ETV Bharat / bharat

Assembly polls: ଫେବୃଆରୀ ୧୧ ଯାଏଁ ବଢିଲା କ୍ୟାମ୍ପେନ କଟକଣା, ହଜାରେ ଲୋକଙ୍କୁ ନେଇ ହୋଇପାରିବ ସଭା

author img

By

Published : Jan 31, 2022, 4:29 PM IST

ନିର୍ବାଚନ ପ୍ରଚାର କଟକଣା ଅବଧି ଆସନ୍ତା ମାସ ୧୧ ଯାଏ ବଢାଇଲେ ନିର୍ବାଚନ ଆୟୋଗ । ପୂର୍ବ ସର୍ତ୍ତାବଳୀରେ ସାମାନ୍ୟ ପରିବର୍ତ୍ତନ । ଅଧିକ ପଢନ୍ତୁ

Assembly polls: ଫେବୃଆରୀ ୧୧ ଯାଏ ବଢିଲା କ୍ୟାମ୍ପେନ କଟକଣା, ସର୍ତ୍ତାବଳୀରେ ସାମାନ୍ୟ କୋହଳ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ଜାରି ହୋଇଥିବା ପ୍ରଚାର କଟକଣା ଅବଧିକୁ ପୁଣି ବୃଦ୍ଧି କରିଛନ୍ତି ନିର୍ବାଚନ ଆୟୋଗ । ଫେବୃଆରୀ ୧୧ ତାରିଖ ଯାଏ ବଳବତ୍ତର ରହିବ କ୍ୟାମ୍ପେନ କର୍ଫ୍ୟୁ । ଆଜି ପୂର୍ବାହ୍ନରେ ବସିଥିବା ସମୀକ୍ଷା ବୈଠକରେ ଦେଶର କୋଭିଡ ସଂକ୍ରମଣ ସ୍ଥିତି ସମୀକ୍ଷା ପରେ ଏହି ନିଷ୍ପତ୍ତି ହୋଇଛି । ତେବେ ପୂର୍ବରୁ ଜାରି ହୋଇଥିବା ସର୍ତ୍ତାବଳୀରେ କିଛି ସଂଶୋଧନ ଆଣିବା ସହ ଏହାକୁ ଆୟୋଗ ସାମାନ୍ୟ କୋହଳ ମଧ୍ୟ କରିଛନ୍ତି ।

  • ECI extends ban on road shows, Padyatras, rallies & processions till 11.2.22. Relaxation in numbers permitted for Physical public meetings, indoor meetings & door to door campaigning. Precautions to be continued to be observed to avoid spurt in infections https://t.co/uHl9ru6I3j

    — Spokesperson ECI (@SpokespersonECI) January 31, 2022 " class="align-text-top noRightClick twitterSection" data=" ">

ନିର୍ବାଚନ ହେବାକୁ ଥିବା ୫ ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଏବଂ ମଣିପୁରରେ ସମସ୍ତ ପ୍ରକାର ନିର୍ବାଚନୀ ସମାବେଶ, ରାଲି ତଥା ରୋଡ ଶୋ’ ଉପରେ ନିଷେଧାଦେଶ ଜାରି କରିଥିଲେ ଆୟୋଗ । ଆଜି ତାର ଅବଧି ଶେଷ ହେଉଥିବା ବେଳେ ପୂର୍ବାହ୍ନରେ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା । ବର୍ତ୍ତମାନର ସ୍ଥିତି ସମୀକ୍ଷା ପରେ ଏହି କଟକଣାକୁ ପୁଣି ଆସନ୍ତା ମାସ ୧୧ ତାରିଖ ଯାଏ ବୃଦ୍ଧି କରାଯାଇଛି ।

ତେବେ ପୂର୍ବ ସର୍ତ୍ତାବଳୀରେ ସମାନ୍ୟ ସଂଶୋଧନ ଆଣି ସର୍ବାଧିକ 1,000 ଲୋକଙ୍କ କ୍ଷମତା ବିଶିଷ୍ଟ ସମାବେଶ ପାଇଁ ଅନୁମତି ପ୍ରଦାନ କରିଛନ୍ତି ଆୟୋଗ । ସେହିପରି ଇନ-ଡୋର ବୈଠକରେ ପୂର୍ବରୁ ମାତ୍ର ୩ ଶହ ଲୋକଙ୍କୁ ଏକାଠି ହେବା ଲାଗି ଅନୁମତି ଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ୫ ଶହକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଡୋର ଟୁ ଡୋର କ୍ୟାମ୍ପେନ ପାଇଁ ସର୍ବାଧିକ ୧୦ ଜଣଙ୍କୁ ଅନୁମତି ମିଳିଥିବା ବେଳେ ବର୍ତ୍ତମାନ ଏହାକୁ ୨୦ ଜଣଙ୍କୁ ବର୍ଦ୍ଧିତ କରାଯାଇଛି । କିନ୍ତୁ ସର୍ବତ୍ରଃ କୋଭିଡ ପ୍ରୋଟକଲ ତଥା ସମାଜିକ ଦୂରତା ଓ ଫେସମାସ୍କ ଆଦି ପରିଧାନକୁ ଆୟୋଜକ ସ୍ବତନ୍ତ୍ର ଧ୍ୟାନ ଦେବା ନେଇ ନିର୍ଦ୍ଦେଶ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.