ETV Bharat / bharat

5 ଥର ବିଧାୟକ ରହିଛି ମାଫିଆ ଅତିକ, 2019ରେ ପିଏମ ମୋଦିଙ୍କ ବିପକ୍ଷରେ ଲଢିଥିଲା ନିର୍ବାଚନ

author img

By

Published : Apr 16, 2023, 12:47 PM IST

Updated : Apr 16, 2023, 2:03 PM IST

ସମୟ ଥିଲା ମାଫିଆ ଅତିକ ଅହମ୍ମଦର ଦବଦବା ରହିଥିଲା । ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ତାର ଫାଇଦା ଉଠାଉଥିଲେ । 2019 ଲୋକସଭା ନିର୍ବାଚନରେ ଅତିକ ବାରଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ମନ ବଳାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ପଛକୁ ହଟି ଯାଇଥିଲା । ଅଧିକ ପଢନ୍ତୁ

Enter here.. Atiq Ahmed political connection
ମାଫିଆ ଅତିକର ରାଜନୈତିକ କନକେସନ

ଲକ୍ଷ୍ନୌ: ମାଫିଆରୁ ରାଜନେତା ପାଲଟିଥିବା ଅତିକକୁ ଗୁଳି କରି ହତ୍ୟା କରାଯାଇଛି । ଗୁଣ୍ଡାଗର୍ଦ୍ଦି, ମାଫିଆ ରାଜ ଚଳାଇ ଚର୍ଚ୍ଚାରେ ଥିବା ଅତିକ ଆଜି ମୃତ୍ୟୁ ପରେ ବି ଚର୍ଚ୍ଚାରେ । ସମୟ ଥିଲା ରାଜନୀତିରେ ମଧ୍ୟ ଅତିକର ଦବଦବା ରହିଥିଲା । ଉମେଶ ପାଲ ହତ୍ୟାକାଣ୍ଡରେ ସଜା କାଟୁଥିବା ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଏବଂ ତାର ଭାଇ ଅସରଫକୁ ଗୁଳି କରି ହତ୍ୟା କରାଯାଇଛି । ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଉଭୟଙ୍କୁ ନିଆଯିବା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି । 2019 ଲୋକସଭା ନିର୍ବାଚନରେ ବାରଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ଲଢିଥିଲା ଅତିକ ।

ଜେଲରୁ ନାମାଙ୍କନ ଭରି ଥିଲା ଅତିକ । 855 ଖଣ୍ଡ ଭୋଟ ପାଇଥିଲା । 2019 ଲୋକସଭା ନିର୍ବାଚନ ସମୟରେ ମାଫିଆ ଅତିକ ପ୍ରୟାଗରାଜର ନୈନି ସେଣ୍ଟ୍ରାଲ ଜେଲରେ ଥିଲା । ଅତିକ ଏହି ସମୟରେ ବିଜେପି ପ୍ରାର୍ଥୀଙ୍କ ବିପକ୍ଷରେ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲା । ଯେକୌଣସି ରାଜନୈତିକ ଦଳ ତାକୁ ସମର୍ଥନ କରିବା ସହ ଚିହ୍ନ ଦେବ ବୋଲି ଅତିକ ଆଶାବାଦୀ ଥିଲା । ମାତ୍ର ଏହା ହୋଇନଥିଲା । ନିର୍ବାଚନ ଲଢିବାକୁ ଅତିକକୁ କୋର୍ଟରୁ ଅନୁମତି ମିଳିଲା ନାହିଁ । ଏହା ପରେ ନିର୍ବାଚନ ମଇଦାନକୁ ହଟିବାକୁ ଘୋଷଣା କରିଥିଲା ଅତିକ । ମାତ୍ର ସେତେବେଳକୁ ବିଳମ୍ବ ହୋଇଯାଇଥିଲା । ଅତିକର ପ୍ରାର୍ଥୀପତ୍ର ଫେରି ପାରି ନଥିଲା । ନିର୍ବାଚନ ମଇଦାନରୁ ଓହ୍ଲାଇବା ପରେ ବି ତାକୁ ଭୋଟ ମିଳିଥିଲା ।

ୟୁପିର ଅନେକ ରାଜନୈତିକ ଦଳ ଏହି ବାହୁବଳୀ ମାଫିଆର ଫାଇଦା ଉଠାଇଥିଲେ । ସପା ଭୋଟ ବ୍ୟାଙ୍କ ହାତେଇବା ପାଇଁ ଅତିକ ଅହମ୍ମଦକୁ ମୋହରା କରିଥିଲା । ଏହି ସମୟରେ ଅତିକର ରାଜନୀତି କନକେସନ ତାକୁ ଫାଇଦା ଦେଇଥିଲା । 2019ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ନିର୍ବାଚନ ଲଢିଥିଲେ । ସେହି ସମୟରେ ଅତିକ ଅହମଦ ବାରଣାସୀରୁ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲା ।

5ଥର ବିଧାୟକ ରହିଛି ଅତିକ: 17 ବର୍ଷ ବୟସରେ ହତ୍ୟାକାଣ୍ଡରେ ଅଭିଯୁକ୍ତ ହୋଇଥିଲା ଅତିକ । ଅପରାଧ ତାଲିକା ଟପରେ ଥିବା ଅତିକ ଫୁଲପୁରରୁ ବିଧାୟକ ହୋଇଥିଲା ଯେଉଁଠୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ପ୍ରତିନିଧିତ୍ବ କରିଥିଲେ । ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟି ଥିବା ଅତିକ 5 ଥର ବିଧାୟକ ହୋଇଛି । 4 ଦଶନ୍ଧି ଧରି ଉତ୍ତରପ୍ରଦେଶରେ ଗୁଣ୍ଡାରାଜ ଚଳାଇଥିଲା ଅତିକ । ଅପହରଣ ହତ୍ୟାକାଣ୍ଡ ଭଳି କାଣ୍ଡ ଭିଆଇଥିଲା ଅତିକ ।

1962ରେ ଅଲ୍ଲହାବାଦରେ ଏକ ଗରିବ ପରିବାରରେ ଜନ୍ମ ହୋଇଥିଲା ଅତିକ । ଅତିକର ବାପା ପରିବାର ଚଳାଇବାକୁ ଘୋଡା ଗାଡି ଚଳାଉଥିଲେ । ହାଇସ୍କୁଲ ପରେ ପାଠପଢା ଛାଡିଥିଲା ଅତିକ । ଗରିବୀରୁ ମୁକୁଳିବାକୁ ଅତିକକୁ ବେଶି ସମୟ ଲାଗି ନଥିଲା । ଅପରାଧ ରାସ୍ତା ବାଛିଥିଲା ଅତିକ । ପ୍ରଥମେ ଟ୍ରେନରୁ କୋଇଲା ଚୋରି କରିବା ଆରମ୍ଭ କରିଥିଲା । ସେଥିରୁ ଟଙ୍କା ରୋଜଗାର କରିଥିଲା । ଏହାପରେ ବଡ ବଡ କଣ୍ଟ୍ରାକ୍ଟରଙ୍କୁ ଧମକାଇବାକୁ ଲାଗିଥିଲା । ସରକାରୀ ଟେଣ୍ଟର ହାତେଇବାକୁ କଣ୍ଟ୍ରାକ୍ଟରଙ୍କୁ ଧମକଚମକ ଦେଉଥିଲା । 1989 ମସିହାରେ 27 ବର୍ଷ ବୟସରେ ରାଜନୀତିରେ ଏଣ୍ଟ୍ରି ମାରିଥିଲା ଅତିକ । ସେହି ବର୍ଷ ପଶ୍ଚିମ ଆହ୍ଲାବାଦ ବିଧାନସଭା ଆସନରେ ସ୍ବାଧୀନ ପ୍ରାର୍ଥୀ ହୋଇଥିଲା । ଏହି ଆସନରେ ଲଗାତାର 5 ଥର ବିଧାୟକ ରହିଛି ଅତିକ ଅହମଦ ।

1991, 1993ରେ ସ୍ବାଧୀନ ପ୍ରାର୍ଥୀ ଭାବେ ପଶ୍ଚିମ ଆହ୍ଲାବାଦ ଆସନରୁ ଜିତିଥିଲା । 1996ରେ ସମାଜବାଦୀ ପାର୍ଟିରୁ ଏହି ଆସନରେ ଲଢି ବିଜୟୀ ହୋଇଥିଲା । 1999ରେ ଅପନା ଦଳରେ ଯୋଗ ଦେଇଥିଲା । 1999ରୁ 2003 ସୋନି ଲାଲ ପଟେଲଙ୍କ ଦ୍ବାରା ପ୍ରତିଷ୍ଠିତ ଅପନା ଦଳର ସଭାପତି ରହିଥିଲା ଅତିକ । ଏହି ଦଳରୁ ପ୍ରତାପଗଡରୁ ନିର୍ବାଚନ ଲଢିଥିବା ଅତିକ ମାତ୍ର ହାରିଥିଲା ।

ଏହାପରେ 2002ରେ ଅପନା ଦଳରୁ ଟିକେଟ ପାଇ ପଶ୍ଚିମ ଅହଲ୍ଲାବାଦ ଆସନରୁ ବିଜୟୀ ହୋଇଥିଲା । 2003ରେ ସପାକୁ ଫେରିଥିଲା ଅତିକ । 2004ରେ ଫୁଲପୁର ଲୋକସଭା ଆସରୁ ବିଜୟୀ ହୋଇଥିଲା । 2018 ଲୋକସଭା ଉପନିର୍ବାଚନରେ ଫୁଲପୁର ଆସନରୁ ଲଢିଥିଲା ମାତ୍ର ହାରିଥିଲା । 2014 ଓ 2019ରେ ନିର୍ବାଚନ ଲଢି ପରାସ୍ତ ହୋଇଥିଲା ଅତିକ । ମତଦାନରେ ହାରିଥିଲେ ସୁଦ୍ଧା ରାଜ୍ୟରେ ତାର ପ୍ରଭାବ କମି ନଥିଲା । 2012ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଲଢିବା ଖବରର ଶିରୋନାମା ହୋଇଥିଲେ । ଶେଷ ଥର ପାଇଁ 2019ରେ ସ୍ବାଧୀନ ପ୍ରାର୍ଥୀ ଭାବେ ବାରଣାସୀରୁ ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ଲଢିଥିଲା ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ।

ଏହା ବି ପଢନ୍ତୁ...Atiq Ahmed Murder: ସରକାରଙ୍କୁ ବିରୋଧିଙ୍କ ସମାଲୋଚନା, ୟୁପିରେ ଗ୍ୟାଙ୍ଗଷ୍ଟାର ସହ ଆଇନ ଶୃଙ୍ଖଳାର ହତ୍ୟା ହୋଇଛି

ଏହା ବି ପଢନ୍ତୁ...ଅପରାଧ ଦୁନିଆର ବାଦଶାହ ଥିଲା ଅତିକ, ତା ନାଁରେ ରହିଛି 100ରୁ ଅଧିକ ମାମଲା

ପ୍ରକାଶଥାଉ କି, ଗତକାଲି (ଶନିବାର) ଅତିକ ଅହମ୍ମଦ ଓ ତାର ଭାଇ ଅସରଫକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଉଥିଲା । ପ୍ରୟାଗରାଜର ଧୁମନଗଡ ଥାନାରୁ ଏମଏଲଏନ ମେଡିକାଲ କଲେଜକୁ ଉଭୟଙ୍କୁ ନିଆଯାଉଥିଲା । ଏହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ 3 ଜଣ ଯୁବକ ସାମ୍ବାଦିକ ବେଶରେ ଆସି ଅତିକ ଓ ଅସରଫଙ୍କ ଉପରକୁ ଗୁଳି ଚଳାଇଥିଲେ । ଉମେଶ ପାଲ ହତ୍ୟା ଘଟଣାରେ ସଜା କାଟୁଥିଲେ ଅତିକ ଓ ଅସରଫ । 3 ହତ୍ୟାକାରୀଙ୍କୁ ପୋଲିସ ଗିରଫ କରିଛି ।

ସୁରକ୍ଷା ଦାୟିତ୍ବରେ ଥିବା 17 ପୋଲିସ ଅଧିକାରୀ ନିଲମ୍ବିତ ହୋଇଛନ୍ତି । ଏହି ହତ୍ୟାକାଣ୍ଡ ପରେ ଉତ୍ତରପ୍ରଦେଶର ହାଇ ଆଲର୍ଟ ଜାରି ହୋଇଛି । ରାଜ୍ୟରେ 144 ଧାରା ଲାଗୁ କରାଯିବା ସହ ଉଚ୍ଚସ୍ତରୀୟ ତଦନ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର 3 ବିଚାରପତି ଘଟଣାର ତଦନ୍ତ କରିବେ ।

Last Updated : Apr 16, 2023, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.