ETV Bharat / bharat

ରାମ ମନ୍ଦିର ଜମି କିଣାରେ ଚଞ୍ଚକତା, ଡିଲ୍‌ରେ ଦୁର୍ନୀତିର ଦାଗ - ରାମ ମନ୍ଦିର ଜମି କିଣା

ଭଗବାନ ଶ୍ରୀରାମଙ୍କ ମନ୍ଦିରକୁ ଭବ୍ୟ ରୂପ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ଆଉ ଏହାରି ମଧ୍ୟରେ ଟ୍ରଷ୍ଟ ଉପରେ ଲାଗିଛି ଦୁର୍ନୀତିର ଗମ୍ଭୀର ଅଭିଯୋଗ । ଅଧିକ ପଢନ୍ତୁ...

ରାମ ମନ୍ଦିର ଜମି କିଣାରେ ଚଞ୍ଚକତା, ଡିଲ୍‌ରେ ଦୁର୍ନୀତିର ଦାଗ

author img

By

Published : Jun 14, 2021, 5:26 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଚାଲିଛି ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ । ନିଜ ଆରାଧ୍ୟ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ମନଖୋଲି ଦାନ କରିଛନ୍ତି ଜନସାଧାରଣ ।

କୋଟି କୋଟି ଟଙ୍କା ଦାନ କରିଛନ୍ତି ଦେଶର ଲୋକେ । ମନ୍ଦିରକୁ ଭବ୍ୟ ରୂପ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ଆଉ ଏହାରି ମଧ୍ୟରେ ଟ୍ରଷ୍ଟ ଉପରେ ଲାଗିଛି ଦୁର୍ନୀତିର ଗମ୍ଭୀର ଅଭିଯୋଗ ।

କଣ ରହିଛି ଅଭିଯୋଗ ?

ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଉପରେ ରହିଛି ଜମି ଦୁର୍ନୀତିର ଅଭିଯୋଗ । ଏହି ଅଭିଯୋଗ ଅନୁଯାୟୀ, 2 କୋଟିର ଜମିକୁ ଟ୍ରଷ୍ଟ ସାଢେ 18 କୋଟିରେ କିଣିଛି । ପ୍ରଥମେ ଜମିର ମୂଲ୍ୟ 2 କୋଟି ରହିଥିଲା । ହେଲେ 10 ମିନିଟରେ ହୋଇଥିଲା ଡିଲ ଆଉ ଏହାରି ମଧ୍ୟରେ ଜମିର ମୂଲ୍ୟ 2 କୋଟିରୁ ବଢି 18 କୋଟି ହୋଇଯାଇଥିଲା । 10 ମିନିଟ ଜମିର ମୂଲ୍ୟ 16 କୋଟି ବଢିଯାଇଥିଲା ।

ଚଳିତ ବର୍ଷ ଜମିର 2ଟି ଡିଲ ହୋଇଥିଲା । ଆଉ 2ଟି ଡିଲ୍‌ରେ ସମୟର ବ୍ୟବଧାନ ରହିଥିଲା ମାତ୍ର 10 ମିନିଟ ।

ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂହ ଜମି କିଣିବାରେ ଦୁର୍ନୀତିର ଅଭିଯୋଗ ଲଗାଇଛନ୍ତି । ଆଉ ଏଥିରେ ସିବିଆଇ ଯାଞ୍ଚର ମଧ୍ୟ କରିଛନ୍ତି ଦାବି । ତମାମ ପ୍ରଶ୍ନ ମଧ୍ୟରେ ରାମ ମନ୍ଦିର ଟ୍ରଷ୍ଟ ଏହାକୁ ରାଜନୈତିକ ଅଭିଯୋଗର ଆଖ୍ୟା ଦେଇଛି ।

ଟ୍ରଷ୍ଟ ମହାସଚିବ ଚମ୍ପତ ରାୟଙ୍କ ସଫେଇ

ଚମ୍ପତ ରାୟ ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ଏଭଳି ଅଭିଯୋଗରେ ଡରୁନାହାଁନ୍ତି । ସେ ନିଜ ଉପରେ ଲାଗୁଥିବା ଅଭିଯୋଗର ଅଧ୍ୟୟନ କରିବେ । ମିଡିଆକୁ ଦେଇଥିବା ବୟାନରେ ରାୟ କହିଛନ୍ତି, ଆମ ଉପରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିବାର ମଧ୍ୟ ଅଭିଯୋଗ ଲାଗିଛି । ହେଲେ ଆମେ ଅଭିଯୋଗକୁ ଭୟ କରୁନାହୁଁ । ଅଭିଯୋଗର ଅଧ୍ୟୟନ କରି ଏହାର ଯାଞ୍ଚ କରିବାକୁ କହିଛନ୍ତି ଚାମ୍ପତ ରାୟ ।

କଂଗ୍ରେସର ପ୍ରତିକ୍ରିୟା

ଭଗବାନ ରାମଙ୍କ ନାଁରେ ଦାନକୁ ନେଇ ଘୋଟାଲା କରାଯାଉଥିବାର ଅଭିଯୋଗ ଲଗାଇଛି କଂଗ୍ରେସ । ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରେଜୱାଲା କହିଛନ୍ତି, ହେ ରାମ, ଏହା କିଭଳି ଦିନ...ଆପଣଙ୍କ ନାଁରେ ଚାନ୍ଦାକୁ ନେଇ ଘୋଟାଲା କରାଯାଉଛି । ଦୁଇ କୋଟିର ଜମି 10 ମିନିଟ ପରେ 18 କୋଟି କେମିତି ହେଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, କୋଟି କୋଟି ଲୋକଙ୍କ ଆସ୍ଥା ଓ ଭକ୍ତି କାରଣରୁ ଭଗବାନଙ୍କୁ ଅର୍ପଣ କଲେ । ଏହି ଚାନ୍ଦାର ଦୁରୁପୋଯୋଗ ଅଧର୍ମ । ପାପ ଓ ଆସ୍ଥାର ଅପମାନ ।

ସମାଜବାଦୀ ପାର୍ଟିର ସିବିଆଇ ଯାଞ୍ଚ ଦାବି

ସମାଜବାଦୀ ପାର୍ଟି ସରକାରରେ ମନ୍ତ୍ରୀ ରହିଥିବା ଓ ଅଯୋଧ୍ୟାର ପୂର୍ବତନ ବିଧାୟକ ପବନ ପାଣ୍ଡେ ମଧ୍ୟ ଚମ୍ପତରାୟଙ୍କ ଉପରେ ଦୁର୍ନୀତିର ଅଭିଯୋଗ ଆଣି ମାମଲାର ଯାଞ୍ଚ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି ।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଦ୍ବିତୀୟ ପର୍ଯ୍ୟାୟ କାମ ଡିସେମ୍ବରରୁ ଆରମ୍ଭ ହେବ । ଏହି ସମୟ ମଧ୍ୟରେ ମନ୍ଦିରର ଗଠନ ପାଇଁ ପଥର ନିର୍ମାଣ କାର୍ଯ୍ୟ କରାଯିବ। ଗତ ସପ୍ତାହରେ ମନ୍ଦିର ଟ୍ରଷ୍ଟ ଏହି ସୂଚନା ଦେଇଥିଲା। ଡିସେମ୍ବରରୁ ଦ୍ବିତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଯେଉଁଥିରେ ଭବ୍ୟ ମନ୍ଦିରର ଗଠନ ପାଇଁ ପଥର କାର୍ଯ୍ୟ କରାଯିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.