ETV Bharat / bharat

ଆସନ୍ତାବର୍ଷ ଏପ୍ରିଲ-ମେ’ରେ ହେବ 5G ସ୍ପେକ୍ଟ୍ରମ ନିଲାମ ! - କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଆସନ୍ତା ବର୍ଷ ଏପ୍ରିଲ-ମେ’ ମାସରେ ହୋଇପାରେ ବହୁ ଚର୍ଚ୍ଚିତ ୫-ଜି ସ୍ପେକ୍ଟ୍ରମ ନିଲାମୀ ପ୍ରକ୍ରିୟା । ସୂଚନା ଦେଲେ କେନ୍ଦ୍ର ସୂଚନା ପ୍ରଯୁକ୍ତି ବିଦ୍ୟା ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।ଅଧିକ ପଢନ୍ତୁ..

ଆସନ୍ତାବର୍ଷ ଏପ୍ରିଲ-ମେ‘ରେ ହୋଇପାରେ ବହୁ ଚର୍ଚ୍ଚିତ ୫-ଜି ସ୍ପେକ୍ଟ୍ରମ ନିଲାମି ପ୍ରକ୍ରିୟା

author img

By

Published : Nov 11, 2021, 10:35 PM IST

ନୂଆଦିଲ୍ଲୀ: ଆରମ୍ଭ ହେବ ବହୁ ପ୍ରତୀକ୍ଷିତ 5G ସ୍ପେକ୍ଟ୍ରମ ନିଲାମ ପ୍ରକ୍ରିୟା । ଆସନ୍ତାବର୍ଷ ଏପ୍ରିଲ-ମେ’ ମାସରେ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପର ନିଲାମୀ ପ୍ରକ୍ରିୟା ଆରମ୍ଭ ହେବା ନେଇ ଆଜି (ଗୁରୁବାର) ସୂଚନା ଦେଇଛନ୍ତି, ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଶ୍ବିନୀ କହିଛନ୍ତି ଯେ ନିଲାମ ପ୍ରକ୍ରିୟାକୁ ନିୟନ୍ତ୍ରଣ କରୁଥିବା ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ଏହି ପ୍ରସଙ୍ଗରେ ବିଚାରବିମର୍ଶ ଜାରି ରଖିଛି ଏବଂ ଫେବୃଆରୀ 2022 ସୁଦ୍ଧା ଏନେଇ ରିପୋର୍ଟ ଦାଖଲ ଶେଷ ହେବ । ଅତି ବେଶିରେ ଏହା ମାର୍ଚ୍ଚ ପର୍ଯ୍ୟନ୍ତ ବିଳମ୍ବ ହୋଇପାରେ ।

ଫେବୃଆରୀ ମଧ୍ୟ ସପ୍ତାହ ମଧ୍ୟରେ TRAI ର ରିପୋର୍ଟ ଦାଖଲ ହୋଇଗଲା ପରେ ନିଲାମି ପ୍ରକ୍ରିୟା ଆରମ୍ଭ ହେବାରେ କୌଣସି ବିଳମ୍ବ ହେବ ନାହିଁ ନେଇ ମନ୍ତ୍ରୀ କହିଛନ୍ତି । ଏହି ୫ଜି ସ୍ପେକ୍ଟ୍ରମରେ ଉଭୟ ୫ଜି ଓ ୪ଜି ନେଟଓ୍ବାର୍କ ବ୍ୟବହାର ସୁବିଧା ରହିବ । ତେଣୁ ଏହି ନିଲାମ ବ୍ୟବସ୍ଥାକୁ କେବଳ ସ୍ବଳ୍ପ ମିଆଦି ନୁହେଁ ବରଂ ଦୀର୍ଘ ମିଆଦି ଅବଧୀ ଭାବେ କାର୍ଯ୍ୟକାରୀ କରିବାକୁ ଭାରତ ସରକାର ବିଚାର କରୁଛନ୍ତି । ଏହାର ନିଲାମର ଅବଧୀ ଅତିକମରେ 5-10 ବର୍ଷ ହେବା ନେଇ ବିଚାର କରାଯାଉଥିବା କହିଛନ୍ତି ଅଶ୍ବିନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.