ନୂଆଦିଲ୍ଲୀ: ହସ୍ପିଟାଲରେ ଡିସଚାର୍ଜ ହେଲେ ବହୁଚର୍ଚ୍ଚିତ ବାବା କା ଢାବା ମାଲିକ କାନ୍ତା ପ୍ରସାଦ । ଗତକାଲି ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ଚେତାଶୂନ୍ୟ ହୋଇଯାଇଥିଲେ । ଏହାପରେ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା । ତେବେ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଳଖିତ ହେବା ପରେ ଗତକାଲି ରାତିରେ ତାଙ୍କୁ ହସ୍ପିଚାଲରୁ ଡିସଚାର୍ଜ କରାଯାଇଛି । ଏନେଇ ପରିବାର ଲୋକଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ଦିଲ୍ଲୀ ପୋଲିସ ଏନେଇ ତଦନ୍ତ ଜାରି ରହିଥିବା ଜଣାପଡିଛି । ତେବେ କେଉଁ କାରଣକୁ କେନ୍ଦ୍ର କରି କାନ୍ତା ପ୍ରସାଦ ଆତ୍ମହତ୍ୟା ଉଦ୍ୟମ କଲେ ତାହା ଏବେ ସନ୍ଧେହ ଘେରରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ