ETV Bharat / bharat

Umesh Pal Murder: ଅଭିଯୁକ୍ତ ତାଲିକାରେ ଯୋଡି ହେଲା ଅତିକର ବଡପୁଅ ନାଁ, ଜେଲରେ ଥାଇ ରଚିଥିଲା ଷଡଯନ୍ତ୍ର

author img

By

Published : Apr 27, 2023, 1:37 PM IST

ଉମେଶ ପାଲ୍ ହତ୍ୟା ଘଟଣାରେ ଅତିକର ବଡପୁଅ ଉମର ବିରୋଧରେ ମାମଲା । ଜେଲରେ ଥାଇ ହତ୍ୟା ଷଡଯନ୍ତ୍ରରେ ସାମିଲ ଥିଲା ଉମର । ଅଧିକ ପଢନ୍ତୁ

Umesh Pal Murder
Umesh Pal Murder

ଲକ୍ଷ୍ନୌ: ବହୁଚର୍ଚ୍ଚିତ ଉମେଶ ପାଲ୍ ହତ୍ୟା ଘଟଣାରେ ମୃତ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ବଡ ପୁଅ ଉମର ପାଇଁ ଅଡୁଆ ବଢିଛି । ଏହି ହତ୍ୟା ଘଟଣାରେ ଏବେ ଉମର ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି, ଯିଏକି ଅନ୍ୟ ଏକ ମାମଲାରେ ବର୍ତ୍ତମାନ ଲକ୍ଷ୍ନୌ ଜେଲରେ ବନ୍ଦୀ ଅଛି । ପୋଲିସ ତଦନ୍ତରୁ ଜଣାପଡିଛି ଯେ, ଉମର ଜେଲରେ ଥାଇ ଉମେଶ ପାଲ ହତ୍ୟା ଷଡଯନ୍ତ୍ରରେ ସାମିଲ ଥିଲା । ଉମେଶଙ୍କୁ ହତ୍ୟା କରାଯିବା ପୂର୍ବରୁ ସାନଭାଇ ଅସଦ ଜେଲ୍ ଯାଇ ଉମରକୁ ଭେଟିଥିଲା । ଏହାସହିତ ଅସଦ ମହମ୍ମଦ ମୁସଲିମ ନାମକ ବିଲ୍ଡରକୁ ଫୋନରେ ଧମକ ଦେଇ ଉମର ସହ ଜେଲରେ ଦେଖା କରିବାକୁ କହିଥିଲା । ଏସବୁ ପ୍ରମାଣ ପୋଲିସ ହାତରେ ଲାଗିବା ପରେ ଉମେଶ ପାଲ ହତ୍ୟାକାଣ୍ଡ ଅଭିଯୁକ୍ତ ତାଲିକାରେ ଏବେ ଉମର ନାଁ ବି ଯୋଡି ହୋଇଛି ।

ଉମେଶ ପାଲ୍ ହତ୍ୟା ମାମଲାରେ ଅତିକ ଅହମ୍ମଦ, ତାର ପତ୍ନୀ ଶାଇସ୍ତା ପରବୀନ, ସାନପୁଅ ଅସଦ, ଅଲ୍ଲୀ ଏବଂ ଏବେ ଉମର ମଧ୍ୟ ଅଭିଯୁକ୍ତ ହୋଇଛନ୍ତି । ପୂର୍ବରୁ ଜଣେ ବିଲ୍ଡରଙ୍କୁ ଅପରହଣ ଓ ମାରପିଟ୍ ମାମଲାରେ ଉମର ଲକ୍ଷ୍ନୌ ଜେଲରେ ଅଛି । ଏହି ଅପହରଣ ଘଟଣାରେ ସିବିଆଇ ତା' ବିରୋଧରେ ମାମଲା ରୁଜୁ କରି ଦୁଇ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା । ଯାହାପରେ ଉମର ଥାନାରେ ଆତ୍ମସମର୍ପଣ କରିଥିଲା । ଏବେ ଉମେଶ ପାଲ୍ ହତ୍ୟାକାଣ୍ଡରେ ମଧ୍ୟ ତାର ସମ୍ପୃକ୍ତି ଥିବା ପୋଲିସକୁ ପ୍ରମାଣ ମିଳିଛି । ଯାହାଫଳରେ ଏହି ବହୁଚର୍ଚ୍ଚିତ ହତ୍ୟା ଘଟଣାରେ ଅତିକର ତିନି ପୁଅ ଅଭିଯୁକ୍ତ ପାଲଟିଛନ୍ତି । କେବଳ ବାଳ ସଂରକ୍ଷଣ ଗୃହରେ ଥିବା ଗ୍ୟାଙ୍ଗଷ୍ଟାରର ଆଉ ଦୁଇ ପୁଅ ଏଥିରୁ ବାଦ୍ ପଡିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଫେବୃୟାରୀ ୨୪ରେ ପ୍ରୟାଗରାଜର ଧୁମଗଞ୍ଜ ଅଞ୍ଚଳରେ ଉମେଶ ପାଲଙ୍କୁ ସର୍ବ ସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଥିଲା । ଏନେଇ ମୃତ ଉମେଶ ପାଲଙ୍କ ପତ୍ନୀ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ, ଅଶରଫ, ଶାଇସ୍ତା ପରବୀନ, ଗୁଡୁ ମୁସଲିମ, ଅତିକର ପୁଅ ଏବଂ ଅନ୍ୟ କିଛି ଅଜଣା ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏନକାଉଣ୍ଟରରେ ଅତିକର ସାନ ପୁଅ ଅସଦର ମୃତ୍ୟୁ ହୋଇଥିବାବେଳେ କିଛି ଦିନ ତଳେ ଅତିକ ଓ ଅଶରଫକୁ ଗୁଳି କରି ହତ୍ୟା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.