ETV Bharat / bharat

Assam shocker: ମଦ୍ରାସା ହଷ୍ଟେଲରୁ ମିଳିଲା ଛାତ୍ରଙ୍କ ମୁଣ୍ଡବିହୀନ ମୃତଦେହ - ମଦ୍ରାସାରୁ ମିଳିଲା ଛାତ୍ରଙ୍କ ମୃତଦେହ

ଆସାମରେ ଏକ ମଦ୍ରାସା ହଷ୍ଟେଲରୁ ମିଳିଲା ଛାତ୍ରଙ୍କ ମୁଣ୍ଡବିହୀନ ମୃତଦେହ । ଗତକାଲି ରାତିରେ ଘଟିଛି ହତ୍ୟାକାଣ୍ଡ । ପୋଲିସର ତଦନ୍ତ ଆରମ୍ଭ । ମଦ୍ରାସା ସିଲ୍‌ । ଅଧିକ ପଢନ୍ତୁ

Assam shocker: ମଦ୍ରାସା ହଷ୍ଟେଲରୁ ମିଳିଲା ଛାତ୍ରଙ୍କ ମୁଣ୍ଡବିହୀନ ମୃତଦେହ

author img

By

Published : Aug 13, 2023, 6:29 PM IST

ଗୌହାଟୀ: ଆସାମରେ ଏକ ମଦ୍ରାସାରେ ଜଣେ ଛାତ୍ରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଆସାମର କାଚର ଜିଲ୍ଲାର ଦାରୁସ-ସଲାମ-ହାଫିଜିଆ ମଦ୍ରାସାର ଏକ ହଷ୍ଟେଲ ରୁମରୁ ଜଣେ 12 ବର୍ଷୀୟ ଛାତ୍ରଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟାର ଶିକାର ହୋଇଥିବା ଛାତ୍ରଙ୍କ ନାମ ରେବେଜୁଲ ହୁସେନ୍ ବୋଲି ପୋଲିସ ସ୍ପଷ୍ଟ କରିଛି । ହତ୍ୟାକାଣ୍ଡର କାରଣ ସମ୍ପର୍କରେ ଜଣାପଡିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସମ୍ପୃକ୍ତ ମଦ୍ରାସା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଏହି ଛାତ୍ରଜଣକ ରାତ୍ରିଭୋଜନ ପରେ ହଷ୍ଟେଲର ନିଜ କୋଠରୀକୁ ଫେରିଥିଲେ । ଆଜି ସକାଳୁ ଫଜ୍ର ନମାଜ (ପ୍ରଭାତ ପ୍ରାର୍ଥନା) ପାଇଁ ଛାତ୍ରମାନଙ୍କୁ ଡକାଯିବା ସମୟରେ କଠୋରରୀରେ ଛାତ୍ରଙ୍କ ରକ୍ତାକ୍ତ ଓ ମୁଣ୍ଡବିହୀନ ମୃତଦେହ ପଡିଥିବା ଦେଖିବାକୁ ମିଳିିଥିଲା । ପରେ ସମ୍ପୃକ୍ତ ମଦ୍ରାସା କର୍ତ୍ତୃପକ୍ଷ ସ୍ଥାନୀୟ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତଦେହର ମୁଣ୍ଡକୁ ମଧ୍ୟ ଠାବ କରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି । ଫେରନସିକ ଟିମ୍‌ ହତ୍ୟାକାଣ୍ଡ ସ୍ଥଳରୁ ଏକାଧିକ ସାମଗ୍ରୀ ଜବତ କରିଛି । ମଦ୍ରାସା କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଉକ୍ତ କଠୋରୀରେ ପ୍ରାୟ 20 ଜଣ ଛାତ୍ର ରହୁଥିଲେ । ପୋଲିସ ସମସ୍ତ ଛାତ୍ରଙ୍କୁ ଅଟକ ରଖି ଜେରା କରୁଛି । ମଦ୍ରାସାର ଶିକ୍ଷକ ଓ କର୍ମଚାରୀଙ୍କୁ ପୋଲିସ ଅଟକ ରଖିବା ସହ ମଦ୍ରାସାକୁ ମଧ୍ୟ ସିଲ କରିଛି ।

ଏହା ମଧ୍ୟ ପଢନ୍ତୁ :-ସ୍ବାଧୀନତା ଦିବସ ପୂର୍ବରୁ ସ୍ବାଧୀନ ହେଲା ୟୁପି ପରିବାର, ପାକ୍‌ ଜେଲରେ ବର୍ଷେ କାଟି ଫେରିଲେ ଭାରତ

ନିକଟ ଅତୀତରେ ଆସାମ ପୋଲିସ ଏକାଧିକ ମଦ୍ରାସା ଉପରେ ଆତଙ୍କୀ ଗତିବିଧି ସନ୍ଦେହରେ ଚଢ଼ାଉ କରିଥିଲା । ଅଧିକାଂଶ ମଦ୍ରାସାରେ ଇସ୍‌ଲାମିକ୍‌ ଶିକ୍ଷାଦାନ ଆଳରେ ଆତଙ୍କୀ ପାଣ୍ଠି ଯୋଗାଡ଼, ଅସ୍ତ୍ରଶସ୍ତ୍ର କାରବାର ଓ ଆତଙ୍କବାଦୀ ସଂଗଠନରେ ସାମିଲ୍‌ ପାଇଁ ଯୁବକଙ୍କୁ ପ୍ରଲୋଭିତ କରିବା ପରି କାର୍ଯ୍ୟ କରାଯାଉଥିବାର ପ୍ରମାଣ ମିଳିଛି । ଏକାଧିକ ମଦ୍ରାସାକୁ ବନ୍ଦ ମଧ୍ୟ କରାଯାଇଛି । ପ୍ରତିବନ୍ଧିତ ଇସଲାମିକ୍‌ କଠୋରପନ୍ଥୀ ସଂଗଠନ ପିଏଫ୍‌ଆଇ ସହ ସମ୍ପର୍କ ଥିବା ଅଭିଯୋଗରେ ମଧ୍ୟ ଆସାମର ବିଭିନ୍ନ ସ୍ଥାନରେ ଥିବା ମଦ୍ରାସାରୁ ସନ୍ଦିଗ୍ଧ ଆତଙ୍କୀଙ୍କୁ ପୋଲିସ୍‌, ଏଟିଏସ୍‌ ଓ ଏନଆଇଏ ପରି ଆତଙ୍କ ନିରୋଧୀ ସଂସ୍ଥା ଗିରଫ କରିବାର ଦୃଷ୍ଟାନ୍ତ ରହିଛି । ଏବେ ଏହି ହତ୍ୟାକାଣ୍ଡ ପରେ ମଦ୍ରାସାର କାର୍ଯ୍ୟକଳାପ ଉପରେ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.