ETV Bharat / bharat

ବାବା କା ଢାବା ମାଲିକ କାନ୍ତା ପ୍ରସାଦଙ୍କ ଆତ୍ମହତ୍ୟା ଉଦ୍ୟମ, ହସ୍ପିଟାଲରେ ଭର୍ତ୍ତି - କାନ୍ତା ପ୍ରସାଦ

ବହୁଚର୍ଚ୍ଚତ ବାବା କା ଢାବା ମାଲିକ କାନ୍ତା ପ୍ରସାଦଙ୍କୁ ହସ୍ପିଟାଲରେ କରାଯାଇଛି ଭର୍ତ୍ତି । କାନ୍ତା ପ୍ରସାଦ ଆତ୍ମହତ୍ୟା ଉଦ୍ୟମ କରିଥିବା କହିଛି ପୋଲିସ । ଅଧିକ ପଢନ୍ତୁ...

ବାବା କା ଢାବା ମାଲିକ କାନ୍ତା ପ୍ରସାଦଙ୍କ ଆତ୍ମହତ୍ୟା ଉଦ୍ୟମ, ହସ୍ପିଟାଲରେ ଭର୍ତ୍ତି

author img

By

Published : Jun 18, 2021, 3:45 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀସ୍ଥିତ ବହୁଚର୍ଚ୍ଚିତ ବାବା କା ଢାବା ମାଲିକ କାନ୍ତା ପ୍ରସାଦଙ୍କୁ ହସ୍ପିଟାଲରେ କରାଯାଇଛି ଭର୍ତ୍ତି । କାନ୍ତା ପ୍ରସାଦ ଆତ୍ମହତ୍ୟା ଉଦ୍ୟମ କରିଥିବା କହିଛି ପୋଲିସ ।

ବର୍ତ୍ତମାନ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି କାନ୍ତା ପ୍ରସାଦ । ନିକଟରେ ଖବର ଆସିଥିଲା ଯେ ଆର୍ଥିକ ସଙ୍କଟ ଯୋଗୁଁ କାନ୍ତି ପ୍ରସାଦଙ୍କୁ ନିଜ ରେସ୍ତୋରାଁ ବନ୍ଦ କରିବାକୁ ପଡିଥିଲା । ଏହାପରେ ସେ ରାସ୍ତାକଡ ପୁରୁଣା ଢାବାକୁ ଫେରିଆସିଥିଲେ ।

ଡିସିପି ସାଉଥ ଅତୁଲ ଠାକୁର କହିଛନ୍ତି ଯେ କାନ୍ତା ପ୍ରସାଦଙ୍କ ପୁଅ କର୍ଣ୍ଣ ପୋଲିସକୁ ସୂଚନା ଦେଇଥିଲେ ଯେ ଗୁରୁବାର ରାତିରେ ମଦ୍ୟପାନ କରିବା ପରେ କାନ୍ତା ପ୍ରସାଦ ନିଦ ଔଷଧ ଖାଇଦେଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଫଦରଜଙ୍ଗ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ଗତ ବର୍ଷ ଲକଡାଉନ ସମୟରେ ବାବା କା ଢାବା ଚଳାଉଥିବା କାନ୍ତା ପ୍ରସାଦ ଚର୍ଚ୍ଚାକୁ ଆସିଥିଲେ। ଜଣେ ୟୁଟ୍ୟୁବର ତାଙ୍କୁ ନେଇ ଏକ ଭିଡିଓ କରିଥିଲେ । ବେଶ ଭାଇରାଲ ହୋଇଥିଲା ଏହି ଭିଡିଓ । ଏହାପରେ କାନ୍ତାପ୍ରଦାଦଙ୍କ ଢାବାକୁ ବଢିଥିଲା ସହଯୋଗର ହାତ ।

ଅନେକ ଲୋକେ ବାବାଙ୍କ ଦୋକାନକୁ ଆସି ତାଙ୍କ ହାତ ତିଆରି ଖାଦ୍ୟ ଖାଇବା ସହ ଟଙ୍କା ଦେଇଥିଲେ । ପରେ ବାବା ସେହି ଟଙ୍କାରେ ଏକ ରେସ୍ତୋରାଁ ମଧ୍ୟ ଖୋଲିଥିଲେ । ହେଲେ ଆର୍ଥିକ ସଙ୍କଟ ଦେଖାଦେବାରୁ ତାଙ୍କୁ ଏହି ରେସ୍ତୋରାଁ ବନ୍ଦ କରିବାକୁ ପଡିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.