ETV Bharat / bharat

ପୂର୍ବତନ ଜଷ୍ଟିସ ଅବଦୁଲ ନଜୀର ହେଲେ ଆନ୍ଧ୍ର ରାଜ୍ୟପାଳ, ଅଯୋଧ୍ୟା ଖଣ୍ଡପୀଠରେ ଥିଲେ ଏକମାତ୍ର ମୁସଲିମ ଜଷ୍ଟିସ

author img

By

Published : Feb 12, 2023, 5:53 PM IST

ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ ଅବଦୁଲ ନଜୀର । ଅଯୋଧ୍ୟା ମାମଲାର ରାୟ ଖଣ୍ଡପୀଠରେ ଥିଲେ ଏକମାତ୍ର ମୁସଲିମ୍‌ ବିଚାରପତି । ଗତମାସ 4 ତାରିଖରେ ନେଇଥିଲେ ଅବସର । ଅଧିକ ପଢନ୍ତୁ

ଅଯୋଧ୍ୟା ଖଣ୍ଡପୀଠରେ ଥିବା ପୂର୍ବତନ ଜଷ୍ଟିସ ଅବଦ୍ଦୁଲ ନଜିର ହେଲେ ଆନ୍ଧ୍ର ରାଜ୍ୟପାଳ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ବରିଷ୍ଠ ବିଚାରପତି ତଥା ବହୁଚର୍ଚ୍ଚିତ ଅଯୋଧ୍ୟା ରାୟ ପ୍ରକାଶ କରିଥିବା ସାମ୍ବିଧାନିକ ଖଣ୍ଡପୀଠରେ ସଦସ୍ୟ ଥିବା ଜଷ୍ଟିସ ଏସ. ଅବଦୁଲ ନଜୀରଙ୍କୁ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଜିରଙ୍କୁ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି । ଆଜି ରାଷ୍ଟ୍ରପତି ମୁର୍ମୁ ୧୨ ରାଜ୍ୟରେ ରାଜ୍ୟପାଳଙ୍କ ଅଦଳବଦଳ ସହ କିଛି ନୂଆ ରାଜ୍ୟପାଳ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ।

ଚଳିତ ବର୍ଷ ଜାନୁଆରୀ 4 ତାରିଖରେ ଜଷ୍ଟିସ ନଜିର ସର୍ବୋଚ୍ଚ କୋର୍ଟରୁ ବିଚାରପତି ଭାବେ ଅବସର ଗ୍ରହଣ କରିଥିଲେ । ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଛତିଶଗଡ ରାଜ୍ୟପାଳ ଭାବେ ନୂତନ ଦାଇତ୍ବ ଗ୍ରହଣ କରିବେ । ବିଶ୍ୱଭୂଷଣ ହରିଚନ୍ଦନଙ୍କ ସ୍ଥାନରେ ନଜୀରଙ୍କୁ ଆନ୍ଧ୍ର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ସର୍ବୋଚ୍ଚ କୋର୍ଟର ପୂର୍ବତନ ବରିଷ୍ଠ ବିଚାରପତି ଜଷ୍ଟିସ ନଜୀର ଅନେକ ସମ୍ବେଦନଶୀଳ ତଥା ଚର୍ଚ୍ଚିତ ମାମଲାର ଶୁଣାଣିରେ ଖଣ୍ଡପୀଠ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି ।

ତିନି ତଲାକ ମାମଲା, ବିମୁଦ୍ରୀକରଣ ପରି ବିବାଦୀୟ ତଥା ଚର୍ଚ୍ଚିତ ମାମଲାର ଶୁଣାଣିରେ ଅଂଶଗ୍ରହଣ କରିଥିବା ଜଷ୍ଟିସ ନଜିର ରାମ ଜନ୍ମଭୂମୀ-ବାବ୍ରି ମସଜିଦ ରାୟ ଘୋଷଣା କରିଥିବା ସାମ୍ବିଧାନିକ ଖଣ୍ଡପୀଠର ସଦସ୍ୟ ମଧ୍ୟ ଥିଲେ । ଏହି ବହୁଚର୍ଚ୍ଚତ ମାମଲାର ଖଣ୍ଡପୀଠରେ ଏକମାତ୍ର ମୁସଲିମ୍‌ ବିଚାରପତି ଥିଲେ ଜଷ୍ଟିସ ନଜୀର । ଯାହା ତାଙ୍କୁ ବେଶ ଚର୍ଚ୍ଚିତ କରିଥିଲା । ସେ ଗତମାସ(ଜାନୁଆରୀ 4 ତାରିଖ)ରେ ଅବସର ନେଇଥିବା ବେଳେ ବିଦାୟୀ ଭାଷଣରେ ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ଏବେ ମଧ୍ୟ ମହିଳାଙ୍କ ଅଂଶଗ୍ରହଣ ପ୍ରତିଶତ ଆଖିଦୃଶିଆ ନୁହେଁ ବୋଲି ମତ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ବଦଳିଲେ 12 ରାଜ୍ୟର ରାଜ୍ୟପାଳ, ବିଶ୍ବ ଭୂଷଣ ହେଲେ ଛତିଶଗଡ ରାଜ୍ୟପାଳ

ଜଷ୍ଟିସ ନଜୀର କର୍ଣ୍ଣାଟକ ହାଇକୋର୍ଟରେ ଆଇନଜୀବୀ ଭାବେ ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସେ 2003ରେ କର୍ଣ୍ଣାଟକ ଉଚ୍ଚ ନ୍ୟାୟଳୟରେ ଅତିରିକ୍ତ ବିଚାରପତି ଏବଂ 2004 ମସିହାରେ ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । 2017ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା । ନିଜର ବିଚାରପତି କ୍ୟାରୟରରେ ସେ ବିଭିନ୍ନ ସମ୍ବେଦନଶୀଳ ମାମଲର ଶୁଣାଣି ପ୍ରକ୍ରିୟାରେ ଅଂଶଗ୍ରହଣ କରି ଜଣେ ଚର୍ଚ୍ଚିତ ବିଚାରପତି ଭାବେ ଚର୍ଚ୍ଚାକୁ ଆସିଥିଲେ ।

ଗତ 6ବର୍ଷ ମଧ୍ୟରେ ସର୍ବୋଚ୍ଚ କୋର୍ଟର ପୂର୍ବତନ ବିଚାରପତି ରାଜ୍ୟପାଳ ନିଯୁକ୍ତି ପାଇବାରେ ଏହା ପ୍ରଥମ ଘଟଣା । ଏହା ପୂର୍ବରୁ 2014ରେ ପୂର୍ବତନ ପ୍ରଧାନ ବିଚାରପତି ପି.ସଥାସିଭମ (p sathasivam)ଙ୍କୁ କେରଳର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା । ସେ 2013ରୁ 2014 ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ତୁଲାଇ ଅବସର ଗ୍ରହଣ କରିଥିଲେ । ଏହାପୂର୍ବରୁ ଜଷ୍ଟିସ ଫତିମା ବିଓ୍ବିଙ୍କୁ 1997ରେ ତାମିଲନାଡୁ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା । ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇ ମଧ୍ୟ ଅବସର ଗ୍ରହଣ କରିବା ପରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.