ETV Bharat / bharat

‘ଆସାମରେ ଦୁଇ ଜଣ ମୁଖ୍ୟମନ୍ତ୍ରୀ, ଦିଲ୍ଲୀରୁ ନିୟନ୍ତ୍ରିତ ହେଉଛି ଆସାମ’

author img

By

Published : Mar 21, 2021, 11:02 PM IST

ଆସାମ ମତଦାନ ପୂର୍ବରୁ ବିଜେପିକୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କାଙ୍କ ଟାର୍ଗେଟ । ଅଧିକ ପଢନ୍ତୁ ...

ଆସାମରେ ଦୁଇ ଜଣ ମୁଖ୍ୟମନ୍ତ୍ରୀ , ଦିଲ୍ଲୀରୁ ନିୟନ୍ତ୍ରିତ ହେଉଛି ଆସାମ
ଆସାମରେ ଦୁଇ ଜଣ ମୁଖ୍ୟମନ୍ତ୍ରୀ , ଦିଲ୍ଲୀରୁ ନିୟନ୍ତ୍ରିତ ହେଉଛି ଆସାମଆସାମରେ ଦୁଇ ଜଣ ମୁଖ୍ୟମନ୍ତ୍ରୀ , ଦିଲ୍ଲୀରୁ ନିୟନ୍ତ୍ରିତ ହେଉଛି ଆସାମ

ଗୌହାଟୀ: ଆସାମ ମତଦାନ ପୂର୍ବରୁ ଉଭୟ କଂଗ୍ରେସ ଏବଂ ବିଜେପିର ଜାତୀୟ ନେତାମାନେ ରାଜ୍ୟ ଗସ୍ତ କରିବାରେ ଲାଗିଛନ୍ତି । କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଆସାମରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି । ଆଜି ସେ ଏଠାରେ ଜୋରହାଟ, ନାଜିରା ଏବଂ ଖୁମାଇରେ ଅନେକ ନିର୍ବାଚନ ପ୍ରଚାର ରାଲିରେ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ।

ଏହି ଅବସରର ସେ କେନ୍ଦ୍ର ସରକାର ଓ ନରେନ୍ଦ୍ର ମୋଦିଙ୍କୁ ସମାଲେଚନା କରିଥିବା ଦେଖିବାକୁ ମିଳିଛି । ପ୍ରିୟଙ୍କା କହିଛନ୍ତି ଆସାମ ସରକାର ଗୌହାଟୀରୁ ନୁହେଁ ବରଂ ଦିଲ୍ଲୀରୁ ପରିଚାଳିତ ହେଉଛି । ଆସାମରେ ଦୁଇଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି । ପ୍ରିୟଙ୍କା କହିଛନ୍ତି,ଦିଲ୍ଲୀର ଅନୁମତି ବିନା ଏବଂ ଦିଲ୍ଲୀକୁ ନ ପଚାରି ଆସାମ ସରକାର କିଛି କରିପାରିବେ ନାହିଁ। ବିଜେପି କହିଛି ଯେ ଆସାମରେ ଜଣେ ମୁଖ୍ୟମନ୍ତ୍ରୀ ଗ୍ରହଣ କରିବେ ଯିଏ ଆସାମ ପାଇଁ କାମ କରିବେ, କିନ୍ତୁ ଏହା କରିବା ପରିବର୍ତ୍ତେ ସେମାନେ ଦୁର୍ବଳ ମୁଖ୍ୟମନ୍ତ୍ରୀ ଚୟନ କରିବେ ଓ ତାଙ୍କୁ ଦିଲ୍ଲୀରୁ ପରିଚାଳିତ କରିବେ ବୋଲି ପ୍ରିୟଙ୍କା କଟାକ୍ଷ କରିଥିବା ଦେଖାଯାଇଛି । ସେହିପରି ପୂର୍ବ ନିର୍ବାଚନରେ ​​ବିଜେପି ଅନେକ ପ୍ରତିଶ୍ରୁତି ଦେଇଥିଲା। ସେମାନେ 25 ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ,କିନ୍ତୁ ସେଥିରେ ସେ ବିଫଳ ହୋଇଛନ୍ତି ।

ବିଜେପି ଆହୁରି ମଧ୍ୟ ପ୍ରତିଶ୍ରୁତି ଦେଇଥିଲା ଯେ ଆସାମ ଚୁକ୍ତିନାମାର 6 ଟି ଧାରା କାର୍ଯ୍ୟକାରୀ କରିବେ ଯାହା ଆସାମ ସଂସ୍କୃତିର ସୁରକ୍ଷା କରିବ କିନ୍ତୁ ସେମାନେ ତାହା କରି ନାହାଁନ୍ତି । ସେହିପରି CAA (ନାଗରିକତ୍ବ ସଂଶୋଧନ ଆଇନ) କାର୍ଯ୍ୟକାରୀ କରିବେ ନାହିଁ ବିଜେପି ପ୍ରତିଶ୍ରୁତି ଦେଇଥିବାବେଳେ ପରବର୍ତ୍ତୀ ସମୟରେ ବିପରୀତ କାର୍ଯ୍ୟ କରିଥିଲେ। । ଚା ବଗିଚା କର୍ମଚାରୀଙ୍କୁ ମଧ୍ୟ ବିଜେପି କିଛି ମିଥ୍ୟା ପ୍ରତିଶୃତି ଦେଇଛି ବୋଲି ଅଭିଯୋଗ କରିଛନ୍ତି ପ୍ରିୟଙ୍କା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.