ETV Bharat / bharat

Ayodhya Deepotsav: ଭାଙ୍ଗିଲା ପୂର୍ବ ରେକର୍ଡ, 24 ଲକ୍ଷ ଦ୍ବୀପରେ ଆଲୋକିତ ହେଲା ଅଯୋଧ୍ୟା

author img

By ETV Bharat Odisha Team

Published : Nov 11, 2023, 9:53 PM IST

ଅଯୋଧ୍ୟାର ଭବ୍ୟ ଦୀପୋତ୍ସୋବ ଭାଙ୍ଗିଲା ସମସ୍ତ ପୂର୍ବ ରେକର୍ଡ । 24 ଲକ୍ଷ ଦ୍ବୀପରେ ଆଲୋକିତ ହେଲା ରାମନଗରୀ ଅଯୋଧ୍ୟା । ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ । ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଶେଷ ଦୀପାବଳି । ଅଧିକ ପଢନ୍ତୁ

Ayodhya Deepotsav: ଭାଙ୍ଗିଲା ପୂର୍ବ ରେକର୍ଡ, 24 ଲକ୍ଷ ଦ୍ବୀପରେ ଆଲୋକିତ ହେଲା ଅଯୋଧ୍ୟା
Ayodhya Deepotsav: ଭାଙ୍ଗିଲା ପୂର୍ବ ରେକର୍ଡ, 24 ଲକ୍ଷ ଦ୍ବୀପରେ ଆଲୋକିତ ହେଲା ଅଯୋଧ୍ୟା
Ayodhya Deepotsav: ଭାଙ୍ଗିଲା ପୂର୍ବ ରେକର୍ଡ, 24 ଲକ୍ଷ ଦ୍ବୀପରେ ଆଲୋକିତ ହେଲା ଅଯୋଧ୍ୟା

ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳି ପୂର୍ବ ଅବସରରେ ଅଯୋଧ୍ୟାରେ ପବିତ୍ର ଦୀପୋତ୍ସୋବରେ ପ୍ରଜ୍ଜଳିତ ହେଲା ପ୍ରାୟ 24 ଲକ୍ଷ ଦୀପ । ଆଜି ସଂଧ୍ୟାରେ ଅଯୋଧ୍ୟାର ସରଜୁ ନଦୀତଟରେ ଏହି ଭବ୍ୟ ଦୀପୋତ୍ସୋବ ପାଳନ କରାଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ଚଳିତ ବର୍ଷର ଭବ୍ୟ କାର୍ଯ୍ୟକ୍ରମର ଗତବର୍ଷର ବିଶ୍ବ ରେକର୍ଡକୁ ମଧ୍ୟ ଅତିକ୍ରମ କରିଛି । ଗତବର୍ଷ ଅଯୋଧ୍ୟାର ସରାଜୁ ନଦୀତଟର 51 ଘାଟରେ ମୋଟ 22.23 ଲକ୍ଷ ଦୀପ ପ୍ରଜ୍ବଳନ କରାଯାଇଥିଲା । ଚଳିତ ବର୍ଷ ଏହି ଦୀପ ସଂଖ୍ୟା 24 ଲକ୍ଷରେ ପହଞ୍ଚିଛି ।

2017ରେ ଯୋଗୀ ସରକାର ରାଜ୍ୟରେ କ୍ଷମତାକୁ ଆସିବା ପରେ ଦୀପାବଳି ଅବସରରେ ଏହି ଭବ୍ୟ ଦୀପ ପ୍ରଜ୍ବଳନ ସମାରୋହ ‘ଦୀପୋତ୍ସୋବ’ ଆରମ୍ଭ ହୋଇଥିଲା । 2017ରେ 51,000 ଦୀପ ପ୍ରଜ୍ଜଳିତ କରାଯାଇଥିଲା । 2019ରେ ଏହି ସଂଖ୍ୟା 4.10 ଲକ୍ଷରେ ପହଞ୍ଚିଥିଲା । 2020 ରେ ପ୍ରାୟ 6 ଲକ୍ଷରୁ ଅଧିକ ଦୀପ ପ୍ରଜ୍ଜଳିତ ହୋଇଥିବା ବେଳେ ବର୍ଷ 2021ରେ ଏହି ସଂଖ୍ୟା 9 ଲକ୍ଷକୁ ବୃଦ୍ଧି ପାଇଥିଲା । ସେହିପରି ବର୍ଷଓ୍ବାରୀ ଏହି କାର୍ଯ୍ୟକ୍ରମ ଅଧିକରୁ ଅଧିକ ଭବ୍ୟ ହେବାରେ ଲାଗିଛି । 2022ରେ 17 ଲକ୍ଷ ଦୀପ ପ୍ରଜ୍ଜଳନର ସାକ୍ଷୀ ରହିଥିବା ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ବିଶ୍ବ ରେକର୍ଡର ଅଧିକାରୀ ମଧ୍ୟ ହୋଇଥିଲା । ଚଳିତ ବର୍ଷର ଆୟୋଜନ ସମସ୍ତ ପୂର୍ବ ଭବ୍ୟତାକୁ ଅତିକ୍ରମ କରିଛି । ସରଜୁ ନଦୀଟତରେ 24 ଲକ୍ଷ ଦୀପ ପ୍ରଜ୍ବଳିତ ହୋଇଛି ।

ସଂଧ୍ୟାରେ ଏହି ଦୀପୋତ୍ସୋବ ଆରମ୍ଭ ହେବା ପୂର୍ବରୁ ଅପରାହ୍ନରେ ଏକ ପ୍ରଜ୍ଞାପନ ମେଢ ଶୋଭାଯୋତ୍ରା ମଧ୍ୟ ଆୟୋଜିତ ହୋଇଥିଲା । ଏଥିରେ ରାମାୟଣ, ରାମଚରିତ ମାନସ ପରି ପୌରାଣିକ କଥାବସ୍ତୁ ସହ କିଛି ସାମାଜିକ ପ୍ରସଙ୍ଗକୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା । ଏଥିରେ ମୋଟ 8ଟି ପ୍ରଜ୍ଞାପନ ମେଢ ଅଂଶଗ୍ରହଣ କରିଥିଲେ । ସାମାଜିକ ପ୍ରସଙ୍ଗ ମଧ୍ୟରେ ମୌଳିକ ଶିକ୍ଷା, ନାରୀ ସୁରକ୍ଷା, ଆତ୍ମନିର୍ଭରତା, ପରିବେଶ ସୁରକ୍ଷା ଓ ସାମାଜିକ କଲ୍ୟାଣକାରୀ ଯୋଜନା ଆଦି ପ୍ରଦର୍ଶିତ ହୋଇଥିଲା । ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :-Uttar Pradesh: ହିନ୍ଦୁ ରୀତିନୀତିରେ ଫ୍ରାନ୍ସ ନାଗରିକଙ୍କ ଶେଷକୃତ୍ୟ ସମ୍ପନ୍ନ, ତୀର୍ଥଯାତ୍ରାରେ ଆସିଥିଲେ କାଶୀ

ତେବେ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମକୁ ଅନ୍ୟ ଏକ କାରଣ ପାଇଁ ମଧ୍ୟ ଭବ୍ୟତାର ସହ ଆୟୋଜନ କରଯାଉଛି । 2024 ଜାନୁଆରୀ 22 ତାରିଖରେ ରାମନଗରୀ ଅଯୋଧ୍ୟାରେ ନିର୍ମିତ ରାମଲାଲାଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଓ ପୂଜାର୍ଚ୍ଚନା ଆରମ୍ଭ ହେବାକୁ ଯାଉଛି । ଯାହାକୁ ନେଇ ସମଗ୍ର ଦେଶରେ ଉତ୍କଣ୍ଠା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଏହି ଦୀପାବଳିକୁ ବେଶ ଭବ୍ୟତାର ସହ ପାଳନ କରୁଛନ୍ତି ଅଯୋଧ୍ୟାବାସୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.