ETV Bharat / bharat

ସାଂସଦ ପଦରୁ ଇସ୍ତଫା ଦେବେ ବାବୁଲ ସୁପ୍ରିୟୋ ! - mp BABUL SUPRIYO MAY RESIGN

ନିକଟରେ ବିଜେପିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ । ଏହାପରେ ସେ ତୃଣମୂଳ କଂଗ୍ରେସରେ ଯୋଗଦେଇଛନ୍ତି । ଆସନ୍ତା ମଙ୍ଗଳବାର ଆସନସୋଲ ସାଂସଦ ପଦରୁ ଇସ୍ତଫା ଦେବା ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

BABUL SUPRIYO
BABUL SUPRIYO
author img

By

Published : Oct 18, 2021, 6:31 AM IST

କୋଲକାତା: ସାଂସଦ ପଦବୀରୁ ଇସ୍ତଫା ଦେଇପାରନ୍ତି ବାବୁଲ ସୁପ୍ରିୟୋ । ଆସନ୍ତା ମଙ୍ଗଳବାର ଦିନ ବାବୁଲ ସୁପ୍ରିୟୋ ଆସନସୋଲ ସାଂସଦ ପଦରୁ ଇସ୍ତଫା ଦେବା ସମ୍ଭାବନା ରହିଛି । ଏନେଇ ସେ ଲୋକସଭାର ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଛନ୍ତି । ଆସନ୍ତା ମଙ୍ଗଳବାର ଦିନ ୧୧ ଟା ବେଳେ ଭେଟିବା ପାଇଁ ସମୟ ଦିଆଯାଇଛି । ସେପଟେ କିନ୍ତୁ ବାବୁଲ ସୁପ୍ରିୟୋଙ୍କ ତରଫରୁ ଏ ନେଇ କୌଣସି ସ୍ପଷ୍ଟ କରାଯାଇନାହିଁ ।

ଦଳୀୟ ସୂତ୍ର ଅନୁସାରେ ଆସନ୍ତା ମଙ୍ଗଳବାର ଦିନ ବାବୁଲ ସୁପ୍ରିୟୋ ଦିଲ୍ଲୀ ଗସ୍ତ କରିବେ ଏବଂ ନିଜ ଇସ୍ତଫା ପତ୍ରର ଔପଚାରିକତା ପୂରଣ କରିବେ। ତୃଣମୂଳ କଂଗ୍ରେସରେ ଯୋଗଦେବା ପରେ ସାଂସଦ ପଦବୀରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ ବାବୁଲ ସୁପ୍ରିୟୋ । ସେପ୍ଟେମ୍ବର ୧୮ରେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ ବାବୁଲ ସୁପ୍ରିୟୋ । ରାଷ୍ଟ୍ରପତିଙ୍କୁ ଭେଟିଲା ପରେ ସାଂସଦ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ଉଦାହରଣ ରହିଛି, କୌଣସି ନେତା ରାଜନୈତିକ ଦଳ ଛାଡିଲେ ମଧ୍ୟ ସାଂସଦ କିମ୍ବା ବିଧାୟକ ପଦରୁ ଇସ୍ତଫା ଦେଇନାହାଁନ୍ତି । ଦୀର୍ଘ ଏକ ମାସ ପରେ ଆସନ୍ତା ମଙ୍ଗଳବାର ବାବୁଲ ସୁପ୍ରିୟୋ ସାଂସଦ ପଦବୀରୁ ଇସ୍ତଫା ଦେବାର ସମ୍ଭାବନା ରହିଛି ।

ସୂଚନାଥାଉକି ବାବୁଲ ସୁପ୍ରିୟୋ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ଆସନସୋଲରୁ ବିଜେପି ପ୍ରାର୍ଥୀ ଭାବରେ ବିଜୟ ହାସଲ କରିଥିଲେ । ନରେନ୍ଦ୍ର ମୋଦିଙ୍କ ଉଭୟ କାର୍ଯ୍ୟକାଳରେ କେନ୍ଦ୍ରମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ନିକଟରେ ମୋଦିଙ୍କ କ୍ୟାବିନେଟ ବିସ୍ତାରରେ ସ୍ଥାନ ନ ମିଳିବାରୁ ରାତା ରାତି ରାଜନୀତି ଛାଡିବା ନେଇ ଘୋଷଣା କରିଥିଲେ ଏବଂ ଏହାର କିଛି ଦିନ ମଧ୍ୟରେ ଟିଏମସିରେ ସାମିଲ ହୋଇଥିଲେ ବାବୁଲ ସୁପ୍ରିୟୋ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.