ETV Bharat / bharat

ଆସାମ-ମେଘାଳୟ ସୀମା ବିବାଦ: ଶାହଙ୍କ ଉପସ୍ଥିତିରେ ଚୁକ୍ତି ସ୍ବାକ୍ଷରିତ, ଫିଟିଲା ସମାଧାନର ବାଟ

ସମାଧାନ ହେଲା ଆସାନ ଓ ମେଘାଳୟ ମଧ୍ୟରେ ଦୀର୍ଘ ୫୦ବର୍ଷ ଧରି ଲାଗି ରହିଥିବା ସୀମା ବିବାଦ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଚୁକ୍ତିନାମାରେ ସ୍ବାକ୍ଷର କଲେ ଦୁଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ସାଙ୍ଗମା । ଅଧିକ ପଢନ୍ତୁ

author img

By

Published : Mar 29, 2022, 5:21 PM IST

Updated : Mar 29, 2022, 7:24 PM IST

ଆସାମ ଓ ମେଘାଳୟ ସୀମା ବିବାଦ: କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ଚୁକ୍ତି ସ୍ବାକ୍ଷରିତ କଲେ ଦୁଇ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦୁଇ ଉତ୍ତର ପୂର୍ବ ରାଜ୍ୟ ଆସାମ ଏବଂ ମେଘାଳୟ ମଧ୍ୟରେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଲାଗି ରହିଥିବା ସୀମା ବିବାଦର ସମାଧାନ ହୋଇଛି । ଆଜି ଦିଲ୍ଲୀରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ରାଜିନାମାରେ ସ୍ବାକ୍ଷର କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ କେ.ସାଙ୍ଗମା ।

  • Union HM also requested to resolve the border disputes between Assam and Arunachal Pradesh. I had a meeting with AP CM where we formed a road map to settle 122 disputed points. Initial discussions have started with the CMs of Mizoram and Nagaland: Assam CM Himanta Biswa Sarma pic.twitter.com/pm0fXrLClq

    — ANI (@ANI) March 29, 2022 " class="align-text-top noRightClick twitterSection" data=" ">

ଦୁଇ ରାଜ୍ୟ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଆସାମ ଏବଂ ମେଘାଳୟର ସରକାର 884 କିଲୋମିଟର ସୀମାରେ ଥିବା 12ଟି ବିବାଦୀୟ କ୍ଷେତ୍ର ମଧ୍ୟରୁ 6ଟିରେ ସମାଧାନ ପାଇଁ ଏକ ଡ୍ରାଫ୍ଟ ସଂକଳ୍ପରେ ସ୍ବାକ୍ଷରିତ କରିଛନ୍ତି । ସଙ୍କଳ୍ପପତ୍ର ଅନୁସାରେ, 36.79 ବର୍ଗ କିଲୋମିଟର ବିବାଦୀୟ ଅଞ୍ଚଳରୁ ଆସାମ 18.51 ବର୍ଗ କିମି ରଖିବ ଏବଂ ଅବଶିଷ୍ଟ 18.28 ବର୍ଗ କିଲୋମିଟର ମେଘାଳୟ ସୀମାରେ ସାମିଲ ହେବ । 1972 ମସିହାରେ ମେଘାଳୟ ଆସାମରୁ ବିଭକ୍ତ ହୋଇ ପୃଥକ ରାଜ୍ୟ ମାନ୍ୟତା ପାଇଥିଲା । ତେବେ ସେବେଠାରୁ ଉଭୟ ରାଜ୍ୟ ମଧ୍ୟରେ ସୀମା ବିବାଦ ଲାଗି ରହିଥିଲା ।

  • Today, a 50-year-old pending boundary dispute between Assam and Meghalaya has been resolved. 6 out of 12 points of the dispute has been resolved, which comprises nearly 70% of the boundary. The remaining 6 points will be resolved at the earliest: Union Home Minister Amit Shah pic.twitter.com/c2ZUVjeh6e

ଆଜି ଏହି ଚୁକ୍ତିନାମା ଗୃହ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ସ୍ବାକ୍ଷରିତ ହୋଇଥିବାବେଳେ ଦୁଇ ପ୍ରଦେଶର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ କିଛି ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଦୀର୍ଘ ବର୍ଷ ଧରି ଲାଗି ରହିଥିବା ସୀମା ବିବାଦ ସମାଧାନ ହୋଇଥିବା ନେଇ ଶାହ ଗଣମାଧ୍ୟମକୁ ସୂଚନା ଦେବା ସହ ଖୁସିବ୍ୟକ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 29, 2022, 7:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.