ETV Bharat / bharat

Assembly Elections 2022: ଆଜି ଗୋଆ, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ନିର୍ବାଚନ - ଗୋଆ ପୋଲ ଅପଡେଟ

ଆଜି ଗୋଆ, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ମତଦାନ । ସମସ୍ତ ପ୍ରସ୍ତୁତି ଚୂଡାନ୍ତ । ଅଧିକ ପଢନ୍ତୁ

Elections 2022:ଆସନ୍ତାକାଲି ଗୋଆ, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ନିର୍ବାଚନ

author img

By

Published : Feb 14, 2022, 12:01 AM IST

Updated : Feb 14, 2022, 6:51 AM IST

ନୂଆଦିଲ୍ଲୀ: ଆଜି ୩ ରାଜ୍ୟରେ ବିଧାନସଭା ନିର୍ବାଚନ ମତଦାନ । ଗୋଆ, ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଭୋଟ ଦେବ ଉତ୍ତର ପ୍ରଦେଶ । ଦୁଇ ରାଜ୍ୟରେ ସମସ୍ତ ଆସନ ପାଇଁ ଭୋଟିଂ ହେବାକୁ ଥିବା ବେଳେ ଉତ୍ତର ପ୍ରଦେଶର ଦ୍ବିତୀୟ ପର୍ଯ୍ୟାୟରେ ୫୫ ଆସନ ପାଇଁ ମତଦାନ ହେବ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ, ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ, ସମାଜବାଦୀ ପାର୍ଟିର ବିବାଦୀୟ ନେତା ତଥା ଜେଲରେ ଥିବା ଆଜମ ଖାନ ଆଜି ନିର୍ବାଚନୀ ମୈଦାନରେ ନିଜ ଭାଗ୍ୟ ପରୀକ୍ଷା ଦେବେ ।

ଗୋଆରେ ମୋଟ ୪୦ ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ମୋଟ ୧୧ ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ମୋଟ ୪୦ ବିଧାନସଭା ଆସନ ପାଇଁ ୩୦୧ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ଗୋଟିଏ ପର୍ଯ୍ୟାୟ ମତଦାନରେ ଗୋଆରେ ନିର୍ବାଚନ ଶେଷ ହେବା ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ସେହିପରି ଉତ୍ତରାଖଣ୍ଡରେ ୮୧ ଲକ୍ଷ ଭୋଟର ମତଦାନ କରିବା ଅପେକ୍ଷାରେ ଥିବା ବେଳେ ମୈଦାନରେ ରହିଛନ୍ତି ୧୫୨ ସ୍ବାଧୀନ ପ୍ରାର୍ଥୀଙ୍କ ସମେତ ମୋଟ ୬୨୩ ପ୍ରାର୍ଥୀ ରହିଛନ୍ତି ।

ମୋଟ ୭୦ ଆସନରେ ଉତ୍ତରାଖଣ୍ଡରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ହେଭିଓ୍ବେଟ ନେତା ମୈଦାନରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ।

ସେହିପରି ଗତ ୧୦ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଦେଇଥିବା ଉତ୍ତର ପ୍ରଦେଶବାସୀ ଆଜି ଦ୍ବିତୀୟ ପର୍ଯ୍ୟାୟ ମତାଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୫୫ ଆସନ ପାଇଁ ଭୋଟିଂ ହେବାକୁ ଥିବା ବେଳେ ମୈଦାନରେ ରହିଛନ୍ତି ୫୮୬ ପ୍ରାର୍ଥୀ । ରାଜ୍ୟର ବହୁୁ ଗୁରୁତ୍ବପୂର୍ଣ୍ଣ ଆସନରେ ଏହି ପର୍ଯ୍ୟାୟରେ ମତଦାନ ହେବକୁ ଯାଉଛି ।

ତେବେ ସମସ୍ତ ରାଜ୍ଯରେ କୋଭିଡ ନିୟମ ଅନୂପାଳନ ପୂର୍ବକ ତଥା ଶାନ୍ତିପୂର୍ଣ୍ଣ ମତଦାନ ନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ପ୍ରାୟ ଶେଷ ହୋଇଛି । ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ସହ ଭୋଟିଂ ନେଇ ଆନୁସଙ୍ଗିକ ବ୍ୟବସ୍ଥା ନିଶ୍ଚିତ କରିଛନ୍ତି ସମ୍ପୃକ୍ତ ବିଭାଗ । ବ୍ୟାପକ ସୁରକ୍ଷା ବଳ ନିୟୋଜନ କରାଯିବା ସହ କିଛି ମତଦାନ କେନ୍ଦ୍ରରେ ଅନ୍ୟ କିଛି ସ୍ମାର୍ଟ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 14, 2022, 6:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.