୍ଛେଦ ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 19, 2021, 12:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.