ETV Bharat / bharat

Assembly Poll: ଆଜି ଛତିଶଗଡ-ମିଜୋରାମ ବିଧାନସଭା ନିର୍ବାଚନ, ଭୋଟିଂ ଜାରି

author img

By ETV Bharat Odisha Team

Published : Nov 7, 2023, 7:36 AM IST

Updated : Nov 7, 2023, 9:58 AM IST

ଆଜି ଛତିଶଗଡ଼ ଓ ମିଜୋରାମ ବିଧାନସଭା ନିର୍ବାଚନ ମତଦାନ । ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢନ୍ତୁ

ଛତିଶଗଡ ଓ ମିଜୋରାମ ବିଧାନସଭା ନିର୍ବାଚନ
ଛତିଶଗଡ ଓ ମିଜୋରାମ ବିଧାନସଭା ନିର୍ବାଚନ

ରାୟପୁର: ଆଜି ଛତିଶଗଡ ଓ ମିଜୋରାମ ବିଧାନସଭା ନିର୍ବାଚନ । ମିଜୋରାମର ସମସ୍ତ ୪୦ଟି ଯାକ ଆସନରେ ଆଜି ମତଦାନ ହେଉଛି । ଛତିଶଗଡ଼ର ମୋଟ ୯୦ ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନରେ ସକାଳୁ ଭୋଟ୍ ଗ୍ରହଣ ଜାରି ରହିଛି । ତେବେ ଏହି ଆସନଗୁଡିକ ମଧ୍ୟରୁ ଅନେକ ନକ୍ସଲ ପ୍ରଭାବିତ ଅଞ୍ଚଳରେ ରହିଛି । ରାଜନାନ୍ଦଗାଓଁ ପରେ ବସ୍ତର ଡିଭିଜନରେ ସର୍ବାଧିକ ନକ୍ସଲ ପ୍ରଭାବିତ ଅଞ୍ଚଳ ରହିଛି । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ୬୦ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଆଜି ଏଠାରେ ପ୍ରଥମ ପର୍ଯ୍ୟାୟରେ ୨୨୩ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିବେ । ନଭେମ୍ବର ୧୭ରେ ବାକି ୭୦ଟି ଆସନରେ ଭୋଟ ଗ୍ରହଣ ହେବ । ବର୍ତ୍ତମାନ ଛତିଶଗଡ଼ରେ କଂଗ୍ରେସ କ୍ଷମତାରେ ଥିବାବେଳେ ବିଜେପି ପୁଣିଥରେ କ୍ଷମତା ଦଖଲ କରିବାକୁ କଳବଳ ଲଗାଇ ଦେଇଛି ।

ମତଦାନରୁ ପୂର୍ବରୁ ନକ୍ସଲ ହିଂସା: ତେବେ ଆଜି ନିର୍ବାଚନ ପୂର୍ବରୁ ଛତିଶଗଡର କଙ୍କେର ଅଞ୍ଚଳରେ ନକ୍ସଲ ହିଂସା ଘଟିଛି । କାଙ୍କେରରେ ପୋଲିଂ ପାର୍ଟିକୁ ଟାର୍ଗେଟ କରି ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିଛନ୍ତି । ଏଥିରେ ଦୁଇ ଜଣ ସୁରକ୍ଷାକର୍ମୀ ଏବଂ ଦୁଇ ପୋଲିଂ ଅଧିକାରୀ ଆହତ ହୋଇଛନ୍ତି । ହିଂସାକୁ ଦୃଷ୍ଟିରେ ରଖି ବସ୍ତର ଜିଲ୍ଲାର କୋଣ ଅନୁକୋଣରେ ଭାରି ସଂଖ୍ୟାରେ ସୁରକ୍ଷାବଳ ମୁତୟନ କରାଯାଇଛି । କେତେକ ଅଞ୍ଚଳରେ ପୋଲିଂ ପାର୍ଟିକୁ ହେଲିକପ୍ଟର ଯୋଗେ ମତଦାନ କେନ୍ଦ୍ରରେ ପହଞ୍ଚା ଯାଇଛି ।

ଏହାମଧ୍ୟ ପଢନ୍ତୁ: Chhattisgarh poll: ରାଜସ୍ବ ମାନଚିତ୍ରରେ ବିରଳ ଗ୍ରାମ, ଦୁଇ ବିଧାୟକଙ୍କୁ ଦେଉଛନ୍ତି ଭୋଟ

୨୦ ଆସନରେ ଭୋଟିଂ ପାଇଁ କଡା ସୁରକ୍ଷା ବ୍ୟବସ୍ଥା: ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୬୦ ହଜାର ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ଏଥିସହ ମୋଟ ୨୫ ହଜାର ୨୪୯ ପୋଲିଂ ଅଫିସର ନିୟୋଜିତ କରାଯାଇଛି । ମୋଟ ୧୫୬ ପୋଲିଂ ପାର୍ଟିକୁ ହେଲିକପ୍ଟରରେ ସୁକମା, ବିଜାପୁର, ଦନ୍ତେୱାଡା, କାଙ୍କେର ଓ ନାରାୟଣପୁର ଜିଲ୍ଲାକୁ ପଠାଯାଇଛି । ବସ୍ତର ଡିଭିଜନରେ ମତଦାନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିରେ ଛତିଶଗଡ ପୋଲିସ, ପାରାମିଲିଟାରୀ ଫୋର୍ସ, ଡିଆରଜି, ବସ୍ତରିୟା ଫାଇଟର୍ସ ଓ ମହିଳା କମାଣ୍ଡୋଙ୍କୁ ମଧ୍ୟ ମୁତୟନ କରାଯାଇଛି ।

ମିଜୋରାମ ନିର୍ବାଚନ: ମିଜୋରାମରେ ୪୦ଟି ଯାକ ଆସନ ପାଇଁ ୧୨୭୬ ପୋଲିଂ ଷ୍ଟେସନରେ ମତଦାନ ଆରମ୍ଭ ହୋଇଯାଇଛି । ଏହା ଅପରାହ୍ନ ୪ଟା ଯାଏଁ ଚାଲିବ । ରାଜ୍ୟରେ ମିଜୋ ନ୍ୟାସନାଲ ଫ୍ରଣ୍ଟ(ଏମଏନଏଫ) ସରକାର ରହିଛି । ୨୦୧୮ରେ ଦଳ ୪୦ ଆସନ ମଧ୍ୟରୁ ୨୬ଟି ଆସନ ଜିତିଥିଲା । କଂଗ୍ରେସ ୫ଟି ଆସନ ଦଖଲ କରିଥିବା ବେଳେ ବିଜେପି କେବଳ ଗୋଟିଏ ଜିତିଥିଲା ।

Last Updated : Nov 7, 2023, 9:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.