ETV Bharat / bharat

ଉଡ଼ାଣ ବେଳେ ମୋବାଇଲ ବ୍ୟବହାର କରିବାକୁ ମନା କରିବାରୁ ଯାତ୍ରୀଙ୍କ ଦୁର୍ବ୍ୟବହାର, ବିମାନରୁ ଓହ୍ଲାଇଦେଲେ କ୍ର୍ୟୁ - ସୁଜିତ ଚୌଧୁରୀ

ବିମାନବନ୍ଦରରେ ବିମାନ ସହଯୋଗୀଙ୍କୁ ଯାତ୍ରୀଙ୍କ ଅସଦାଚରଣ ! ଉଡ଼ାଣ ବେଳେ ମୋବାଇଲ ଫୋନ ବ୍ୟବହାର କରିବାକୁ ମନା କରିବାରୁ ସହଯୋଗୀଙ୍କୁ ଯାତ୍ରୀଙ୍କ ଅସଦାଚରଣ ଅଭିଯୋଗ । ବିମାନ ଉଡ଼ାଣର କିଛି ମିନିଟ ପୂର୍ବରୁ ବିମାନ ଛାଡ଼ିଲେ ୧୧ଜଣ ଯାତ୍ରୀ...

passengers dropped  flight
Misbehave with airhostage:
author img

By ETV Bharat Odisha Team

Published : Sep 6, 2023, 7:13 PM IST

Updated : Sep 6, 2023, 7:28 PM IST

ଗୌହାଟି: ଉଡ଼ାଣ ଭରିବା ପୂର୍ବରୁ ଜଣେ ଯାତ୍ରୀଙ୍କୁ ମୋବାଇଲ ବ୍ୟବହାର କରିବାକୁ ମନା କରିବାରୁ ଏୟାର ହୋଷ୍ଟେସ୍‌ଙ୍କୁ ଦୁର୍ବ୍ୟବହାର । ମୋବାଇଲ ଫୋନ୍‌ ବ୍ୟବହାର କରିବାକୁ ମନା କରିବାରୁ ଜଣେ ଯାତ୍ରୀ ଉତକ୍ଷୀପ୍ତ ହୋଇ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଘଟିଛି ଆସାମ ସିଲଚରଠାରେ ଥିବା କୁମ୍ଭୀରଗ୍ରାମ୍ ବିମାନ ବନ୍ଦରରେ । ଏହି ଘଟଣା ପରେ ସମ୍ପୃକ୍ତ ଯାତ୍ରୀ ଓ ତାଙ୍କ ୧୦ ସହଯାତ୍ରୀଙ୍କୁ ବିମାନ ଉଡ଼ାଣର କିଛି ମିନିଟ୍‌ ପୂର୍ବରୁ ଓହ୍ଲାଇ ଦେଇଛନ୍ତି କ୍ୟାପଟେନ୍‌ ।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ସିଲଚରର କୁମ୍ଭୀରଗ୍ରାମ୍ ବିମାନବନ୍ଦରରେ ସିଲଚର- କୋଲକାତା ଆଲିଆନ୍ସ ଏୟାରଲାଇନ୍ସ ବିମାନ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିଲା । ବିମାନ ନିୟମ ଅନୁଯାୟୀ ବିମାନ ଉଡାଣ ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ ନିଜ ମୋବାଇଲ ଫୋନ୍‌କୁ ସୁଇଚ ଅଫ କରିବା ପାଇଁ କୁହାଯାଇଥିଲା । ଏହି ସମୟରେ ଜଣେ ଯାତ୍ରୀ ମୋବାଇଲ ଫୋନ ବ୍ୟବହାର କରୁଥିଲେ । ଯାହାକି ବିମାନ ଉଡ଼ାଣ ନିୟମର ଖିଲାପ । ଏଣୁ ଏୟାର ହୋଷ୍ଟେସ୍‌ଙ୍କୁ ତାଙ୍କୁ ଫୋନ୍‌ ବ୍ୟବହାର କରିବାକୁ ମନା କରିଥିଲେ ।

ଏଥିରେ ସମ୍ପୃକ୍ତ ଯାତ୍ରୀ ଜଣକ ଉତକ୍ଷୀପ୍ତ ହୋଇ ଏୟାର ହୋଷ୍ଟେସ୍‌ଙ୍କୁ ଦୁର୍ବ୍ୟବହାର କରିଥିଲେ । ସମ୍ପୃକ୍ତ ଯାତ୍ରୀ ସିଲଚର କୈବର୍ତ୍ତ ପରିଷଦ ନେତା ସୁଜିତ ଦାସ ଚୌଧୁରୀ ବୋଲି ଜଣା ପଡ଼ିଛି । ଯାତ୍ରୀ ଜଣକ ଏୟାର ହୋଷ୍ଟେସ୍‌ଙ୍କୁ ଦୁର୍ବ୍ୟବହାର କରୁଥିବା ସୂଚନା ପାଇବା ପରେ କ୍ୟାପଟେନ୍‌ କ୍ୟାବିନ୍‌ରୁ ଆସି ମାମଲାରେ ହସ୍ତକ୍ଷେପ କରିଥିଲେ । ତେବେ ଯାତ୍ରୀ ଜଣକ କାହାରି କଥା ଶୁଣି ନଥିଲେ । ଓଲଟା ତାଙ୍କ ସହ ଥିବା ୧୦ ଜଣ ସହଯାତ୍ରୀ ଏହାକୁ ସମର୍ଥନ କରିଥିଲେ । ଫଳରେ ଦୁର୍ବ୍ୟବହାର କରିଥିବା ଯାତ୍ରୀଙ୍କ ସହ ଅନ୍ୟ ୧୦ ଜଣଙ୍କୁ ପ୍ଲେନ୍‌ରୁ ଓହ୍ଲାଇ ଦେଇଥିଲେ କ୍ୟାପଟେନ୍‌ । ବିମାନ ଉଡ଼ାଣ ଭରିବାର କେଇ ମିନିଟ୍‌ ପୂର୍ବରୁ ଏହି ଘଟଣା ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ.. ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି, ଜରୁରୀ ଅବତରଣ କଲା ଭୁବନେଶ୍ବର-ଦିଲ୍ଲୀ ବିମାନ

ଏହି ଅଘଟଣ ପରେ କୁମ୍ଭୀରଗ୍ରାମ୍ ବିମାନ ବନ୍ଦର କର୍ତ୍ତୃପକ୍ଷ ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ସୁଜିତଙ୍କ ସମେତ ତାଙ୍କ ୧୦ ଜଣ ସହଯାତ୍ରୀଙ୍କୁ ପୋଲିସ ହେପାଜତରେ ରଖିଛି । ସିଲଚରର କୁମ୍ବୀରଗ୍ରାମ ବିମାନବନ୍ଦରରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 6, 2023, 7:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.