ETV Bharat / bharat

ପୁଣି ବିସ୍ଫୋରଣରେ ଥରିଲା କାବୁଲ: 25 ମୃତ, 43ରୁ ଊର୍ଦ୍ଧ୍ବ ଆହତ

କାବୁଲରେ ପୁଣି ବଡ ଧରଣର ବିସ୍ଫୋରଣ । 25 ମୃତ, ୪୩ରୁ ଊର୍ଦ୍ଧ୍ବ ଆହତ ସୂଚନା । ISIS ବିସ୍ଫୋରଣ ଘଟାଇଥିବା ସନ୍ଦେହ । ଅଧିକ ପଢନ୍ତୁ...

author img

By

Published : Nov 2, 2021, 6:43 PM IST

Updated : Nov 3, 2021, 7:52 AM IST

ପୁଣି ବିସ୍ଫୋରଣରେ ଥରିଲା କାବୁଲ: ୧୯ ମୃତ, ୪୩ରୁ ଉର୍ଦ୍ଧ୍ବ ଆହତ

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୁଣି ବଡ ଧରଣର ବିସ୍ଫୋରଣ ଘଟିଛି । ଏଥିରେ 25 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 43ରୁ ଊର୍ଦ୍ଧ୍ବ ଗମ୍ଭୀର ଭାବେ ଆହତ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । କାବୁଲର ସର୍ଦ୍ଦାର ମହମ୍ମଦ ଖାନ ମିଲିଟାରୀ ହସ୍ପିଟାଲ ନିକଟରେ ଏହି ବିସ୍ଫୋରଣ ଘଟିିଥିବା ସ୍ଥାନୀୟ ଗଣମାଧ୍ୟମ କହିଛି ।

ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ତାଲିବାନ ମୁଖପାତ୍ର ଏହି ବିସ୍ଫୋରଣକୁ ସ୍ବୀକାର କରିଥିବାବେଳେ ମୃତ୍ୟୁ ସଂଖ୍ୟା ସମ୍ପର୍କରେ କିଛି ସ୍ପଷ୍ଟ କରିନାହାନ୍ତି । ସେହିପରି ଏହି ବିସ୍ଫୋରଣକୁ ବର୍ତ୍ତମାନ ସୁଦ୍ଧା କେହି ଜିହାଦୀ ସଂଗଠନ ଦାବି କରି ନଥିବାବେଳେ ଇସଲାମିକ ଷ୍ଟେଟ (ISIS) ଆତଙ୍କୀ ସଂଗଠନର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

କିଛି ISIS ଆତଙ୍କୀ ଏହି ସାମରିକ ହସ୍ପିଟାଲରେ ପ୍ରବେଶ କରି ଆତ୍ମଘାତୀ ବିସ୍ଫୋରଣ କରିଥିବା ନେଇ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ତେବେ ବିସ୍ଫୋରଣରେ କେତେ ମୃତାହତ ହୋଇଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନଥିବାବେଳେ ପ୍ରାଥମିକ ଭାବେ ମୃତ୍ୟୁ ସଂଖ୍ୟା ପ୍ରାୟ 25 ହେବ ବୋଲି କୁହାଯାଉଛି । ସେହିପରି ଆହତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଥିବାରୁ ମୃତ୍ୟୁ ସଂଖ୍ୟା ମଧ୍ୟ ଆହୁର ବଢିବାର ଆଶଙ୍କା ପ୍ରକାଶ ପାଇଛି ।

@ANI

Last Updated : Nov 3, 2021, 7:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.