ETV Bharat / bharat

ପ୍ଲାଷ୍ଟିକ ପାଇଁ କମୁଛି ଆୟୁଷ, ଜାଣନ୍ତୁ କିଭଳି ରହିବେ ସଚେତନ ? - plastic waste products

ପ୍ଲାଷ୍ଟିକର ବହୁଳ ବ୍ୟବହାର ଆମକୁ ମୃତ୍ୟୁ ମୁଖକୁ ଟାଣି ନେଉଛି । ଏଥିପାଇଁ ବର୍ଜ୍ୟବସ୍ତୁ ପରିଚାଳନା ଦିଗରେ ଯତ୍ନବାନ ହେବା ଜରୁରୀ ହୋଇ ପଡିଛି।

plastic waste management
ପ୍ଲାଷ୍ଟିକ କମାଉଛି ମଣିଷର ଆୟୁଷ
author img

By ETV Bharat Odisha Team

Published : Sep 16, 2023, 4:35 PM IST

Updated : Sep 16, 2023, 4:49 PM IST

ହାଇଦ୍ରାବାଦ: ଜଳ, ସ୍ଥଳ ଏବଂ ବାୟୁମଣ୍ଡଳ ପ୍ରଦୂଷଣ କରୁଛି ଘାତକ ପ୍ଲାଷ୍ଟିକ। ଏହି ପ୍ଲାଷ୍ଟିକ ନଦୀ, ମୃତ୍ତିକା ଏବଂ ସମୁଦ୍ରରେ ମିଶି ପରୋକ୍ଷ ଭାବରେ ଆମ ଶରୀର ମଧ୍ୟକୁ ପ୍ରବେଶ କରୁଛି। ଫଳେ ଧୀରେଧୀରେ ଆମକୁ ମୃତ୍ୟୁ ମୁଖକୁ ଟାଣି ନେଉଛି ଏହି ବର୍ଜ୍ୟବସ୍ତୁ। ପ୍ଲାଷ୍ଟିକୁ ଏଣେ ତେଣେ ଫିଙ୍ଗିବା ଦ୍ବାରା ମାଟିର ଉର୍ବରତା ହ୍ରାସ ପାଉଛି। ଯେଉଁଥିପାଇଁ ଫସଲ ଉତ୍ପାଦନ ମଧ୍ୟ ପ୍ରଭାବିତ ହେବା ସହ ଉତ୍ପାଦିତ ଖାଦ୍ୟକୁ ଏହା ବିଷାକ୍ତ କରୁଛି। ସମଗ୍ର ପୃଥିବୀରେ ପ୍ରତିବର୍ଷ ପ୍ରାୟ ୧.୪ କୋଟି ଟନ୍ ପ୍ଲାଷ୍ଟିକ୍ ସମୁଦ୍ରରେ ପହଞ୍ଚୁଥିବା ଏକ ରିପୋର୍ଟରୁ ଜଣାପଡିଛି। ଯାହାର ଗମ୍ଭୀର ପ୍ରଭାବ ସାମୁଦ୍ରିକ ଜୀବମାନଙ୍କ ଉପରେ ପଡୁଛି। ଏହାଦ୍ବାରା କେବଳ ଜଳ, ସ୍ଥଳ ଓ ବାୟୁମଣ୍ଡଳ ସମେତ ସମଗ୍ର ଜୀବ ଜଗତ ପ୍ରଭାବିତ ହେଉଛି।

ନିକଟରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ନ୍ୟୁଟ୍ରିସନ (NIN) ଦ୍ବାରା କରାଯାଇଥିବା ଗବେଷଣାରେ ସାଙ୍ଘାତିକ ତଥ୍ୟ ସାମନାକୁ ଆସିଛି। ପ୍ଲାଷ୍ଟିକ ମଣିଷ ଶରୀର ଭିତରକୁ ପ୍ରବେଶ କରିବା ପରେ ଗର୍ଭଧାରଣରେ ଜଟିଳ ସମସ୍ୟା ଭୋଗିବାକୁ ପଡିପାରେ। ଏପରିକି ଏହା ଗର୍ଭବତୀ ମହିଳାଙ୍କୁ ସ୍ବାସ୍ଥ୍ୟ ପ୍ରତି ବଡ଼ ଧରଣର କ୍ଷତି ପହଞ୍ଚାଇଥାଏ। କେନ୍ଦ୍ରମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଦେଶରେ ଥିବା ପ୍ରତ୍ୟେକ ଗାଈ ଓ ମଇଁଷିମାନଙ୍କ ପାକସ୍ଥଳୀରେ ପ୍ରାୟ 30କିଲୋଗ୍ରାମର ପ୍ଲାଷ୍ଟିକ ଜମା ହେଉଛି। ବର୍ଜ୍ୟବସ୍ତୁ ଭାବେ ପଡ଼ି ରହୁଥିବା ପ୍ଲାଷ୍ଟିକର କଣିକା ଗୁଡିକ ହେଲା ମାଇକ୍ରୋ ପ୍ଲାଷ୍ଟିକ ଏବଂ ନାନୋ ପ୍ଲାଷ୍ଟିକ। ଏଗୁଡ଼ିକ ନଦୀ ବା ସମୁଦ୍ର ମଧ୍ୟକୁ ଯିବା ଦ୍ବାରା ସାମୁଦ୍ରିକ ଜୀବମାନଙ୍କୁ କ୍ଷତି ପହଞ୍ଚାଉଛି।

ଏପରିକି ପ୍ରଦୂଷଣ କାରଣ ବହୁ ସାମୁଦ୍ରିକ ଜୀବନଙ୍କଠାରୁ ଆରମ୍ଭ କରି ପଶୁ ପକ୍ଷୀଙ୍କ ବଂଶ ଲୋପ ପାଇବାରେ ଲାଗିଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାଙ୍କର ପାକସ୍ଥଳୀ, ଯକୃତ, କିଡନୀ ଆଦି ଆଭ୍ୟନ୍ତରୀଣ ଅଙ୍ଗରେ ଗୁରୁତର ସମସ୍ୟା ଦେଖା ଦେଉଛି। ଏହି ପ୍ଲାଷ୍ଟିକ ଭୂତଳ ଜଳରେ ମିଶିଯାଉଥିବା କାରଣରୁ ପାନୀୟଜଳରେ ପ୍ଲାଷ୍ଟିକର କଣିକା ଦ୍ରବୀଭୂତ ଅବସ୍ଥାରେ ରହୁଛି। ଯାହାକୁ ପିଇବା ଦ୍ବାରା ଶରୀର କୋଶ ସମେତ ରକ୍ତରେ ମିଶୁଛି ପ୍ଲାଷ୍ଟିକ । ଯାହାକି ପରବର୍ତ୍ତୀ ସମୟରେ କ୍ଯାନସର ଭଳି ଦୂରାରୋଗର କାରଣ ହେଉଛି।

ଏହା ମଧ୍ୟ ପଢନ୍ତୁ....ରାଜ୍ୟର ପ୍ରଥମ ପ୍ଲାଷ୍ଟିକ ଫ୍ରି ଆଦର୍ଶ ହାଟ ହେବ ‘ମାଆ କୋଚିଲେଇ ହାଟ’

ନେଦରଲ୍ୟାଣ୍ଡ ଏବଂ ୟୁନାଇଟେଡ କିଙ୍ଗଡମରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବ୍ୟାପକ ସଚେତନତା କରାଯାଉଛି। ସେଠାରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ବ୍ୟବହାର କରାଯାଇ ରାସ୍ତା ନିର୍ମାଣ ହେଉଛି। ସେହିପରି ଆମ ଦେଶରେ ମଧ୍ୟ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଉତ୍ତରାଖଣ୍ଡ ଡେରାଡୁନରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ପେଟ୍ରୋଲିଅମ (IIP)ରେ ମଧ୍ୟ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ଇନ୍ଧନ ପ୍ରସ୍ତୁତ କରାଯାଉଛି। ତେଲେଙ୍ଗାନାରେ ଜଣେ ଯୁବ ଇଞ୍ଜିନିୟର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ପାଖାପାଖି 6 ହଜାର ଲିଟର ଡିଜେଲ ପ୍ରସ୍ତୁତ କରି ଉଦାହରଣ ସୃଷ୍ଟି କରିଛନ୍ତି।

ଏକ ରିପୋର୍ଟରୁ ଜଣାପଡିଛି, ଦେଶରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକରୁ ବାହାରୁଥିବା ପ୍ରାୟ 34ଲକ୍ଷ ଟନ୍ ଆବର୍ଜନାର ଏକ ତୃତୀୟାଂଶରୁ କମ୍ ପରିମାଣ ପୁନଃ ବ୍ୟବହାରକ୍ଷମ ହେଉଛି। ତେବେ ଜୀବଜବତକୁ ମରଣ ମୁହଁକୁ ଟାଣିନେଉଥିବା ଏହି ପ୍ଲାଷ୍ଟିକର ବ୍ୟବହାର କମ୍ କରିବାର ଆବଶ୍ୟକତା ରହିଛି। ଏହାସହ ବର୍ଜ୍ୟବସ୍ତୁକୁ ଏଣେ ତେଣେ ନଫିଙ୍ଗି ଏହାକୁ ପୁନଃ କାର୍ଯ୍ୟକ୍ଷମ (recycle) ଦିଗରେ ଯତ୍ନବାନ ହେବା ଆମ ସମସ୍ତଙ୍କର ଦାୟିତ୍ବ।

Last Updated : Sep 16, 2023, 4:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.