ETV Bharat / bharat

Ayodhya: ଦୁଇ ବର୍ଷରେ କେତେ ଆଗେଇଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ?

author img

By

Published : Aug 5, 2022, 9:42 PM IST

Updated : Aug 5, 2022, 9:52 PM IST

ଆଜି ଠାରୁ ଠିକ ଦୁଇ ବର୍ଷ ପୂର୍ବେ ଅର୍ଥାତ 5 ଅଗଷ୍ଟ 2020 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଙ୍କ ଦ୍ବାରା ମାହାର୍ଘ ମୁହୂର୍ତ୍ତରେ ଅଯୋଧ୍ୟା (Ayodhya) ରେ ଭବ୍ୟ ଦିବ୍ୟ ରାମ ମନ୍ଦିର ନିର୍ମାମ ପାଇଁ ଭୁମି ପୂଜନ ସହ ଶିଳାନ୍ୟାସ ହୋଇଥିଲା । ଅଧିକ ପଢନ୍ତୁ

Ayodha
EtvAyodha Bharat

ଅଯୋଧ୍ୟା: ଆଜି ଠାରୁ ଠିକ ଦୁଇ ବର୍ଷ ପୂର୍ବେ ଅର୍ଥାତ 5 ଅଗଷ୍ଟ 2020 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Narendra Modi) ଙ୍କ ଦ୍ବାରା ମାହାର୍ଘ ମୁହୂର୍ତ୍ତରେ ଅଯୋଧ୍ୟା (Ayodhya) ରେ ଭବ୍ୟ ଦିବ୍ୟ ରାମ ମନ୍ଦିର ନିର୍ମାମ ପାଇଁ ଭୁମି ପୂଜନ ସହ ଶିଳାନ୍ୟାସ ହୋଇଥିଲା । ଶିଳାନ୍ୟାସ ପରଠାରୁ ଅଯୋଧ୍ୟାର ପବିତ୍ର ଭୂମିରେ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଛି ।

ଦୁଇ ବର୍ଷରେ କେତେ ନିର୍ମାଣ ହେଲା ରାମ ମନ୍ଦିର?

ତେବେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ( Shri Ram Janmabhoomi Teerth Kshetra) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ଗର୍ଭଗୃହର ନିର୍ମାଣ କାମ 30 ପ୍ରତିଶତ ସମୂର୍ଣ୍ଣ ହୋଇଛି । ତଥା ମୋଟ ଉପରେ ସମ୍ପୂର୍ଣ୍ଣ କାମର 40 ପ୍ରତିଶତ ଶେଷ ହୋଇଛି । ଆସନ୍ତା 2024 ସୁଦ୍ଧା ପ୍ରଥମ ମହଲା କାମ ଶେଷ ହୋଇଯିବ ବୋଲି କୁହାଯାଇଛି । ଏହାସହ ସମ୍ପୂର୍ଣ୍ଣ ମନ୍ଦିର କାର୍ଯ୍ୟ ଆସନ୍ତା 2025 ଶେଷ ସୁଦ୍ଧା ଶେଷ ହୋଇଯିବ । କିନ୍ତୁ 2024 ପ୍ରଥମାର୍ଦ୍ଧରୁ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରିବାର ସୁଯୋଗ ପାଇବେ ।

ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାମ ଶେଷ କରିବା ପାଇଁ ଦୈନିକ 12 ରୁ 14 ଘଣ୍ଟା ବର୍ତ୍ତମାନ ହେଉଛି । 3 ଟି ପର୍ଯ୍ୟାୟରେ ମନ୍ଦିର ପ୍ଲିନ୍ଥ କାମ ଶେଷ ହୋଇଛି । ମନ୍ଦିର ପ୍ରଥମ ମହଲା କାମ ଗତ ଜୁନ ମାସରୁ ଆରମ୍ଭ ହୋଇଛି । ପ୍ରଥମ ମହଲାରେ ମଧ୍ୟ ଗର୍ଭଗୃହ ନିର୍ମାଣ ହେବ । ଯାହାର ଏବେ ଚତୁର୍ଥ ପର୍ଯ୍ୟାୟରେ ମୂଳଦୂଆ କାମ ଚାଲିଛି । ଗର୍ଭ ଗୃହର ପରିକ୍ରମା ମାର୍ଗ ଶେଷ ହେବା ପରେ ଗର୍ଭ ଗୃହ ନିର୍ମାଣ କାମ ଆରମ୍ଭ ହେବ ।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅଧିକାରୀଙ୍କ ସୂଚନା ଅନୁସାରେ ରାମ ଜନ୍ମଭୂମି ପରିସରରେ ନିର୍ମାମ କାର୍ଯ୍ୟ ଦୃତଗତିରେ ଚାଲିଛି । ଆବଶ୍ୟକ ସ୍ଥଳେ ଏହା ଆହୁରି ବଢିବ । ବିଭିନ୍ନ ପର୍ଯ୍ୟାୟରେ ଗ୍ରେନାଇଟ ପଥର ଦ୍ବାରା ଲଗାଯାଉଛି । 17 ହଜାରରୁ ଅଧିକ ପଥର ଖଣ୍ଡ ଲାଗିବ । ଏବେ ସୁଦ୍ଧା 5 ହଜାରରୁ ଅଧିକ ପଥର ଖଣ୍ଡ ଆସି ପହଞ୍ଚି ଯାଇଛି । ଚଳିତ ମାସ ଶେଷ ସୁଦ୍ଧା 250 ଫୁଟ କ୍ଷେତ୍ର ପରିସରରେ ଗ୍ରେନାଇଟ ପଥର ସ୍ଥାପନ ଶେଷ ହୋଇଯିବ । ଏହାର ମୂଳଦୁଆ ରେ ମୁଖ୍ୟ ମନ୍ଦିର ନିର୍ମାଣ ହେବ । ରାମ ମନ୍ଦିରର ପ୍ରଥମ ମହଲା ନିର୍ମାଣ କାର୍ଯ୍ୟ 2023 ଶେଷ ସୁଦ୍ଧା ସରିବ ।

ପ୍ରଥମ ମହଲା ନିର୍ମାଣ ଶେଷ ହେବା ପରେ ରାମଲାଲାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ସୁଯୋଗ ମିଳିବ । ଏହାସହ ମନ୍ଦିରର ଅନ୍ୟ 2 ମହଲା କାମ ଜାରି ରହିବ । ଯାହା 2025 ସୁଦ୍ଧା ଶେଷ ହୋଇଯିବ ।

ସେହିପରି ରାମଜନ୍ମଭୂମିର ପାରିପାର୍ଶ୍ବିକ କାମ ମଧ୍ୟ ଆରମ୍ଭ ହୋଇଛି । ପୁରା ଅଯୋଧ୍ୟାର ସୌନ୍ଦର୍ଯ୍ୟ କରଣ, ଉନ୍ନତ ସ୍ଥାୟୀ ଭିତ୍ତିଭୂମି କାମ ଆରମ୍ଭ ହୋଇଛି । ଅଯୋଧ୍ୟାର ରାମ କି ପେଡୀ ଠାରୁ ଦୀପୋତ୍ସବ ରୋଡ ପର୍ଯ୍ୟନ୍ତ ରାସ୍ତାକୁ 4 ଥାକିଆ କରାଯାଉଛି । ରାମଜନ୍ମଭୂମିର ମୁଖ୍ୟ ରାସ୍ତାକୁ ମଧ୍ୟ ଓସାର କରାଯିବ ସହ ଆଧୁନିକୀକରଣ କରାଯାଉଛି । ସରଜୁ କୂଳର ଭିତ୍ତିଭୂମି, ସୌନ୍ଦର୍ଯ୍ୟ କରଣ ସହ ସୁବିଧା ସୁଯୋଗ ବୃଦ୍ଧି କାମ ଚାଲିଛି । ସରକାର ଖାଲି ମନ୍ଦିର ନୁହେଁ ପୁରା ଅଯୋଧ୍ୟାର ନବକଲେବର କରିବା ସହ ଆଗାମୀ 200 ଶହ ବର୍ଷକୁ ଯୋଜନାରେ ରଖି କାମ କରୁଛନ୍ତି । ଭବିଷ୍ୟତରେ ଆସିବାକୁ ଥିବା ଶ୍ରଦ୍ଧାଳୁଙ୍କ ସୁବିଧା ସୁଯୋଗ ରହଣୀ ପାଇଁ ମଧ୍ୟ କାମ ହେଉଛି ।

Last Updated : Aug 5, 2022, 9:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.