ETV Bharat / bharat

ଭବ୍ୟ ରାମ ମନ୍ଦିରରେ ଲାଗିବ ହାଇଦ୍ରାବାଦରେ ନିର୍ମିତ କବାଟ

author img

By ETV Bharat Odisha Team

Published : Dec 25, 2023, 9:23 PM IST

Doors of Ayodhya Ram Temple made in Hyderabad: ଆସନ୍ତା ଜାନୁଆରୀ 22 ତାରିଖରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ରାମ ମନ୍ଦିର । ଏହାରି ଭିତରେ ରାମ ମନ୍ଦିରର ଏକ ଅଂଶ ଭାବରେ ମନ୍ଦିରରେ ଲାଗିବାକୁ ଥିବା କବାଟ ଗୁଡିକ ହାଇଦ୍ରାବାଦରେ ନିର୍ମାଣ କରାଯାଉଛି । ଅଧିକ ପଢ଼ନ୍ତୁ

Doors of Ayodhya Ram Temple made in Hyderabad

ହାଇଦ୍ରାବାଦ : ପାଖେଇ ଆସୁଛି ମର୍ଯ୍ୟଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଦିବସ । ଆସନ୍ତା ଜାନୁଆରୀ 22 ତାରିଖରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ରାମ ମନ୍ଦିର । ତେବେ ଏହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିଷ୍ଠା ଉତ୍ସବ ପାଇଁ ଚାଲିଛି ଯୋରଦାର ପ୍ରସ୍ତୁତି । ଯେତେ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ମଧ୍ୟ 2500 ବର୍ଷ ପର୍ଯ୍ୟନ୍ତ ଯେପରି ମନ୍ଦିରର କୌଣସି କ୍ଷତି ହେବ ନାହିଁ ଏହାକୁ ଦୃଷ୍ଟିରେ ରଖି ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ କରାଯାଇଛି । ଭାରତୀୟ ସଂସ୍କୃତିକୁ ପ୍ରତିଫଳନ କରିବା ପାଇଁ ମନ୍ଦିରକୁ ନଗର ଶୈଳୀ ଓ ଅଷ୍ଟକୋଣ ଆକୃତିରେ ନିର୍ମାଣ କରାଯାଇଛି । ତେବେ ଏହାରି ଭିତରେ ରାମ ମନ୍ଦିରର ଏକ ଅଂଶ ଭାବରେ ମନ୍ଦିରରେ ଲାଗିବାକୁ ଥିବା କବାଟ ଗୁଡିକ ହାଇଦ୍ରାବାଦରେ ନିର୍ମାଣ କରାଯାଉଛି ।

ଅଯୋଧ୍ୟା ରାମ ମନ୍ଦିରରେ ଲାଗିବାକୁ ଥିବା ବକାଟ ଗୁଡ଼ିକୁ ହାଇଦ୍ରାବାଦରେ ନିର୍ମାଣ କରାଯାଇଛି । ଏହି କବାଟ ଗୁଡିକ ସିକନ୍ଦରାବାଦର ନୂଆ ବୋଇନପଲ୍ଲୀର ଅନୁରାଧା ଟିମ୍ବର୍ସ ଇଣ୍ଟରନ୍ୟାସନାଲ ରାମ ମନ୍ଦିର କବାଟ ନିର୍ମାଣ କାର୍ଯ୍ୟ କରୁଛି । ଏହି କବାଟ ଗୁଡିକରେ ସୁନ୍ଦର ସୁନ୍ଦର ମୂର୍ତ୍ତିମାନ ଖୋଦିତ କରାଯାଇଛି । ଏହାକୁ ନିର୍ମାଣ କରିବା ପାଇଁ କାରିଗର ମାନେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ରାମ ମନ୍ଦିର ପ୍ରତିଷ୍ଠା; 108 ଫୁଟର ଧୂପକାଠିରେ ମହକିବ ଅଯୋଧ୍ୟା

ତେବେ ଏହି କବାଟ ନିର୍ମାଣ କରୁଥିବା କମ୍ପାନୀର ମାଲିକ ଶରତ ବାବୁଙ୍କ କହିବା ଅନୁସାରେ, ସେମାନେ ରାମ ମନ୍ଦିରରେ ଲାଗିବାକୁ ଥିବା 100ରୁ ଅଧିକ କବାଟ ନିର୍ମାଣ କରୁଛନ୍ତି । କବାଟ ନିର୍ମାଣ କରିବାରେ ଶାଗୁଆନ କାଠର ବ୍ୟବହାର କରାଯାଇଛି ଯାହାକୁ ବାଲ୍ଲାର୍ଶାରୁ ଆଣାଯାଇଛି । ଏହାସହ କବାଟ ନିର୍ମାଣରେ ଉନ୍ନତମାନର କାଠ ସବୁ ବ୍ୟବହାର କରାଯାଇଛି । ରାମ ମନ୍ଦିର ପ୍ରତିଷ୍ଠା ଦିନ ପାଖେଇ ଆସୁଥିବାରୁ କବାଟ ନିର୍ମାଣର କାର୍ଯ୍ୟକୁ ଶୀଘ୍ର କରାଯାଉଛି । ଏହି କବାଟକୁ ଶ୍ରୀଘ୍ର ମନ୍ଦିର କତ୍ତୃପକ୍ଷଙ୍କୁ ପ୍ରଦାନ କରାଯିବ । ତେବେ ତାଙ୍କୁ ଏହି ଭବ୍ୟ ରାମ ମନ୍ଦିର ନିର୍ମାଣରେ ଲାଗିବାକୁ ଥିବା କବାଟ ନିର୍ମାଣ କାର୍ଯ୍ୟ କରିବାର ସୁଯୋଗ ମିଳିଥିବାରୁ ସେ ନିଜକୁ ଭାଗ୍ୟବାନ ବୋଲି କହିଛନ୍ତି । ଅନ୍ୟପକ୍ଷେ ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଏଠାରେ ରାମ ମନ୍ଦିର ପାଇଁ କବାଟ ନିର୍ମାଣ କରାଯାଉଥିବାରୁ ସେମାନେ ବେଶ ଗର୍ବିତ ଅନୁଭବ କରୁଛନ୍ତି ।

ଅନ୍ୟପକ୍ଷେ ଜ୍ୟୋତିର୍ବିଦଙ୍କ ଅନୁସାରେ, ଜାନୁଆରୀ 22 ତାରିଖ ଦିନ 12.30 ଟା ସମୟ ହେଉଛି ପ୍ରଭୁ ରାମଙ୍କ ମୂର୍ତ୍ତି ପ୍ରତିଷ୍ଠା କରିବାର ଉତ୍ତମ ସମୟ । ଏହି ସମୟରେ 84 ସେକେଣ୍ଟ ପାଇଁ ଶୁଭ ମୂହୁର୍ତ୍ତ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.