ଗୌହାଟୀ: ଆସାମରେ ବନ୍ୟା ଲୋକଙ୍କୁ କନ୍ଦାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ବନ୍ୟା ପ୍ରଭାବିତ ୩୦ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଯେଉଁଆଡ଼େ ଆଖିଲେ ବୁଲାଇଲେ ପାଣି କାଦୁଅ ହିଁ ନଜର ଆସୁଛି । ଏଭଳି ସ୍ଥିତିରେ ଜଣେ ମହିଳା IAS ଅଧିକାରୀ ପଚପଚ କାଦୁଅରେ ଚାଲିଚାଲି ଆସି ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ରିଲିଫ୍ ସାମଗ୍ରୀ ବଣ୍ଟନ କରିଛନ୍ତି । ଏହି IAS ଅଧିକାରୀଙ୍କ ଫଟୋ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
-
Madam Deputy Commissioner Inspected the flood & erosion affected areas of Chesri GP, Village- Chutrasangan under Borkhola Dev. Block, on foot where she interacted with local people to understand their problems due to this flood & erosion and instructed concerned officials to pic.twitter.com/93krg6nVH0
— Deputy Commissioner Cachar (@dccachar) May 25, 2022 " class="align-text-top noRightClick twitterSection" data="
">Madam Deputy Commissioner Inspected the flood & erosion affected areas of Chesri GP, Village- Chutrasangan under Borkhola Dev. Block, on foot where she interacted with local people to understand their problems due to this flood & erosion and instructed concerned officials to pic.twitter.com/93krg6nVH0
— Deputy Commissioner Cachar (@dccachar) May 25, 2022Madam Deputy Commissioner Inspected the flood & erosion affected areas of Chesri GP, Village- Chutrasangan under Borkhola Dev. Block, on foot where she interacted with local people to understand their problems due to this flood & erosion and instructed concerned officials to pic.twitter.com/93krg6nVH0
— Deputy Commissioner Cachar (@dccachar) May 25, 2022
ଆସାମ କଛାର ଜିଲ୍ଲାର ଡେପୁଟି କମିଶନର ଦାୟିତ୍ବରେ ରହିଛନ୍ତି IAS କୀର୍ତ୍ତି ଜାଲ୍ଲି । ଏବେ ବନ୍ୟାରେ ହାହାକାର ସାରା ରାଜ୍ୟ । ପ୍ରଭାବିତଙ୍କ ପାଖରେ କୌଣସି ଅଧିକାରୀ ପହଞ୍ଚିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଏଭଳି ସ୍ଥିତିରେ IAS କୀର୍ତ୍ତି ଜାଲ୍ଲି ଲୋକଙ୍କ ପାଖକୁ ଯିବାକୁ ଅଣ୍ଟା ଭିଡିଛନ୍ତି । କେତେବେଳେ କାଦୁଅ ପଚପଚରେ ଚାଲିଚାଲି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ତ କେତେବେଳ ଦେଶୀ ଡଙ୍ଗାରେ ବସି ବନ୍ୟାଞ୍ଚଳ ପରିଦର୍ଶନ କରୁଛନ୍ତି । IAS ଅଧିକାରୀ ଏଭଳି କର୍ମ ତତ୍ପରତାକୁ ଦେଖି ସାଧରଣ ଜନତା ତାଙ୍କୁ ଧନ୍ୟବାଦ ଦେଇଛନ୍ତ ।
-
put in place all measures to protection of land from flood and erosion. Later, she distributed relief items among the flood affected people. pic.twitter.com/OCXEo4uR48
— Deputy Commissioner Cachar (@dccachar) May 25, 2022 " class="align-text-top noRightClick twitterSection" data="
">put in place all measures to protection of land from flood and erosion. Later, she distributed relief items among the flood affected people. pic.twitter.com/OCXEo4uR48
— Deputy Commissioner Cachar (@dccachar) May 25, 2022put in place all measures to protection of land from flood and erosion. Later, she distributed relief items among the flood affected people. pic.twitter.com/OCXEo4uR48
— Deputy Commissioner Cachar (@dccachar) May 25, 2022
ଏହି IAS ଅଧିକାରୀ ପରିଦର୍ଶନ କରିଥିବା ସମସ୍ତ ଅଞ୍ଚଳରେ ପ୍ରଶାସନିକ ଅଧିକାରୀ ସମସ୍ତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ପଚାରି ବୁଝିଛନ୍ତି । ଏହାପରେ ସାଥିରେ ନେଇ ଯାଇଥିବା କିଛି ରିଲିଫ ସାମଗ୍ରୀ ଲୋକଙ୍କୁ ବାଣ୍ଟିଛନ୍ତି । ଏହି ସବୁ ଫଟୋ ସୋସିଆଲ ମଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।