ତରୁଣ ଗୋଗୋଇଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଟ୍ବିଟ କରି ଲେଖିଛନ୍ତି, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ଦେହାନ୍ତ ଖବର ଜାଣି ଅତ୍ୟନ୍ତ ଦୁଃଖିତ । ସେ ବହୁତ ଲୋକପ୍ରିୟ ନେତା ଥିଲେ ଏବଂ ପୂର୍ବୋତ୍ତରର ବିକାଶ କ୍ଷେତ୍ରରେ ପ୍ରତିବଦ୍ଧତା ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ । ମୋର ପ୍ରାର୍ଥନା ଶୋକସନ୍ତପ୍ତ ପରିବାର ଏବଂ ଅନୁଗାମୀମାନଙ୍କ ସହିତ ଅଛି ବୋଲି ଲେଖିଛନ୍ତି ନବୀନ ।
ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପରଲୋକ
18:57 November 23
ତରୁଣ ଗୋଗୋଇଙ୍କ ଦେହାନ୍ତରେ ରାହୁଲଙ୍କ ଶୋକ
18:52 November 23
ତରୁଣ ଗୋଗୋଇଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାୟକଙ୍କ ଶୋକ
18:23 November 23
ତରୁଣ ଗୋଗୋଇଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ତରୁଣ ଗୋଗୋଇଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟ୍ବିଟରେ ଲେଖିଛନ୍ତି, ତରୁଣ ଗୋଗୋଇ ଜଣେ ଲୋକପ୍ରିୟ ନେତା ତଥା ଜଣେ ବରିଷ୍ଠ ପ୍ରଶାସକ ଥିଲେ, ଯାହାଙ୍କ ଆସାମ ତଥା କେନ୍ଦ୍ରରେ ଦୀର୍ଘ ବର୍ଷର ରାଜନୈତିକ ଅଭିଜ୍ଞତା ରହିଥିଲା । ତାଙ୍କର ଦେହାନ୍ତରେ ଦୁଃଖିତ | ଏହାସହ ଗୋଗୋଇଙ୍କ ପରିବାର ପ୍ରତି ସମବେଦନା ପ୍ରକଟ କରିଛନ୍ତି ମୋଦି ।
17:50 November 23

ଗୌହାଟୀ: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପରଲୋକ ହୋଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ସୋମବାର ଗୌହାଟୀ ମେଡିକାଲ କଲେଜ ଏଣ୍ଡ୍ ହସ୍ପିଟାଲରେ ଦେହାନ୍ତ ହୋଇଛି । 86 ବର୍ଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଗୋଗୋଇ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବା ନେଇ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସୂଚନା ଦେଇଥିଲେ । 2001ରୁ 2016 ଯାଏଁ ଆସାମର ମୁଖ୍ୟମନ୍ତ୍ରୀ ଥିଲେ ଗୋଗୋଇ ।
ମହାମାରୀ କୋରୋନା କାରଣରୁ ବରିଷ୍ଠ କଂଗ୍ରେସ ନେତା ଗୋଗୋଇଙ୍କୁ ନଭେମ୍ବର 2ରେ GMCHରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର କିଛି ଅଙ୍ଗ ପକ୍ଷାଘାତର ଶିକାର ହୋଇଥିଲା । କୃତ୍ରିମ ଶ୍ବାସକ୍ରିୟା ସାହାଯ୍ୟରେ ଗୋଗୋଇଙ୍କୁ ରଖାଯାଇଥିଲା । ଆସାମ ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ବ୍ୟକ୍ତିଗତ ଭାବେ ଗୋଗୋଇଙ୍କ ଚିକିତ୍ସାକୁ ନେଇ ତଦାରଖ କରୁଥିଲେ ।
2001 ରୁ 2016 ପର୍ଯ୍ୟନ୍ତ ତରୁଣ ଗୋଗୋଇ ଆସାମର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ତରୁଣ ଗୋଗୋଇ ଅଲ ଇଣ୍ଡିଆ କଂଗ୍ରେସ କମିଟିର ଯୁଗ୍ମ ସଚିବ ଭାବରେ ନିର୍ବାଚିତ ହୋଇଛନ୍ତି ।
ପରବର୍ତ୍ତୀ ସମୟରେ ସେ 1985ରୁ 1990 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅଧୀନରେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । 1991ରୁ 1996 ମସିହା ଯାଏଁ ସେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ନେତୃତ୍ବରେ କେନ୍ଦ୍ର ସରକାରଙ୍କ ଖାଦ୍ୟ ବିଭାଗରେ ରାଜ୍ୟ ମନ୍ତ୍ରୀ ଥିଲେ । ପରେ ସେ 1986-1990 ମସିହାରେ ଆସାମ ପ୍ରଦେଶ କଂଗ୍ରେସ କମିଟି (ଏପିସିସି)ର ସଭାପତି ଥିଲେ ।
1996 ରେ ଗୋଗୋଇ ଦ୍ବିତୀୟ ଥର ପାଇଁ ଆସାମ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । 5 ଥର ଆସାମ ବିଧାନସଭାକୁ ତରୁଣ ଗୋଗୋଇ ନିର୍ବାଚିତ ହୋଇଛନ୍ତି । ଜୋରହାଟରେ ଥିବା ଟିଟାବର ବିଧାନସଭା ନିର୍ବାଚନମଣ୍ଡଳୀରୁ ତରୁଣ ଗୋଗୋଇ କ୍ରମାଗତ ପାଞ୍ଚ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।