ETV Bharat / bharat

ଗର୍ଭଗୃହରେ ବିରାଜିଲେ ରାମଲାଲା, ରାମନାମରେ କମ୍ପିଲା ଚତୁର୍ଦ୍ଦିଗ - Ayodhya ram temple

Ram Lalla idol placed in Garbha Griha: ଗର୍ଭଗୃହରେ ବିରାଜମାନ ହେଲେ ରାମଲାଲା । 22ରେ ପ୍ରାଣ ପ୍ରତିଷ୍ଠା । ଅଧିକ ପଢନ୍ତୁ

tydଗର୍ଭଗୃହରେ ବିରାଜିଲେ ରାମଲାଲା, ରାମନାମରେ କମ୍ପିଲା ଚତୁର୍ଦ୍ଦିଗ
dthyxଗର୍ଭଗୃହରେ ବିରାଜିଲେ ରାମଲାଲା, ରାମନାମରେ କମ୍ପିଲା ଚତୁର୍ଦ୍ଦିଗ
author img

By ETV Bharat Odisha Team

Published : Jan 18, 2024, 9:50 PM IST

ଲକ୍ଷ୍ନୌ: 22ରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆଜି ଭବ୍ୟ ରାମ ମନ୍ଦିରର ଗର୍ଭଗୃହରେ ପ୍ରଭୁ ରାମଲାଲାଙ୍କ ଶୀବିଗ୍ରହଙ୍କୁ ସ୍ଥାପନ କରାଯାଇଛି । ଗତକାଲି (ବୁଧବାର) ରାତିରେ ଭାଗବାନ ରାମଙ୍କର ବିଗ୍ରହ ମନ୍ଦିର ପରିସରରେ ପହଞ୍ଚିଥିଲା । ଏହାକୁ ଏକ କ୍ରେନ ଓ ବିଶେଷ ପ୍ରଶିକ୍ଷିତ କର୍ମଚାରୀଙ୍କ ଦ୍ବାରା ଗର୍ଭଗୃହରେ ପ୍ରବେଶ କରାଯାଇଥିଲା । ଆଜି ସମ୍ପୂର୍ଣ୍ଣ ବିଧି ସହ ଗର୍ଭଗୃହ ସ୍ଥିତ ସିଂହାସନରେ ଶ୍ରୀବିଗ୍ରହଙ୍କୁ ସ୍ଥାପନ କରାଯାଇଛି । କଡା ସୁରକ୍ଷା ବଳୟ ଓ ମନ୍ଦିର କମିଟି ସଦସ୍ୟଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ରାମଲାଲା ସିଂହାସନରେ ବିରାଜମାନ କରିଛନ୍ତି । ପ୍ରଖ୍ୟାତ ଦକ୍ଷିଣ ଭାରତୀୟ ମୂର୍ତ୍ତି କାରିଗର ଅରୁଣ ଯୋଗୀରାଜଙ୍କ ଦ୍ବାରା ଏହି ଶ୍ରୀବିଗ୍ରହ ନିର୍ମାଣ କରାଯାଇଛି । ଏହାର ନିର୍ମାଣରେ ବିଶେଷ ବର୍ଗର ପ୍ରସ୍ତର ‘କୃଷ୍ଣଶିଳା’ ବ୍ୟବହାର କରାଯାଇଛି ।

  • अयोध्या में जन्म भूमि स्थित राम- मन्दिर में आज दिन में 12:30 बजे के बाद राममूर्ति का प्रवेश हुआ। दोपहर 1:20 बजे यजमान द्वारा प्रधानसंकल्प होने पर वेदमन्त्रों की ध्वनि से वातावरण मंगलमय हुआ। मूर्ति के जलाधिवास तक के कार्य गुरुवार को संपन्न हुए।

    दिनांक 19 जनवरी शुक्रवार को प्रातः… pic.twitter.com/F6E9IAoyLM

    — Shri Ram Janmbhoomi Teerth Kshetra (@ShriRamTeerth) January 18, 2024 " class="align-text-top noRightClick twitterSection" data=" ">

12.20 ମିନିଟରୁ 1ଟା ମଧ୍ୟରେ ପ୍ରାଣ ପ୍ରତିଷ୍ଠା:-

କମିଟି ସମ୍ପାଦକ ଚମ୍ପତ ରାୟଙ୍କ ସୂଚନା ଅନୁସାରେ,ଗର୍ଭଗୃହରେ ପ୍ରତିଷ୍ଠା ହେବାକୁ ଯାଉଥିବା ବିଗ୍ରହ ସମ୍ପୂର୍ଣ୍ଣ ପ୍ରସ୍ତର ନିର୍ମିତ ଓ ଏହାର ଓଜନ 150-200 କିଲୋଗ୍ରାମ ମଧ୍ୟରେ ରହିଛି । ଏହା ପୂର୍ବରୁ 16 ତାରିଖ (ଆସନ୍ତାକାଲି) ଠାରୁ ପ୍ରାକ୍ ପ୍ରତିଷ୍ଠା ବିଧି ମଧ୍ୟ ଆରମ୍ଭ ହୋଇ 21 ପର୍ଯ୍ୟନ୍ତ ଚାଲିବ । 22ରେ ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ଆରମ୍ଭ ହେବ । ଅପରାହ୍ନ 12.20 ରୁ ଆରମ୍ଭ ହୋଇ ଏହି ପ୍ରକ୍ରିୟା 1ଟା ମଧ୍ୟରେ ସମ୍ପାଦିତ ହେବ ।

ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟାରେ ସାମିଲ ହେବେ 121 ବରିଷ୍ଠ ଆଚାର୍ଯ୍ୟ:-

ଏହି ପ୍ରକ୍ରିୟାରେ ମୋଟ 7ଟି ଅଧିବାସ ରହିଛି । 121 ବରିଷ୍ଠ ଆଚାର୍ଯ୍ୟ ଏହି ପ୍ରକ୍ରିୟାରେ ନିୟୋଜିତ ହେବେ । କାଶୀର ପ୍ରଖ୍ୟାତ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତ ଏହି ସମଗ୍ର ପ୍ରକ୍ରିୟାର ପ୍ରଧାନ ଆଚାର୍ଯ୍ୟ ହେବେ । ତାଙ୍କ ପ୍ରତ୍ୟେକ୍ଷ ନେତୃତ୍ବରେ ଏହି ପୂରା ପ୍ରକ୍ରିୟା ସମାପିତ ହେବ । ପଣ୍ଡିତ ଗଣେଶ୍ବର ଶାସ୍ତ୍ରୀ ଡ୍ରାବିଡ ଏହି ପ୍ରକ୍ରିୟାକୁ ତତ୍ତ୍ବାବଧାନ ଓ ସଂଯୋଜନା କରିବେ ।

ଏହା ମଧ୍ୟ ପଢନ୍ତୁ :- ରାମଲାଲାଙ୍କ ଶ୍ରୀବିଗ୍ରହ ପାଇଁ ଚୂଡ଼ାନ୍ତ ହେଲା ପ୍ରଖ୍ୟାତ ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କ ନିର୍ମିତ ମୂର୍ତ୍ତି

ପ୍ରାଣ ପ୍ରତିଷ୍ଠା ବେଳେ ଗର୍ଭଗୃହରେ କି’ଏ ରହିବେ:-

ଏହି ଭବ୍ୟ ପ୍ରକ୍ରିୟା ବେଳେ ପଣ୍ଡିତ ମଣ୍ଡଳୀ ବ୍ୟତୀତ ମୁଖ୍ୟ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗର୍ଭଗୃହରେ ଉପସ୍ଥିତ ରହିବେ । ଅନ୍ୟମାନଙ୍କ ମଧ୍ୟରେ ସଂଘ ପ୍ରମୁଖ ମୋହନ ଭାଗବତ, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନ୍ୟ କିଛି ନିର୍ଦ୍ଦିଷ୍ଟ ପ୍ରମୁଖ ଅତିଥି ଏହି ପ୍ରକ୍ରିୟାରେ ଉପସ୍ଥିତ ରହିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.