ETV Bharat / bharat

Bihar Politics: RJDର ୧୮ ବିଧାୟକଙ୍କ ସଦସ୍ୟତା ଉପରେ ବିପଦ, ଆକ୍ସନ ନେଇପାରନ୍ତି ବାଚସ୍ପତି

ଅନୁଶାସନ ସମିତି ପକ୍ଷରୁ RJDର ୧୮ ବିଧାୟକଙ୍କୁ ଦୋଷୀ କରାଯାଇଛି । ଏଥିଲାଗି ସେମାନଙ୍କ ସଦସ୍ୟତା ଉପରେ ଘନେଇଛି ବିପଦ । କୌଣସି ପରିସ୍ଥିତିରେ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

author img

By

Published : Aug 9, 2022, 1:00 PM IST

Etv Bharat
Etv Bharat

ପାଟନା: ବିହାରରେ ନୂଆ ସରକାର ଗଠନକୁ ନେଇ (Government will change in Bihar) ଲାଗି ରହିଛି କଳ୍ପନା ଜଳ୍ପନା । ଏହାରି ମଧ୍ୟରେ ବିରୋଧୀ ଦଳକୁ ଲାଗିପାରେ ବଡ଼ ଝଟକା । RJDର ପ୍ରାୟ ୧୮ ବିଧାୟକଙ୍କ ସଦସ୍ୟତା ଉପରେ ଖଣ୍ଡା ଝୁଲୁଛି । ବାଚସ୍ପତି ବିଜୟ ସିହ୍ନା (Bihar Assembly Speaker Vijay Sinha) ଏମାନଙ୍କ ସଦସ୍ୟତା ଉପରେ ଆକ୍ସନ ନେଇପାରନ୍ତି । ଆଜିକାଲି ମଧ୍ୟରେ ବାଚସ୍ପତି ନିଜ ନିଷ୍ପତ୍ତି ଘୋଷଣା କରିବେ । ଯଦି ଏପରି ହୁଏ ତେବେ ଏହି ବିଧାୟକଙ୍କ ସଦସ୍ୟତା ରଦ୍ଦ ହୋଇପାରେ ।

ସୋମବାର ବାଚସ୍ପତି କୋରୋନା ନେଗେଟିଭ ହେବା ପରେ ସମିତି ବୈଠକ ଡାକିଥିଲେ । ସମିତିର ସଭାପତି ରାମନାରାୟଣ ମଣ୍ଡଳର ନେତୃତ୍ବରେ ଗତ ବର୍ଷ ୨୩ ମାର୍ଚ୍ଚରେ ମାରପିଟ ଘଟଣାକୁ ନେଇ ଏହି ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏହି ଘଟଣାରେ ସବୁଠୁ ଅଧିକ RJDର ବିଧାୟକ ସାମିଲ ଥିଲେ । ବାସ୍ତବରେ କେତେ ଜଣ ବିଧାୟକ ଏଥିରେ ସାମିଲ ଥିଲେ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ୧୮ ଜଣ ବିଧାୟକଙ୍କ ଉପରେ ବିପଦ ଘନେଇଛି ।

୨୪ ଘଣ୍ଟାରେ ବାଚସ୍ପତି କୋରୋନା ନେଗେଟିଭ:-

ବାଚସ୍ପତି ରବିବାର କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ମାତ୍ର ଗୋଟିଏ ଦିନରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏହାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଆଚାର ସମିତି ଦ୍ବାରା ହୋଇଥିବା ଅଚାନକ ବୈଠକ ଏବଂ RJD ଓ ଅନ୍ୟ ଦଳର ବିଧାୟକଙ୍କ ଉପରେ ହେବାକୁ ଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ବାଚସ୍ପତି ବିଜୟ ସିହ୍ନା ହିଁ ନିଷ୍ପତ୍ତି ନେବେ ।

କଣ ଥିଲା ଘଟଣା ?

ଗତବର୍ଷ ମାର୍ଚ୍ଚ ୨୩ ତାରିଖରେ ପୋଲିସ ବିଲ୍‌ର ବିରୋଧରେ ବିରୋଧୀ ଦଳ ଗୃହରେ ହଙ୍ଗାମା କରିଥିଲା । ଏହାପରେ ପୋଲିସକୁ ଡାକିବାକୁ ପଡ଼ିଥିଲା । ଏହି ଘଟଣାରେ ଅନେକ ପୋଲିସକର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ଆଚାର ସମିତିରେ ବିଧାୟକଙ୍କ ବ୍ୟବହାରକୁ ନେଇ ତଦନ୍ତ ହେଉଥିଲା । ଭିଡ଼ିଓ ଫୁଟେଜ ଆଧାରରେ ସମିତି ତଦନ୍ତ କରୁଛି ।

ବିଜେପି ବିନା ସରକାର ଗଢିବା ସହଜ:-

ବିହାରରେ RJD ସବୁଠୁ ଶକ୍ତିଶାଳୀ ଦଳ । ମେଣ୍ଟ ସରକାର ଗଠନ ଲାଗି ଏବେ ୧୧୪ ବିଧାୟକଙ୍କ ସମର୍ଥନ ରହିଛି । ଯେଉଁଥିରେ RJD ନିକଟରେ ୭୯ ବିଧାୟକ ରହିଥିବା ବେଳେ କଂଗ୍ରେସ ନିକଟରେ ୧୯, ବିଜେପି ପାଖରେ ୭୭ ବିଧାୟକ, କମ୍ୟୁନିଷ୍ଟ ପାର୍ଟିର ୧୨, CPIର ୨ ଓ CPMର ୨ ବିଧାୟକ ରହିଛନ୍ତି । ମେଣ୍ଟ ସରକାର ଲାଗି ଆଉ ୮ ବିଧାୟକଙ୍କ ଆବଶ୍ୟକତା ରହିଛି । ମାତ୍ର ନୀତିଶ କୁମାରଙ୍କ NDA ବାହାରିଯିବା ପରେ ମେଣ୍ଟ ସରକାର ଲାଗି ଆଉ ୧୫୯ ବିଧାୟକଙ୍କ ଆବଶ୍ୟକତା ପଡ଼ିବ ।

ବହୁମତ ସହିତ ସରକାର ଗଢିପାରିବେ ନୀତିଶ:-

ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଖରେ ନିଜର ୪୫ ବିଧାୟକ ରହିଛନ୍ତି । ନୂଆ ସରକାର ଗଠନ କରିବାକୁ ହେଲେ ୭୭ ବିଧାୟକଙ୍କ ଆବଶ୍ୟକତା ରହିଛି । ଏପରି ସ୍ଥିତିରେ ଲାଲୁ ପ୍ରସାଦ ଯାଦବଙ୍କ RJD ଯଦି ନୀତିଶଙ୍କୁ ସମର୍ଥନ କରେ ତେବେ ଉଭୟ ଦଳର ବିଧାୟକ ସଂଖ୍ୟା ୧୨୪ରେ ପହଞ୍ଚିଯିବ । ଏହାସହ ବିନା ଦ୍ବିଧାରେ ମଧ୍ୟ ନୂଆ ସରକାର ଗଠନ ହୋଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.