ETV Bharat / bharat

Umesh Pal Murder: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପୋର୍ଟାଲରେ ମାଫିଆ ଅତିକ ଅହମ୍ମଦର ପତ୍ନୀଙ୍କ ଗୁହାରୀ, କରାଯାଉ CBI ତଦନ୍ତ - ମାଫିଆ ଅତିକ ଅହମ୍ମଦ

ମୁଖ୍ୟମନ୍ତ୍ରୀ ଅଭିଯୋଗ ପୋର୍ଟାଲରେ ମାଫିଆ ଅତିକ ଅହମ୍ମଦର ପତ୍ନୀଙ୍କ ଗୁହାରୀ । କହିଲେ ଉମେଶ ପାଲଙ୍କ ହତ୍ୟାର ହେଉ ସିବିଆଇ ତଦନ୍ତ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ଅଭିଯୋଗ ପୋର୍ଟାଲରେ ମାଫିଆ ଅତିକ ଅହମ୍ମଦର ପତ୍ନୀଙ୍କ ଗୁହାରୀ, କରାଯାଉ CBI ତଦନ୍ତ

author img

By

Published : Feb 27, 2023, 8:51 PM IST

ଲକ୍ଷ୍ନୌ: ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ଆଜି ଜଣେ ଅଭିଯୁକ୍ତ ପୋଲିସ ଗୁଳିରେ ପ୍ରାଣ ହରାଇବା ପରେ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଷଡଯନ୍ତ୍ରକାରୀ ସମେତ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ସରକାରୀ ଗୁଳିକୁ ନେଇ ଭୟ ଘାରିଛି । ଏହାରି ମଧ୍ୟରେ ଆଜି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ କୁହାଯାଉଥିବା ଜେଲରେ ଥିବା ମାଫିଆ ଅତିକ ଅହମ୍ମଦର ପତ୍ନୀ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଅଭିଯୋଗ ପୋର୍ଟାଲରେ ନିବେଦନ କରିଛନ୍ତି । ତାଙ୍କ ସ୍ବାମୀଙ୍କର ଏହି ହତ୍ୟାକାଣ୍ଡରେ କୌଣସି ସମ୍ପୃକ୍ତି ନାହିଁ । ଏହି ମାମଲାର ସିବିଆଇ ତଦନ୍ତ କରାଯିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି । ଗୁଜୁରାଟ ଜେଲରେ ଥିବା ମାଫିଆ ତଥା ପୂର୍ବତନ ସାଂସଦ ଅତିକ ଅହମ୍ମଦ ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଥିବା ବେଳେ ଏବେ ଅତିକର ପରିବାର ସଦସ୍ୟଙ୍କୁ ଘାରିଛି ଏନକାଉଣ୍ଟର ଭୟ ।

ଆଜି ଉମେଶ ପାଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଏନକାଉଣ୍ଟର କରି ମାରିଛି ପ୍ରୟାଗରାଜ ପୋଲିସ । ଅତିକ ଅହମ୍ମଦ ପାଇଁ କାମ କୁରଥିବା ସୁଟର ତଥା ଅଭିଯୁକ୍ତ ଅରବାଜ ସହରର ନେହୁର ପାର୍କ ନିକଟରେ ଆତ୍ମଗୋପନ କରିଥିବା ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା । ଏନକାଉଣ୍ଟରରେ ଅରବାଜର ମୃତ୍ୟୁ ହୋଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ମଧ୍ୟ ପ୍ରୟାସ ଜାରି ରହିଛି । ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ଧରିବା ପାଇଁ ଉତ୍ତର ପ୍ରଦେଶ ପୋଲିସର 10ଟି ଟିମ ପ୍ରୟାସ ଜାରି ରଖିଛି । ଆଜି ଏହି ଘଟଣାରେ ପ୍ରଥମ ଏନକାଉଣ୍ଟର ହେବା ପରେ ଫେରାର ଅଭିଯୁକ୍ତଙ୍କ ମନରେ ଛନକା ପଶିଛି । ଏବେ ଗିରଫଦାରୀ ନୁହେଁ ପୋଲିସ ସିଧା ଏନକାଉଣ୍ଟର କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ:- Umesh Pal murder: ପୋଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ, ଅନ୍ୟମାନଙ୍କୁ ଖୋଜୁଛି ସ୍ପେଶାଲ୍ ଟିମ୍

2005 ମସିହାରେ ତତ୍କାଳୀନ ବହୁଜନ ସମାଜବାଦୀ ପାର୍ଟି ବିଧାୟକ ରାଜୁ ପାଲ୍‌ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲ ଓ ତାଙ୍କର ସରକାରୀ ସୁରକ୍ଷାକର୍ମୀଙ୍କୁ ଶୁକ୍ରବାର ଗୁଳିକରି ହତ୍ୟା କରାଯାଇଥିଲା । ହତ୍ୟାକାରୀଙ୍କ ଏକ ଗୋଷ୍ଠୀ ଯୋଜନାବଦ୍ଧ ଭାବେ ଉମେଶ ପାଲଙ୍କ କାରକୁ ଫଲୋ କରିବା ସହ ତାଙ୍କ ଘର ନିକଟରେ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଥିଲେ । ଯାହାର ଭିଡିଓ ସିସିଟିଭିରେ କଏଦ ମଧ୍ୟ ହୋଇଥିଲା । ଏହି ଘଟଣା ଉତ୍ତର ପ୍ରଦେଶ ବିଧାନସଭାରେ ମଧ୍ୟ ଉଠିଥିଲା । ବିରୋଧୀ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଘେରିବା ପରେ ଯୋଗୀ ମାଫିଆରାଜକୁ ନେଇ କଠୋର ଆଭିମୁଖ୍ୟ ପ୍ରକାଶ କରିଥିଲେ । ମାଫିଆଙ୍କୁ ମାଟିରେ ମିଶାଇ ଦେବୁ ବୋଲି କହିଥିଲେ ଯୋଗୀ । ଆଜି ଏହି ମାମଲାରେ ପ୍ରଥମ ଏନକାଉଣ୍ଟରେ ଜଣେ ଅଭିଯୁକ୍ତ ପ୍ରାଣ ହରାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.