ETV Bharat / bharat

ଅଷ୍ଟ୍ରେଲିଆ ଯୁବତୀ ହତ୍ୟାକାଣ୍ଡରେ ଭାରତୀୟ ଅଭିଯୁକ୍ତ, ସୂଚନା ଦେଲେ ମିଳିବ 6 ଲକ୍ଷ ଡଲାରର ଆର୍ଥିକ ପୁରସ୍କାର - ଅଷ୍ଟ୍ରେଲିଆ ମହିଳାଙ୍କୁ ହତ୍ୟାରେ ଭାରତୀୟ

ଅଷ୍ଟ୍ରେଲିଆ ଯୁବତୀଙ୍କ ହତ୍ୟାକାଣ୍ଡରେ ଭାରତୀୟ ଅଭିଯୁକ୍ତ । ଭାରତୀୟ ଅଭିଯୁକ୍ତ ଜଣକ ହେଲେ ପଞ୍ଜାବର ରାଜବିନ୍ଦର ସିଂ । ଏହି ଭାରତୀୟ ଅଭିଯୁକ୍ତକୁ ଖୋଜୁଛି ଅଷ୍ଟ୍ରେଲିଆ ପୋଲିସ (Indian suspect in murder case in Australia) । ଏଥିନିମନ୍ତେ 6,33,000 ଡଲାରର ଆର୍ଥିକ ପୁରସ୍କାର ରାଶି ଘୋଷଣା କରିବା ସହ ସୂଚନା ଦେବା ପାଇଁ ଜାରି କରିଛି ହ୍ବାଟ୍ସଆପ ନମ୍ବର । ଅଧିକ ପଢନ୍ତୁ

ଅଷ୍ଟ୍ରେଲିଆ ଯୁବତୀଙ୍କୁ ହତ୍ୟାକାଣ୍ଡରେ ଭାରତୀୟ ଅଭିଯୁକ୍ତ, ସୂଚନା ପାଇଁ ପୁରସ୍କାର ଘୋଷଣା କଲା ଅଷ୍ଚ୍ରେଲିଆ ପୋଲିସ

author img

By

Published : Nov 3, 2022, 3:54 PM IST

Updated : Nov 3, 2022, 5:13 PM IST

ନୂଆଦିଲ୍ଲୀ: ଜଣେ ଅଷ୍ଟ୍ରେଲୀୟ ଯୁବତୀଙ୍କ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଭାରତୀୟ ଅଭିଯୁକ୍ତକୁ ଖୋଜୁଛି ଅଷ୍ଟ୍ରେଲିଆ ପୋଲିସ । ଅଭିଯୁକ୍ତ ଯୁବକଜଣଙ୍କ ବର୍ତ୍ତମାନ ଅଷ୍ଟ୍ରେଲିଆ ଛାଡି ଭାରତ ପଳାଇ ଆସିଛି (Indian suspect in murder case in Australia)। ତାକୁ ଧରିବା ପାଇଁ ଅଷ୍ଟ୍ରେଲିଆ ପୋଲିସ ଭାରତୀୟ ତଦନ୍ତକାରୀ ସଂସ୍ଥାର ସହଯୋଗ ନେବା ସହ ଜନସାଧାରଣଙ୍କ ଠାରୁ ସହଯୋଗ ମାଗିଛି । ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ଆର୍ଥିକ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି ପୋଲିସ । ତେବେ ଏହି ଅଭିଯୁକ୍ତ ଯୁବକଙ୍କ ନାମ ରାଜବିନ୍ଦର ସିଂ ଓ ସେ ପଞ୍ଜାବର ବାସିନ୍ଦା ବୋଲି ଅଷ୍ଟ୍ରେଲିଆ ପୋଲିସ କହିଛି ।

ଦିଲ୍ଲୀରେ ଅବସ୍ଥାପିତ ଅଷ୍ଟ୍ରେଲିଆର ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଅନୁସାରେ, ଏହି ହତ୍ୟା ଘଟଣାରେ ଅଷ୍ଟ୍ରଲିଆ ଫେଡେରାଲ ପୋଲିସ ଭାରତୀୟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇ ଠାରୁ ମଧ୍ୟ ସହଯୋଗ ମାଗିଛି । ଅଭିଯୁକ୍ତ ବର୍ତ୍ତମାନ ଅଷ୍ଟ୍ରେଲିଆ ଛାଡି ଭାରତରେ ରହୁଥିବା ମଧ୍ୟ ଫେଡେରାଲ ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିବା ନେଇ ଭାରତୀୟ ତଦନ୍ତକାରୀ ସଂସ୍ଥାକୁ ମଧ୍ଯ ଅଗବତ କରିଛି । ଏଥିପାଇଁ ସାଧାରଣ ଜନତା ମଧ୍ୟ ଅଷ୍ଟ୍ରେଲିଆ ପୋଲିସକୁ ସମ୍ପୃକ୍ତ ଅଭିଯୁକ୍ତ ସମ୍ପର୍କରେ ତଥ୍ୟ ପ୍ରଦାନ କରିପାରିବେ । ସେ ନେଇ ଏକ ହ୍ବାଟ୍ସଆପ ନମ୍ବର ମଧ୍ୟ ଜାରି କରାଯାଇଛି । କୌଣସି ବ୍ୟକ୍ତିବିଶେଷଙ୍କ ଠାରୁ ଅଭିଯୁକ୍ତ ରାଜବିନ୍ଦର ସିଂ ସମ୍ପର୍କରେ ସଠିକ ତଥ୍ୟ ମିଳିଲେ ଫେଡେରାଲ ପୋଲିସ ପକ୍ଷରୁ 6,33,000 ଅଷ୍ଟ୍ରେଲୀୟ ଡଲାରର ପୁରସ୍କାର ରାଶି ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି (Indian suspect in murder case in Australia)।

ପୋଲିସ ସୂଚନା ଅନୁସାରେ, ଏହିି ହତ୍ୟାକାଣ୍ଡଟି 2018 ମହିହାରେ ଘଟିଥିଲା । ଅଷ୍ଟ୍ରେଲିଆର କ୍ୟୁଇନ୍ସଲ୍ୟାଣ୍ଡରେ ଜଣେ 24 ବର୍ଷୀୟ ସ୍ଥାନୀୟ ଯୁବତୀ ତୋୟା କୋର୍ଡିଂଲେଙ୍କୁ (24-year-old Toyah Cordingley) ହତ୍ୟା କରାଯାଇଥିଲା । ପ୍ରଥମେ ଯୁବତୀ ଜଣକ ନିଖୋଜ ଥିବା ନେଇ ପୋଲିସରେ ଅଭିଯୋଗ ହୋଇଥିଲା । ପରେ ତାର ଦୁଇ ଦିନ ପରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । 38 ବର୍ଷୀୟ ରଜବିନ୍ଦର ସିଂ ସେତେବେଳେ ଅଷ୍ଟ୍ରେଲିଆର କ୍ୟୁଇନ୍ସଲ୍ୟାଣ୍ଡ ଅଞ୍ଚଳରେ ରହୁଥିଲେ । ଏହା ଏକ ହତ୍ଯାକାଣ୍ଡ ବୋଲି ସ୍ପଷ୍ଟ ହେବା ସହ ଏଥିରେ ଭାରତୀୟ ଯୁବକ ରାଜବିନ୍ଦର ସିଂ ସମ୍ପୃକ୍ତ ଥିବା ମଧ୍ୟ ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ।

ରାଜବିନ୍ଦର ସିଂକୁ ଗିରଫ କରିବା ପାଇଁ ସ୍ଥାନୀୟ ପୋଲିସ ପ୍ରୟାସ ଜାରି ରହିଥିଲେ ସୁଦ୍ଧା ସେ ଅଷ୍ଟ୍ରେଲିଆ ଛାଡି ସାରିଥିବା ଜାଣିବାକୁ ପାଇଥିଲା । ଏବେ ସେ ଭାରତରେ ଥିବା ପୋଲିସ ଜାଣିବାକୁ ପାଇବା ପରେ ଭାରତୀୟ ତଦନ୍ତକାରୀ ସଂସ୍ଥାର ସହଯୋଗ ଚାହିଁଛି । ସେହିପରି ଜନସାଧାରଣଙ୍କୁ ଅଭିଯୁକ୍ତ ସମ୍ପର୍କରେ ତଥ୍ୟ ଦେବାକୁ ଆର୍ଥିକ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି ଅଷ୍ଟ୍ରେଲିଆ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 3, 2022, 5:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.