ETV Bharat / bharat

ଅପରାହ୍ନ 12.20 ରେ ଆରମ୍ଭ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

author img

By ETV Bharat Odisha Team

Published : Jan 1, 2024, 6:50 PM IST

Ram Lalla consecration: ଅପରାହ୍ନ 12.20 ମିନିଟରେ ଆରମ୍ଭ ହେବ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହା ପରେ ପ୍ରଥମ ଆଳତୀ ସହ ସମଗ୍ର ଅଞ୍ଚଳରେ ବଣ୍ଟନ ହେବ ପ୍ରଥମ ପ୍ରସାଦ । କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଅପରାହ୍ନ 12.20 ରେ ଆରମ୍ଭ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ
ଅପରାହ୍ନ 12.20 ରେ ଆରମ୍ଭ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ଲକ୍ଷ୍ନୌ: ଚଳିତ 22 ତାରିଖରେ ଅଯୋଧ୍ୟାରେ ବହୁପ୍ରତୀକ୍ଷିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବାକୁ ଯାଉଛି । ଏହି ଭବ୍ୟ କାର୍ଯ୍ୟକ୍ରମର ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ଏଥିପାଇଁ ସମଗ୍ର ଦେଶରେ ଉତ୍କଣ୍ଠା ମଧ୍ୟ ବଢିବାରେ ଲାଗିଛି । କାର୍ଯ୍ୟକ୍ରମର ମୁଖ୍ୟ ପ୍ରକ୍ରିୟା ପ୍ରଭୁ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମୟ ମଧ୍ୟ ନିର୍ଘଣ୍ଟ ହୋଇସାରିଛି । ଅପରାହ୍ନ 12.20 ମିନିଟରେ ଏହି ପ୍ରକ୍ରିୟା ଆରମ୍ଭ ହେବା ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସମ୍ପାଦକ ଚମ୍ପତ ରାୟ ସୂଚନା ଦେଇଛନ୍ତି ।

ଏହି ଐତିହାସିକ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ନୀତି ନିର୍ଘଣ୍ଟ ସମ୍ପର୍କରେ ଗଣମାଧ୍ୟମରେ ସୂଚନା ଦେଇ ଟ୍ରଷ୍ଟ ସମ୍ପାଦକ ଚମ୍ପତ ରାୟ କହିଛନ୍ତି, ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅପରାହ୍ନ 12.20 ମିନିଟରେ ପ୍ରାଣପ୍ରତିଷ୍ଠା ଉତ୍ସବ ଆରମ୍ଭ ହେବ । ଏଥିପାଇଁ ବିଭିନ୍ନ ପରାମର୍ଶ ଆଧାରରେ ସମୟ ନିର୍ଘଣ୍ଟ କରାଯାଇଛି । ଏହି ପ୍ରକ୍ରିୟାରେ ପ୍ରଭୁ ଶ୍ରୀ ରାମଲାଲା ଭ୍ରାତା ଲକ୍ଷ୍ମଣ ଓ ମାତା ଜାନକୀଙ୍କ ବିଗ୍ରହ ସିଂହାସନରେ ସ୍ଥାପନ କରାଯିବା ସହ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହେବ । ଏହା ପରେ ପ୍ରଥମ ଆଳତୀ ହେବା ସହ ପ୍ରସାଦ ମଧ୍ୟ ବଣ୍ଟନ କରାଯିବ ।

ରାମଲାଲାଙ୍କ ପ୍ରଥମ ପ୍ରସାଦର ସାନିଧ୍ୟ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା କାରଣରୁ କେବଳ ଉପସ୍ଥିତ ଭକ୍ତଙ୍କ ମଧ୍ୟରେ ନୁହେଁ ବରଂ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ପ୍ରସାଦ ବଣ୍ଟନ କରାଯିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସଂଧ୍ୟାରେ ପ୍ରଦୀପ ପ୍ରଜ୍ନଳନ କାର୍ଯ୍ୟକ୍ରମ ମଧ୍ୟ ରହିଛି । ତେବେ ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଭକ୍ତଙ୍କ ସାମିଲ ହେବା ନେଇ ଅନୁମାନ କରାଯାଉଛି । ଭକ୍ତମାନେ ଅଯୋଧ୍ୟା ନଆସି ନିଜ ଗ୍ରାମରେ ଓ ନିକଟସ୍ଥ ମନ୍ଦିରରେ ଏହି ଦିନକୁ ‘ଆନନ୍ଦ ଉତ୍ସବ’ ଭାବେ ପାଳନ କରନ୍ତୁ ବୋଲି ପୂର୍ବରୁ ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅନୁରୋଧ ମଧ୍ୟ କରିସାରିଛି ।

ଏହା ମଧ୍ୟ ପଢନ୍ତୁ:- କୁସ୍ତି ମହାସଂଘ ନିଲମ୍ବନ ପ୍ରତ୍ୟାହାର ସମ୍ଭାବନା କ୍ଷୀଣ !

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଅଂଶଗ୍ରହଣ କରିବେ । ସେହିପରି ବହୁ ବିଶିଷ୍ଟ ସାଧୁସନ୍ଥ ଓ ବ୍ୟକ୍ତିବିଶେଷ ଦେଶର କୋଣ ଅନୁକୋଣରୁ ସାମିଲ ହେବା ପାଇଁ ନିମନ୍ତ୍ରିତ ହୋଇଛନ୍ତି । କାର୍ଯ୍ୟକ୍ରମ ପୂର୍ବରୁ ଅଯୋଧ୍ୟାରେ ନିର୍ମିତ ମହିର୍ଷୀ ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହୋଇସାରିଛି । ଅଯୋଧ୍ୟା ରେଳ ଷ୍ଟେସନର ନାମ ମଧ୍ୟ ଅଯୋଧ୍ୟା ଧାନ ଭାବେ ପୁନଃନାମକରଣ କରାଯାଇଛି । ସମଗ୍ର ଅଯୋଧ୍ୟା ଓ ଉତ୍ତର ପ୍ରଦେଶରେ କାର୍ଯ୍ୟକ୍ରମ ପାଇଁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.