ETV Bharat / bharat

ଶୀତରେ ଥରୁଛି ଶ୍ରୀନଗର, ରାତିରେ 0.1 ଡିଗ୍ରୀ ତଳେ ପାରଦ

author img

By

Published : Nov 13, 2021, 7:14 PM IST

କାଶ୍ମୀରରେ ଖସୁଛି ପାରଦ । 0.1 ଡିଗ୍ରୀ ତାପମାତ୍ରା ସହ ଥରୁଛି ଶ୍ରୀନଗର । ଲେହରେ ତାପମାତ୍ରା ବିଯୁକ୍ତ 12.7 ଡିଗ୍ରୀ ରେକର୍ଡ । ଅଧିକ ପଢନ୍ତୁ...

ଶ୍ରୀନଗରରେ ଶୀତ ଲହରି , ରାତିରେ 0.1 ଡିଗ୍ରୀ ତଳେ ପାରଦ

ଶ୍ରୀନଗର: କାଶ୍ମୀରରେ ପାରଦ ଖସିବାରେ ଲାଗିଛି । ଗତକାଲି କାଶ୍ମୀରରେ ଚଳିତବର୍ଷର ସର୍ବନିମ୍ନ ରାତ୍ରୀକାଳୀନ ତାପାମାତ୍ରା ରେକର୍ଡ ହୋଇଛି । ଶ୍ରୀନଗରରେ ଗତକାଲି ରାତିରେ ତାପମାତ୍ରା 0.1 ଡିଗ୍ରୀ ସେଲସିୟସ ଥିବା ରେକର୍ଡ ହୋଇଛି । ସେହିପରି ପ୍ରବଳ ଥଣ୍ଡା ଅନୂଭୁତ ହେଉଥିବା ଲଦାଖରେ ବର୍ତ୍ତମାନ ରାତ୍ରୀକାଳୀନ ତାପମାତ୍ରା ବିଯୁକ୍ତ 12.7 ଡିଗ୍ରୀରେ ରେକର୍ଡ ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।

ଗତକାଲି (ଶୁକ୍ରବାର) ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା 0.7 ଡିଗ୍ରୀ ଥିଲା, କିନ୍ତୁ ଏହା ରାତିରେ 0.1 ସେଲସିୟସକୁ ଖସି ଆସିଥିଲା। ସେହିପରି ଲେହ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ 9.6 ଡିଗ୍ରୀ ଏବଂ କାର୍ଗିଲରେ ବିଯୁକ୍ତ 6.4 ଡିଗ୍ରୀ ରେକର୍ଡ ହୋଇଛି । ପାଣିପାଗ ଅଧିକାରୀଙ୍କ ପ୍ରତିକ୍ରିୟା ଅନୁସାରେ, ଜମ୍ମୁ ସହର ଆଜି ସର୍ବନିମ୍ନ ଭାବେ 12.2 ଡିଗ୍ରୀ ସେଲସିୟସ, କାଟ୍ରାରେ 11.2 ଡିଗ୍ରୀ, ବାଟୋଟ୍ 6.0 ଡିଗ୍ରୀ, ବାନିହାଲ୍ 2.0 ଡିଗ୍ରୀ ଏବଂ ଭଦରୱା 2.9 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାତ୍ରୀରେ ଏହି ତାପମାତ୍ରା ଦ୍ରୁତ ଭାବେ ହ୍ରାସ ଘଟୁଛି । ସେହିପରି ନଭେମ୍ବର 19 ପର୍ଯ୍ୟନ୍ତ ପାଗ ଶୁଖିଲା ରହିବାର ସମ୍ଭାବନା ରହୁଥିବାରୁ ଏହି ସମୟ ମଧ୍ୟରେ ରାତିର ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ଆଶା କରିଛି ପାଣିପାଗ ବିଭାଗ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.