ETV Bharat / bharat

ରାଜସ୍ଥାନ ବିଧାନସଭା ଭଙ୍ଗ; ଆଦେଶ ଜାରି କଲେ ରାଜ୍ୟପାଳ

author img

By ETV Bharat Odisha Team

Published : Dec 5, 2023, 11:00 AM IST

Rajasthan 15th Assembly Dissolved: ନିର୍ବାଚନ ଫଳାଫଳ ପରେ ୧୫ତମ ରାଜସ୍ଥାନ ବିଧାନସଭା ଭଙ୍ଗ । ଦିନେ କି ଦୁଇ ଦିନ ଭିତରେ ସରକାର ଗଠନ ପାଇଁ ଦାବି କରିପାରେ ବିଜେପି । ଅଧିକ ପଢନ୍ତୁ

ରାଜସ୍ଥାନ ବିଧାନସଭା ଭଙ୍ଗ
ରାଜସ୍ଥାନ ବିଧାନସଭା ଭଙ୍ଗ

ଜୟପୁର(ରାଜସ୍ଥାନ): ବିଧାନସଭା ନିର୍ବାଚନ ଫଳାଫଳ ପରେ ୧୫ତମ ରାଜସ୍ଥାନ ବିଧାନସଭା ଭଙ୍ଗ ହୋଇଛି । ରାଜ୍ୟପାଳ କଲରାଜ ମିଶ୍ର ସୋମବାର ଅର୍ଥାତ୍ ୪ ଡିସେମ୍ବରରେ ବିଧାନସଭା ଭଙ୍ଗ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ଏହାରି ସହିତ ରାଜ୍ୟରେ ଲାଗୁ ହୋଇଥିବା ଆଚାର ସଂହିତା ମଧ୍ୟ ଶେଷ ହୋଇଛି । ଦିନେ କି ଦୁଇ ଦିନ ଭିତରେ ରାଜ୍ୟପାଳ ନୂତନ ସରକାର ଗଠନ ପାଇଁ ବିଜେପିକୁ ଆମନ୍ତ୍ରିତ କରିପାରନ୍ତି । ଚଳିତ ବିଧାନସଭା ନିର୍ବାଚନରେ ବିଜେପି ୧୧୫ ସିଟ୍‌ ଦଳ କରି ସରକାର ଗଠନ ପାଇଁ ବହୁମତ ହାସଲ କରିଛି । କଂଗ୍ରେସ ପରାଜିତ ହେବା ସହ ଗେହଲଟ ସରକାରର ଅନ୍ତ ହୋଇଛି ।

୫ଟି ରାଜ୍ୟ ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । କଂଗ୍ରେସ ହାତରୁ ଖସିଯାଇଛି ରାଜସ୍ଥାନ ଓ ଛତିଶଗଡ଼ । ରାଜସ୍ଥାନର ୨୦୦ରୁ ୧୯୯ ଆସନରେ ନିର୍ବାଚନ ହୋଇଥିବା ବେଳେ ବିଜେପି ୧୧୫ଟି ଆସନରେ ବିଜୟୀ ହୋଇଛି । କଂଗ୍ରେସ ଖାତାରେ କେବଳ ୬୯ଟି ଆସନ ପଡ଼ିଛି । ଗୋଟିଏ ଆସନରେ ପ୍ରାର୍ଥୀଙ୍କ ମୃତ୍ୟୁ ହେବାରୁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଛି । ନିର୍ବାଚନ ରେଜଲ୍ଟ ଆସିବା ପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଥିବା ଅଶୋକ ଗେହଲଟ ସେହି ଦିନ ସନ୍ଧ୍ୟାରେ ରାଜଭବନରେ ପହଞ୍ଚି ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଏହି କ୍ରମରେ ନୂତନ ସରକାର ଗଠନ ପାଇଁ ବିଜେପି ଦିନେ କି ଦୁଇ ଦିନ ଭିତରେ ଦାବି ଉପସ୍ଥାପନ କରିପାରେ ।

ଏହା ମଧ୍ୟ ପଢନ୍ତୁ: ରାଜସ୍ଥାନ ଜନାଦେଶ 2023: ହାର ସ୍ବୀକାର କଲେ ଗେହଲଟ, ରାଜଭବନ ପହଞ୍ଚି ଦେଲେ ଇସ୍ତଫା

ଅପରପକ୍ଷେ, ରାଜସ୍ଥାନର ନୂଆ ସରକାରରେ କିଏ ହେବେ ମୁଖ୍ୟମନ୍ତ୍ରୀ, ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନି । ମୁଖ୍ୟମନ୍ତ୍ରୀ ଦୌଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବ୍ୟତୀତ ମହନ୍ତ ବାଲକନାଥ, ଓମ ବିର୍ଲା, ଓମପ୍ରକାଶ ମାଥୁର, ଅର୍ଜୁନ ମେଘୱାଲଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ସୋମବାର ପ୍ରାୟ ୪୫ ଜଣ ବିଧାୟକ ବସୁନ୍ଧରା ରାଜେଙ୍କୁ ଭେଟିବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ ଏବଂ ମୁଖ୍ୟମନ୍ତ୍ରୀ ରୂପେ ତାଙ୍କୁ ନିଜର ପ୍ରଥମ ପସନ୍ଦ କହିଥିଲେ ।

ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ସିପି ଯୋଶୀ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦିଲ୍ଲୀରେ ଭେଟି ବିଧାନସଭା ନିର୍ବାଚନ ସଂକ୍ରାନ୍ତ ସୂଚନା ଦେଇଛନ୍ତି । କୁହାଯାଉଛି କି, ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନାମକୁ ନେଇ ଚର୍ଚ୍ଚା ହୋଇଛି । ଆଜି କିମ୍ବା କାଲି ଦଳର ଶୀର୍ଷ ନେତୃତ୍ବ ଦ୍ବାରା ରାଜସ୍ଥାନରେ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ ଏବଂ ଜୟପୁରରେ ବିଧାୟକ ଦଳ ବୈଠକ କରାଯାଇ ମୁଖ୍ୟମନ୍ତ୍ରୀ ନାମ ପାଇଁ ପରାମର୍ଶ ଲୋଡାଯିବ । ଏହାପରେ କାହା ହାତରେ କମାଣ ଦିଆଯିବ, ସେହି ନିଷ୍ପତ୍ତି ସଂସଦୀୟ ବୋର୍ଡ ବୈଠକରେ ଗ୍ରହଣ ହେବ । କିନ୍ତୁ ଏହାପୂର୍ବରୁ ବସୁନ୍ଧରା ରାଜେ ନିଜ ବାସଭବନରେ ବିଧାୟକମାନଙ୍କୁ ସାକ୍ଷାତ କରି କେନ୍ଦ୍ରୀୟ ନେତୃତ୍ବକୁ ନିଜର ଇସାରା ଦେଇସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.